-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
27-Jul-2024
ଅଦ୍ୟ ତା.27.07.2024 ରିଖ ଶନିବାର ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ ପଣ୍ଡକିଟାଲରେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ଦ୍ଵାରା 50 ଟି ବୃକ୍ଷ ରୋପଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ସୋନପୁର ସମଗ୍ରଶିକ୍ଷା pedagogy coordinator ଡ. ଅକ୍ଷୟ ସାହୁ, ଡୁଙ୍ଗୁରିପାଲି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଗଞ୍ଜାଲୁ ମିର୍ଦ୍ଧା, ଶ୍ରୀ ଜଗତ ମଲ୍ଲିକ, ମାୟବର୍ହା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜୟ ଶ୍ରୀରାମ ସିକନ୍ଦର, ଚିନାଯୁରି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ରମେଶ କୁମାର ଭୋଇ, ଇଚ୍ଛାପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧାଂଶୁ ଶେଖର ସାହୁ, SMC ସଭାପତି ସତ୍ୟନାରାୟଣ ପଧାନ, ଉପସଭାପତି ଜାହ୍ନବୀ ବିଶ୍ଵାଳ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ 40 ଜଣ ମାଁ ଯୋଗଦେଇ ଥିଲେ ।
ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହେମ ସାଗର ବାଗ ଏବଂ ରାଜ୍ୟ ପୁରସ୍କାର ପ୍ରାପ୍ତ ବୃକ୍ଷ ରୋପଣ ଉପଦେଷ୍ଟା ବଳିଷ୍ଠ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟ ର ଶିକ୍ଷକ ପ୍ରମୋଦ ବାରିକ, ରୀତା ମେହେର, ଜାହ୍ନବୀ ଭୋଇ, ଦେବରାଜ ଭୋଇ, ଅଶ୍ଵିନୀ ପଧାନ, PTI ସାନନ୍ଦ ବାରିକ, ସମାଜ ସେବୀ ବଳରାମ ବାଗ ପ୍ରମୁଖ ସହଯୋଗ କରିଥିଲେ ।