-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
27-Jul-2024
ବରଗଡ(ପବିତ୍ରମେହେର): ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ ରୁଚିଦାରେ ଶିକ୍ଷାସପ୍ତାହ ପାଳନ ଅବସରରେ ଇକୋ କ୍ଲବ ମିଶନ ଲାଇଫ୍ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଇକୋ କ୍ଲବର ମାର୍ଗଦର୍ଶକ ଶିକ୍ଷକ ସୁବୋଧ ଭୋଇ ତଥା ୟୁଥ୍ ଏଣ୍ଡ୍ ଇକୋ କ୍ଲବର ମାର୍ଗଦର୍ଶକ ଶିକ୍ଷକ ବଳରାମ ରଣାଙ୍କ
ନେତୃତ୍ବରେ ମାଁ କୁ ଗଛଟିଏ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିସରରେ ଇକୋ କ୍ଲବର ଛାତ୍ରଛାତ୍ରୀ ମାନେ ବିଭିନ୍ନ ଚାରା ରୋପଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ହରିବଲ୍ଲଭ
ପ୍ରଧାନ, ପ୍ରଭାତ କୁମାର ନାୟକ, ତରଣୀ ସେନ୍ ପଧାନ, ଶିକ୍ଷୟିତ୍ରୀ ରୀନା କୁମାରୀ ମେହେର, ମେନକା ସୁନା ଓ ତନୟା ଡନସନା,ସବିତା ଦେହେରୀ, ପୁଷ୍ପାଙ୍ଗିନୀ ଭୁଏ ଓ ବିନି ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।