-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
27-Jul-2024
ତୁଷୁରା(ପଞ୍ଚାନନ ନାଏକ): ବିଧୁଭୂଷଣ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଜୁଲାଇ ମାସର ଚତୁର୍ଥ ଶନିବାର ୨୭ ତାରିଖ ଅପରାହ୍ନ ୫ ଘଟିକା ସମୟରେ ତୁଷୁରା ଅଗ୍ରସେନ ଭବନର ସଭାଗୃହରେ ସଂସଦ ର ସଭାପତି ଅଖିଳ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ "ଭାରତୀୟ ସଂସ୍କୃତିରେ ଗୁରୁ ଶିଷ୍ୟ ପରମ୍ପରା" ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଞ୍ଚାଳନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ତୁଳସୀ ଜୈନ ଯୋଗଦେଇ ଗୁରୁର ବାତ୍ସଲ୍ୟ ଓ ଶିଷ୍ୟର ବିନୟ ରହିଲେ ଗୁରୁ ଶିଷ୍ୟ ପରମ୍ପରା କାଳଜୟୀ ହେବ ବୋଲି ମତପୋଷଣ କରିଥିଲେ। ମୁଖ୍ୟ ବକ୍ତାଭାବେ ହୀରାବତୀ ସାହୁ ଯୋଗଦେଇ ଗୁରୁ ଓ ଶିଷ୍ୟଙ୍କ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ। ଏଥିରେ ସମ୍ବାଦ ସାହିତ୍ୟ ଘର ଗୁଡଭେଲାର ସଭାପତି ଶ୍ଯାମ ସୁନ୍ଦର ପ୍ରଧାନ, ସନ୍ତୋଷ କୁମାର ବେହେରା, ସୁଧାକର ପ୍ରଧାନ, ବବିତା ନାୟକ ଓ ଭକ୍ତବନ୍ଧୁ ସାହୁ ଯୋଗ ଦେଇ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ। ଶେଷରେ ପ୍ରହଲ୍ଲାଦ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ।