-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
27-Jul-2024
(କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲଙ୍କ ରିପୋର୍ଟ) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ମଧ୍ୟ ବର୍ଷା ଲାଗି ରହିଥିବାରୁ ବ୍ଲକର ଅନେକ ଯାଗାରେ କ୍ଷୟକ୍ଷତି ମଧ୍ୟ ହେଇଛି। ସୂଚନା ଅନୁଯାୟୀ ଏହି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କାଶିନିପଦର ଗ୍ରାମପଞ୍ଚାୟତର ଶାଶିପଦର ଗ୍ରାମରେ ପାଣ କୁଳ ସମାଜ ଗ୍ରାମ୍ୟ କମିଟି ଦ୍ଵାରା ମୈ।ଖିକ ଭାବରେ ଗ୍ରାମରେ ଥିବା ପ୍ରତ୍ୟେକ ପରିବାର ପିଛା ପାଞ୍ଚଶହ ଟଙ୍କା ଆଦାୟ କରି ଗ୍ରାମରେ ଏକ ଆଦିବେଷ୍ଟ୍ ଛପରେ ପାଣ କୁଳ ସମାଜ ଗୃହ ନିର୍ମାଣ କରି ସମାଜର ମାସିକ ବୈଠକ ଏବଂ ବିଭିନ୍ନ ସମାଜର କାର୍ଯ୍ୟ କରି ଆସୁଥିବା ବେଳେ । ଲଘୁଚାପ ପ୍ରଭାବରେ ଲଗାତାର ବର୍ଷା ଯୋଗୁଁ ସମାଜ ଗୃହ ଟି ସମ୍ପୁର୍ଣ୍ଣ ଭାଙ୍ଗି ନଷ୍ଟ ହେଇଯାଇଛି। ସମାଜ ଗୃହ ସମ୍ପୁର୍ଣ୍ଣ ଭାଙ୍ଗି ନଷ୍ଟ ହେଇଥିବା ବେଳେ ଶାଶିପଦର ପାଣ କୁଳ ସମାଜ ଗ୍ରାମ୍ୟ କମିଟିର ସଭାପତି ଦିବ୍ୟପ୍ରସାଦ ଦିଗାଲ , ସମ୍ପାଦକ ସୁନାଶିର ଦିଗାଲ , କୋଷାଧ୍ୟକ୍ଷ ମାନସ ଦିଗାଲ, ଉପଦେଷ୍ଟା ବାଳକୃଷ୍ଣ ଦିଗାଲ, କେଶବ ଦିଗାଲ , ମାୟାଧର ଦିଗାଲ, ତାପସ କୁମାର ଦିଗାଲ , ବିନଦ ଦିଗାଲ, ବଳଭଦ୍ର ଦିଗାଲ , ଦୁଃସାଶନ ଦିଗାଲ, ଆଲୋକ ଦିଗାଲ , ଅଲେଖ ଦିଗାଲ, ମାଧବ ଦିଗାଲ, ପାଣ ସମ୍ପ୍ରଦାୟ ଲୋକମାନେ ଦୁଖଃ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ କୁ ପୁଣି ସମାଜ ଗୃହ ଯେମିତି ପୂର୍ଣ୍ଣ ନିର୍ମାଣ କରାଯାଇ ପାରିବ ସେଥି ପ୍ରତି ସାହାଯ୍ୟ କରିବା ପାଇଁ ଦାବି କରିଛନ୍ତି।