-+91-9937148622 |

prerana_bgr@rediffmail.com |

  Friday 16th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||     

HOME   ରାଜନୀତି

ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା

04-Sep-2026



ବଲାଙ୍ଗୀର(ପ୍ରେରଣା ଖବର): ଅପେକ୍ଷାର ଅନ୍ତଘଟିଲା । ଦେଓଗାଁ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି । ପୂର୍ବସରକାର ଅମଳରେ ଘୋଷଣା ହୋଇଥିବା ପ୍ରସ୍ତାବିତ ସୋନଗଡ ନଦୀର ସିକୁଆଁଠାରେ ଆଇଏସଏସ ନିର୍ମାଣ ପାଇଁ ଜଳସେଚନ ବିଭାଗ ଟେଣ୍ଡର ବାହାର କଲା । ଜଳସେଚନ ବିଭାଗର ଭବାନୀପାଟଣା ସ୍ଥିତ ତେଲବେସିନର ମୁଖ୍ୟନିର୍ମାଣଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବରେ ଏହି ଆଇଏସଏସ ନିର୍ମାଣ ପାଇଁ ୯୧କୋଟି ୧୧ଲକ୍ଷ ୧୯ହଜାର ୮୩୦ ଟଙ୍କାର ଟେଣ୍ଡର ପ୍ରକାଶ ପାଇଛି । ଇ-ପ୍ରକ୍ୟୁରମେଣ୍ଟ ନୋଟିସନମ୍ବର-ଇପିସି/୦୨/୨୦୨୬-୨୭ ତଥା ବିଡ ଆଇଡେଣ୍ଟିଫିକେସନ ନମ୍ବର-ବିଡ-୦୩/୨୬-୨୭ରେ ଏହା ତେଲବେସିନ ଚିଫଇଞ୍ଜିନିୟରଙ୍କ କାର୍ଯ୍ୟାଳୟରୁ ଏହା ବାହାରିଛି । ଟେଣ୍ଡର ପରେ ଦୁଇବର୍ଷ ମଧ୍ୟରେ ଏହାର ନିର୍ମାଣ କାମ ସରିବ ବୋଲି ନିର୍ଦ୍ଧାରଣ କରାଯାଇଛି । ପ୍ରକାଶ ଯେ, ସୋନଗଡ ନଦୀରେ ବର୍ଷାପରେ ପାଣି ଶୁଖିଯାଉଛି । ଯାହା ଫଳରେ ଦେଓଗାଁ ଓ ସଦରବ୍ଲକ ଅଞ୍ଚଳର ଅନେକ ଗ୍ରାମକୁ ପାନୀୟଜଳ ଯୋଗାଣ ହୋଇପାରୁନାହିଁ । ଏହି ଆଇଏସଏସ ନିର୍ମାଣ ହେଲେ ଉଭୟ ଦେଓଗାଁ ବ୍ଲକ ଓ ସଦରବ୍ଲକ ଅଞ୍ଚଳର ପ୍ରାୟ ୫୦ଟି ଗ୍ରାମର ଲୋକ ଉପକୃତ ହୋଇପାରିବେ । ଭୂତଳ ଜଳସ୍ତର ବଢିବା ସାଙ୍ଗକୁ ଏଠାରୁ ଉଠାଜଳସେଚନ ମାଧ୍ୟମରେ ଚାଷିଙ୍କ ଜମିକୁ ଜଳସେଚିତ କରାଯାଇ ପାରିବ । ମୁଖ୍ୟତଃ ଚାଷିଙ୍କ ଜମିକୁ ଜଳସେଚନ ଓ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଲ୍ପଗୁଡିକ ଅଧିକ ପରିମାଣରେ ଉପକୃତ ହେବେ । କେବଳ ସେତକି ନୁହେଁ ଏଠାରୁ ମାତ୍ର ଦେଢକିଲୋମିଟର ଦୂରରେ ଥିବା ବୁଢାଡଙ୍ଗର ପାହାଡ ସହିତ ଏହାକୁ ଇକୋଟୁରିଜମରେ ସାମିଲ କଲେ ଅଞ୍ଚଳର ସାମଗ୍ରୀକ ବିକାଶ ମଧ୍ୟ ହୋଇପାରିବ । ଏହି ପ୍ରକଲ୍ପ ପାଇଁ ଦେଓଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର ତଥା ସୋନଗଡ ବ୍ୟାରେଜ ଏକ୍ସନକମିଟିର ସଭାପତି ସ୍ଥାନୀୟ ଜନସାଧାରଣଙ୍କୁ ନେଇ ଅନେକଥର ଆନ୍ଦୋଳନ କରୁଥିଲେ । ପୂର୍ବ ନବୀନ ସରକାର ଅମଳରେ ଘୋଷିତ ପ୍ରକଲ୍ପର ବିଳମ୍ବକୁ ନେଇ ସ୍ଥାନୀୟ ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ପ୍ରଶ୍ନ କରିବା ସହିତ ଜଳସେଚନ ବିଭାଗ ଦାୟୀତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ଚିଠିଲେଖି ହସ୍ତକ୍ଷେପ କରିବାକୁ ଦାବି କରିଥିଲେ । ଏହି ପ୍ରକଲ୍ପ ପାଇଁ ବର୍ତ୍ତମାନର ମୁଖ୍ୟଶାସନସଚିବ ଶ୍ରୀମତୀ ଅନୁ ଗର୍ଗ,ତତକାଳିନ ଜଳସେଚନ ବିଭାଗର ଇନଞ୍ଜିନିୟରିଂ ଇନ ଚିଫ ଚନ୍ଦ୍ରଶେଖର ପାଢୀ ଓ ବର୍ତ୍ତମାନର ଜଳସେଚନ ବିଭାଗର ପ୍ରମୁଖ ଶାସନସଚିବ ଶ୍ରୀମତୀ ଶୋଭା ଶର୍ମା ତତ୍‌ପରତା ଦେଖାଇଥିଲେ । ଡିପିଆର ପ୍ରସ୍ତୁତ ହୋଇ ଏବେ ଶେଷରେ ସୋନଗଡ ନଦୀର ସିକୁଆଁ ଆଇଏସଏସ ପାଇଁ ଟେଣ୍ଡର ବାହାରିବା ପରେ ବିଭିନ୍ନ ମହଲରେ ଖୁସିର ମାହୋଲ ଦେଖାଯାଇଛି । ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ ବିଧାୟକ କଳିକେଶନାରାୟଣ ସିଂଦେଓଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ସୋନଗଡ ଏକ୍ସନ କମିଟିର ସଭାପତି ଲକ୍ଷ୍ମଣକୁମାର କୃତଜ୍ଞତା ଜଣାଇଛନ୍ତି ।

 

ସିକୁଆଁରେ ବିଧାୟକ କଳିକେଶଙ୍କୁ ଭବ୍ୟସମ୍ବର୍ଦ୍ଧନା

ବଲାଙ୍ଗୀର,-ସୋନଗଡ ନଦୀରେ ସିକୁଆଁଠାରେ ଆଇଏସଏସ ନିର୍ମାଣ ପାଇଁ ଜଳସେଚନ ବିଭାଗ ପକ୍ଷରୁ ଟେଣ୍ଡର ବାହାରିବା ପରେ ଦେଓଗାଁ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ପ୍ରକଲ୍ପରେ ସଫଳତା ପରେ ବିଧାୟକ କଳିକେଶନାରାୟଣ ସିଂଦେଓଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଛି । ସେଥିପାଇଁ ଆଜି ସିକୁଆଁଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚାଷି ତଥା ଗ୍ରାମବାସୀ ବିଧାୟକ କଳିକେଶନାରାୟଣ ସିଂଦେଓ ଓ ସୋନଗଡ ପ୍ରକଲ୍ପ ଏକ୍ସନ କମିଟିର ସଭାପତି ପୂର୍ବତନ ବ୍ଲକଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ଦିନ ୧୨ଟା ସମୟରେ ବିଧାୟକ କଳିକେଶ ପହଞ୍ଚିବା ପରେ ତାଙ୍କୁ ଏକ ଶୋଭାଯାତ୍ରାରେ ସିକୁଆଁ ଶିବମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା । ସେଠାରେ ଏକ୍ସନକମିଟିର ସଂପାଦକ ଶୈଳେନ୍ଦ୍ରକୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରକାଶ ଯେ,ସୋନଗଡ ନଦୀରେ ସିକୁଆଁଠାରେ ଏହି ଆଇଏସଏସ ନିର୍ମାଣ କରିବାକୁ ବହୁବର୍ଷ ହେଲା ଆନ୍ଦୋଳନ ଚାଲିଥିଲା । ଏବେ ତାହା ସଫଳ ହୋଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦେଓଗାଁ ବ୍ଲକଅଧ୍ୟକ୍ଷ ଦୟାନିଧି ଖମାରୀ,ବିଧାୟକଙ୍କ ଦେଓଗାଁ ବ୍ଲକପ୍ରତିନିଧି ସୁଶିଳ ଚାନ୍ଦ,ବରିଷ୍ଠ ସଂଗଠକ ପ୍ରମୋଦ ବହିଦାରଙ୍କ ସମେତ ବହୁସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026
  ଜିଲ୍ଲା  
କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି   16-Oct-2026
  ଜିଲ୍ଲା  
ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   16-Oct-2026
  ଜିଲ୍ଲା  
କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   15-Oct-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼   15-Oct-2026
  ଜିଲ୍ଲା  
ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   15-Oct-2026
  ଜିଲ୍ଲା  
ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   15-Oct-2026

You Might Also Like