-+91-9937148622 |

prerana_bgr@rediffmail.com |

  Friday 16th October 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||      *ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   (14-Oct-2026)       ||      ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ    (14-Oct-2026)       ||      ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   (14-Oct-2026)       ||     

HOME   ରାଜନୀତି

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ

03-Sep-2026



ବଲାଙ୍ଗିର(ପ୍ରେରଣା ଖବର): ରାଜେନ୍ଦ୍ର ମହାବିଦ୍ୟାଳୟ ବିଶ୍ୱ ବିଦ୍ୟାଳୟର ରୂପ ନେଲା, କିନ୍ତୁ ଆଜି ଯାଏଁ ବିଶ୍ୱ ବିଦ୍ୟାଳୟ କେବଳ ଏକ ସାଇନବୋର୍ଡରେ ରହିଯାଇଛି । ଶିକ୍ଷକ ଓ ଅଣଶିକ୍ଷକ ପଦବୀର ଏଠି ମରୁଡି ପଡିଛି । ଭିତ୍ତିଭୂମି ମଧ୍ୟ କୌଣସି ଆଖି ଦୃଶିଆ ବିକାଶ ହୋଇନାହିଁ । ଦୁଇ ଦିନ ତଳେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ନିଜେ ସ୍ୱିକାର କରିଛନ୍ତି ଯେ ତାଙ୍କ ପୂର୍ବ ପୁରୁଷ ଏହି ଶିକ୍ଷାନୁଷ୍ଠାନ ପାଇଁ ୨୦୦ ଏକର ଜମି ପ୍ରଦାନ କରିଥିଲେ । ସେ ଏହା ବି ସ୍ୱିକାର କରିଛନ୍ତି ଯେ ସେହି ଜମିିକୁ ବିଶ୍ୱ ବିଦ୍ୟାଳୟ ନିଜର କରି ରଖି ନାହିଁ ଏହାର ୭୫ ଭାଗ ଜମି ହଡପ ହୋଇଯାଇଛି । ତାଙ୍କର ଏହି ସ୍ପଷ୍ଟ ମନ୍ତବ୍ୟ ପାଇଁ ମୁଁ ନିଶ୍ଚିତ ଭାବେ ତାଙ୍କୁ ଧନ୍ୟବାଦ ଦେଉଛି ଏବଂ ତା ସହ ଅନୁରୋଧ କରୁଛି ଯେ ତାଙ୍କ ସରକାର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଏହି ହଡପ ହୋଇଯାଇଥିବା ଜମିକୁ ଯେତେ ଶିଘ୍ର ହେବ ଜମି ହଡପକାରି ଙ୍କ କବଜାରୁ ମୁକଲାଇ ପୁଣି ବିଶ୍ୱ ବିଦ୍ୟାଳୟକୁ ଫେରେଇବାର ବ୍ୟବସ୍ଥା କରନ୍ତୁ । ଯେହେତୁ ସେ ଏବେ ଉପ ମୁଖ୍ୟମନ୍ତ୍ରୀ ଭାବେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି ଏବଂ ଏହି ଅନୁଷ୍ଠାନ  ତାଙ୍କ ପୂର୍ବପୁରୁଷଙ୍କ ନାଁ ରେ ନାମିତ ଅଛି ତେଣୁ ଶିକ୍ଷାର ବିକାଶ ପାଇଁ ବିଶ୍ୱ ବିଦ୍ୟାଳୟର ହଡପ ଜମିକୁ ପୁଣି ଫେରେଇ ପାରିଲେ ବଲାଙ୍ଗିରବାସୀ ନିଶ୍ଚିତ ଭାବରେ କୃତଜ୍ଞତା ପ୍ରକାଶ କରିବେ ବୋଲି ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଏକ ପ୍ରେସବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି । ଏହା ସହ ଆହୁରି ମଧ୍ୟ ସେ କହିଛନ୍ତି ଯେ ଯେହେତୁ ପୂର୍ବ ସରକାର ସମୟରେ ବିଧାନସଭା ଅଧିବେଶନରେ ରାଜ୍ୟପାଳ ନିଜ ଅଭିଭାଷଣରେ କେବିକେ ଅଂଚଳରେ ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ହେବ ବୋଲି କହିଥିଲେ ଏବଂ ଏହା ମଧ୍ୟ ସତ୍ୟ ଯେ କେବିକେ ଅଂଚଳରୁ କୃଷି ବିଶ୍ୱ ବିଦ୍ୟାଳୟ ପାଇଁ କେବଳ ବଲାଙ୍ଗିରବାସୀ ହିଁ ଦାବି କରି ଆସୁଛନ୍ତି ତେଣୁ ଉପ ମୁଖ୍ୟମନ୍ତ୍ରୀ ବଲାଙ୍ଗିରବାସୀଙ୍କ ଦାବିକୁ ସମ୍ମାନ ଦେଇ ବଲାଙ୍ଗିର ରେ କୃଷି ବିଶ୍ୱ ବିଦ୍ୟାଳୟ ଦିଗରେ ପଦକ୍ଷେପ ନେବେ । ଗଡଜାତ ମିଶ୍ରଣ ରାଜିନାମାରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ଯଦି ହାଇକୋର୍ଟର ବ୍ୟାଂଚ ଭବିଷ୍ୟତରେ କେବେ ବି ସ୍ଥାପନ ହୁଏ ତେବେ ବଲାଙ୍ଗିର ର ଦାବିକୁ ଅଣଦେଖା କରାଯାଇ ପାରିବ ନାହିଁ । ଏହି ମନ୍ତବ୍ୟକୁ ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରତିଷ୍ଠା ଦିବସରେ ଦେହୋରାଇଛନ୍ତି । ତାଙ୍କର ଏହି ଉକ୍ତି ସହ ମୁଁ ମଧ୍ୟ ସହମତ । ତେଣୁ ବର୍ତ୍ତମାନର ସରକାର ବଲାଙ୍ଗିରରେ ଯେପରି ହାଇକୋର୍ଟ ବ୍ୟାଂଚ ସ୍ଥାପନ କରିବେ ସେ ଦିଗରେ ଉପମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ । ବିଜେପି ସରକାର ଇତି ମଧ୍ୟରେ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ସମୟ ହୋଇଗଲାଣି ଏହା ସତ୍ତ୍ୱେ ସରକାରଙ୍କ ଘୋଷିତ ଦେଓଗାଁ ଚିନିକଳ ଆଜି ପର୍ଯ୍ୟନ୍ତ ଚାଲୁ ହୋଇପାରୁନାହିଁ ଏହା ଯେପରି ଶିଘ୍ର ଚାଲୁ ହେବ ଏବଂ ଜିଲ୍ଲାର ଲୋକେ ଏହା ସୁଫଳ ପାଇପାରିବେ ସେ ଦିଗରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଶିଘ୍ର ପଦକ୍ଷେପ ନିଅନ୍ତୁ ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026
  ଜିଲ୍ଲା  
କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି   16-Oct-2026
  ଜିଲ୍ଲା  
ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   16-Oct-2026
  ଜିଲ୍ଲା  
କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   15-Oct-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼   15-Oct-2026
  ଜିଲ୍ଲା  
ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   15-Oct-2026
  ଜିଲ୍ଲା  
ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   15-Oct-2026
  ଜିଲ୍ଲା  
ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   15-Oct-2026
  ଜିଲ୍ଲା  
ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   15-Oct-2026

You Might Also Like