-+91-9937148622 |

prerana_bgr@rediffmail.com |

  Wednesday 30th April 2025 |

| | | |

R.N.I. Regd No. ODIODI/2010/46693

Breaking News

ରିଜିଓନାଲ୍ କଲେଜ ଅଫ୍ ମ୍ୟାନେଜମେଣ୍ଟରେ ବ୍ରହ୍ମାସ୍ତ୍ର ୩.୦ ସଫଳତା ସହିତ ସମାପ୍ତ   (29-Apr-2025)       ||      ଉଦୀୟମାନ ସୁଭଦ୍ରା ସ୍ବାବଲମ୍ବୀ ମହିଳା ଶିକ୍ଷାନୁଷ୍ଠାନର ମହିଳା ସଶକ୍ତିକରଣ କାର୍ଯକ୍ରମ   (29-Apr-2025)       ||      ଜିଲ୍ଲାସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ, ମଇ ମାସ ୨୦ରୁ ଆରମ୍ଭ ହେବ ଧାନ ମଣ୍ଡି    (29-Apr-2025)       ||      ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ   (29-Apr-2025)       ||      ଲୋଇସିଂହା ବ୍ଲକରେ କୃଷକ କ୍ଷେତ୍ର ଦିବସ ପାଳିତ   (29-Apr-2025)       ||      ବଲାଙ୍ଗୀର ୨୬ନମ୍ବର ଜାତୀୟ ରାଜପଥ ରାସ୍ତା ଉପରେ ଓଲଟି ପଡ଼ିଲା ଟ୍ୟାଙ୍କର: ଦୁଇ ଗୁରୁତର   (29-Apr-2025)       ||      ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୁଲ୍ୟ -ରେ ବିଶ୍ୱ ଭାତୃତ୍ବ ଓ ମାନବତ୍ୱ ଜାଗ୍ରତ ପାଇଁ ଗାଁ ଗାଁ କୁ ଗାୟିତ୍ରୀ ଧର୍ମ ସଚେତନତା ରଥ ପରିକ୍ରମା   (29-Apr-2025)       ||      ପୂର୍ତ୍ତମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ   (29-Apr-2025)       ||      ଦୁଷ୍ଟ ଶକ୍ତିର ସଂହାର କର୍ତ୍ତା ଭଗବାନ ପର୍ଶୁରାମଙ୍କର ଜନ୍ମୋତ୍ସବ ପାଳନ   (29-Apr-2025)       ||      *ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା*-   (29-Apr-2025)       ||      "ଗାୟତ୍ରୀ ଯଜ୍ଞ" ମାଧ୍ୟମରେ ଜନ୍ମଦିବସ ପାଳନ" ଏକ ସୁମହତ ପରମ୍ପରା    (29-Apr-2025)       ||      ଢେଙ୍କାନାଳ: ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ                    (29-Apr-2025)       ||      ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ "ପୋଷଣ ପକଵାଡା "   (29-Apr-2025)       ||      "ଗାୟତ୍ରୀ ଯଜ୍ଞ" ମାଧ୍ୟମରେ ଜନ୍ମଦିବସ ପାଳନ" ଏକ ସୁ ମହତ ପରମ୍ପରା   (29-Apr-2025)       ||      ରାସ୍ତା କଡ଼ରୁ ଯୁବକ ର ଶବ ଉଦ୍ଧାର   (29-Apr-2025)       ||      ଅଙ୍କୁଶପୁର ମୁଖ୍ୟ ରାସ୍ତାରେ ଦୁର୍ଘଟଣା, ସ୍ବାମୀ ଭଗବାନ ମୃତ, ସ୍ତ୍ରୀ ଓ ପୁଅ ଗୁରୁତର   (29-Apr-2025)       ||      ମହାରାଜ ବୀରମିତ୍ରୋଦୟ ସିଂହ ଦେବଙ୍କ ୮୮ତମ ଶ୍ରାଦ୍ଧ ଦିବସ ପାଳିତ   (29-Apr-2025)       ||      ପରଲୋକରେ ବରିଷ୍ଠ କିରାଣୀ ଅଲେଖ ଚନ୍ଦ୍ର ଦାଶ   (29-Apr-2025)       ||      ଶବ୍ଦରେ ଶବ୍ଦରେ ଶ୍ର୍ରଦ୍ଧାଞ୍ଜଳୀ   (29-Apr-2025)       ||      ଅର୍ଥ ମଞ୍ଜୁରୀ ପରେବି ହେଉନି ଟେଣ୍ଡର; ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ    (29-Apr-2025)       ||     

HOME   ଦେଶ ବିଦେଶ

କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଉଦଘାଟିତ, ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଜଣେ ସାହିତ୍ୟ-ଋଷି: ମାଧବ କୌଶିକ

27-Jul-2024



କୋଲକାତା(ପ୍ରେରଣା ଖବର): କୋଲକାତାସ୍ଥିତ କେନ୍ଦ୍ର ସାହିତ୍ୟ ଏକାଡେମୀ ଆଞ୍ଚଳିକ କାର୍ଯ୍ୟାଳୟରେ ଏକାଡେମୀ ତରଫରୁ ଆୟୋଜିତ ଦ୍ୱିଦିବସୀୟ ନିରେନ୍ଦ୍ରନାଥ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଉଦଘାଟିତ ହୋଇ ଯାଇଛି। ଏହି ଆଲୋଚନାଚକ୍ରକୁ ଉଦ୍ଘାଟନ କରିଥିଲେ ବିଶିଷ୍ଟ ବଙ୍ଗଳା ଲେଖକ ତଥା ସାହିତ୍ୟ ଏକାଡେମୀର ମହତ୍ତର ସଦସ୍ୟ ଶୀର୍ଷେନ୍ଦୁ ମୁଖୋପାଧ୍ୟାୟ। ସେ ନିରେନ୍ଦ୍ରନାଥଙ୍କ ସାହିତ୍ୟ, ବ୍ୟକ୍ତିତ୍ୱ, ଦୂରଦୃଷ୍ଟି ଏବଂ ଭାଷା ଜ୍ଞାନ ସଂପର୍କରେ କହିଥିଲେ। କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀର ସଭାପତି ତଥା ପ୍ରଖ୍ୟାତ କବି ଡକ୍ଟର ମାଧବ କୌଶିକ ସଭାପତିତ୍ୱ କରିଥିବା ବେଳେ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ। ଡକ୍ଟର କୌଶିକ ନିଜ ଅଭିଭାଷଣରେ କହିଥିଲେ ଯେ, ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଜଣେ ସାହିତ୍ୟ-ଋଷି। ଡକ୍ଟର ରାଓ ନିରେନ୍ଦ୍ରନାଥଙ୍କ ଜୀବନୀ ଓ କୃତିତ୍ୱ ସଂପର୍କରେ ଆଲୋକପାତ ଦେଇଥିଲେ। ପ୍ରାରମ୍ଭରେ ବିଶେଷ ସୂଚନା ପ୍ରଦାନ କରିଥିଲେ ବଙ୍ଗଳା ଉପଦେଷ୍ଟା ମଣ୍ଡଳୀର ଆବାହକ ତଥା ପଶ୍ଚିମବଙ୍ଗର ଉଚ୍ଚଶିକ୍ଷା ମନ୍ତ୍ରୀ ବ୍ରାତ୍ୟ ବସୁ। ସେ ନିରେନ୍ଦ୍ରନାଥଙ୍କ ଲେଖାର ବିଶେଷତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଆଲୋଚନାଚକ୍ରରେ ମୂଳଭାଷଣ ପ୍ରଦାନ କରି ବଙ୍ଗଳା ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ତଥା ବିଶିଷ୍ଟ ଲେଖକ ଆଲାପନ ବନେ୍ଦାପାଧ୍ୟାୟ କହିଥିଲେ ଯେ, ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀ ବଙ୍ଗଳା ଭାଷାର ସମୃଦ୍ଧି ପାଇଁ ଅନେକ କାର୍ଯ୍ୟ କରିଥିଲେ । ସେ ବଙ୍ଗଳା ସାହିତ୍ୟକୁ ନୂତନ ଦିଗ ଦେଖାଇଥିଲେ। ଏହି ଅବସରରେ ଆଲାପନ ବନେ୍ଦାପାଧ୍ୟାୟଙ୍କ ଦ୍ୱାରା ଇଂରାଜୀ ଭାଷାରେ ରଚିତ ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଜୀବନୀ ଉନ୍ମୋଚିତ ହୋଇଥିଲା । ଉଦ୍ଘାଟନୀ ଅଧିବେଶନରେ ସଂଯୋଜନା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ ସାହିତ୍ୟ ଏକାଡେମୀ କୋଲକାତା କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ । ଅନ୍ୟ ଦୁଇଟି ଅଧିବେଶନରେ ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ଜୀବନୀ ଓ କୃତି ସଂପର୍କରେ ଆଲୋଚନା କରିଥିଲେ ବାରିଦବରଣ ଘୋଷ, ଚିନ୍ମୟ ଗୁହା, ଶେଖର ବସୁ, ହର୍ଷ ଦତ୍ତ, ପ୍ରଚେତ ଗୁପ୍ତ ଏବଂ ପବିତ୍ର ସରକାର। ଆସନ୍ତାକାଲି ଦ୍ୱିତୀୟ ଦିବସରେ ନିରେନ୍ଦ୍ରନାଥଙ୍କ ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା କରିବେ ରମେନ କୁମାର ସର, ସୋନାଲି ଚକ୍ରବର୍ତ୍ତୀ ବାନାର୍ଜୀ, ସୁମିତା ଚକ୍ରବର୍ତ୍ତୀ, ମଧୁଶ୍ରୀ ସେନ ସାନ୍ୟାଲ, ପ୍ରସୂନ ଘୋଷ, ସିଉଲି ସରକାର, ପିନାକେଶ ସରକାର, ତରୁଣ ମୁଖୋପାଧ୍ୟାୟ, କ୍ରିଷ୍ଣରୂପ ଚକ୍ରବର୍ତ୍ତୀ। ଉଦଯାପନୀ ବକ୍ତବ୍ୟ ପ୍ରଦାନ କରିବେ ଅଭିରୂପ ସରକାର। କାର୍ଯ୍ୟକ୍ରମ ଶେଷରେ ସାହିତ୍ୟ ଏକାଡେମୀ ଦ୍ୱାରା ନିର୍ମିତ ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ଉପରେ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ଏହି କାର୍ଯ୍ୟକ୍ରମରେ ବହୁ ଲେଖକ ଲେଖିକା, ସାହିତ୍ୟପ୍ରେମୀ ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରିଜିଓନାଲ୍ କଲେଜ ଅଫ୍ ମ୍ୟାନେଜମେଣ୍ଟରେ ବ୍ରହ୍ମାସ୍ତ୍ର ୩.୦ ସଫଳତା ସହିତ ସମାପ୍ତ   29-Apr-2025
  ଜିଲ୍ଲା  
ଉଦୀୟମାନ ସୁଭଦ୍ରା ସ୍ବାବଲମ୍ବୀ ମହିଳା ଶିକ୍ଷାନୁଷ୍ଠାନର ମହିଳା ସଶକ୍ତିକରଣ କାର୍ଯକ୍ରମ   29-Apr-2025
  ଜିଲ୍ଲା  
ଜିଲ୍ଲାସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ, ମଇ ମାସ ୨୦ରୁ ଆରମ୍ଭ ହେବ ଧାନ ମଣ୍ଡି   29-Apr-2025
  ଜିଲ୍ଲା  
ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ   29-Apr-2025
  ଜିଲ୍ଲା  
ଲୋଇସିଂହା ବ୍ଲକରେ କୃଷକ କ୍ଷେତ୍ର ଦିବସ ପାଳିତ   29-Apr-2025
  ଜିଲ୍ଲା  
ବଲାଙ୍ଗୀର ୨୬ନମ୍ବର ଜାତୀୟ ରାଜପଥ ରାସ୍ତା ଉପରେ ଓଲଟି ପଡ଼ିଲା ଟ୍ୟାଙ୍କର: ଦୁଇ ଗୁରୁତର   29-Apr-2025
  ଜିଲ୍ଲା  
ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୁଲ୍ୟ -ରେ ବିଶ୍ୱ ଭାତୃତ୍ବ ଓ ମାନବତ୍ୱ ଜାଗ୍ରତ ପାଇଁ ଗାଁ ଗାଁ କୁ ଗାୟିତ୍ରୀ ଧର୍ମ ସଚେତନତା ରଥ ପରିକ୍ରମା   29-Apr-2025
  ଜିଲ୍ଲା  
ପୂର୍ତ୍ତମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ   29-Apr-2025
  ଜିଲ୍ଲା  
ଦୁଷ୍ଟ ଶକ୍ତିର ସଂହାର କର୍ତ୍ତା ଭଗବାନ ପର୍ଶୁରାମଙ୍କର ଜନ୍ମୋତ୍ସବ ପାଳନ   29-Apr-2025
  ଜିଲ୍ଲା  
*ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା*-   29-Apr-2025
  ଜିଲ୍ଲା  
"ଗାୟତ୍ରୀ ଯଜ୍ଞ" ମାଧ୍ୟମରେ ଜନ୍ମଦିବସ ପାଳନ" ଏକ ସୁମହତ ପରମ୍ପରା    29-Apr-2025
  ଜିଲ୍ଲା  
ଢେଙ୍କାନାଳ: ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ                    29-Apr-2025

You Might Also Like