-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
26-Nov-2023
ପାଟଣାଗଡ଼(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଡାଙ୍ଗବାହାଲ ଗାଁରେ ମନରେଗା ଯୋଜନାରେ ମହା ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି | କାମ ନ କରି ଲକ୍ଷାଧିକ ଟଙ୍କା ଉଠାଣ କରି ଚଳୁ କରିଦେଇଥିବାରୁ ଏହାର ଉପଯୁକ୍ତ ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି l
ମିଳିଥିବା ସୂଚନା ଅନୁସାରେ ଡାଙ୍ଗବାହାଲ ଗାଁର ପାଣିଗ୍ରାହୀ ସରନେମ ଥିବା ଜଣେ ବ୍ୟକ୍ତି ଗତ ୨୦୨୨-୨୩ ବର୍ଷରେ ଜମି ମରାମତି କରିବାକୁ କାର୍ଯ୍ୟଦେଶ ପାଇଥିଲେ | ଏ ନେଇ କି ମନରେଗା
ପୋର୍ଟାଲ ରେ କାମ କରିଥିବା ନେଇ ଲକ୍ଷାଧିକ ଟଙ୍କା ବି ଉଠାଣ କରାଯାଇଛି |କିନ୍ତୁ କାଗଜ କଲମ ରେ ଦେଇଥିବା ପ୍ଲଟ ରେ କିଛି କାମ ହୋଇନଥିବା ଜଣାପଡିଛି | ବିନା କାମରେ ଲକ୍ଷାଧିକ
ଟଙ୍କା ଉଠାଇ ଚଲୁ କରିଦେଇଥିବା ଅଭିଯୋଗ ହେଉଛି |ଅନ୍ୟପଟେ ଟଙ୍କା ହଡ଼ପ କରିଥିବା ବାବୁ ଜଣକ ନିଜକୁ ଜଣେ ଗଣମାଧ୍ୟମ ପ୍ରତିନିଧି କହି ରାଜନେତାଙ୍କ ପଛରେ ମଧ୍ୟ ବୁଲାବୁଲି କରନ୍ତି |ଏମିତି କି ଏହି ଘଟଣାକୁ ଢାଙ୍କିବାକୁ ଅଧିକାରୀ ମାନଙ୍କ ଉପରେ ବି ଚାପ ପକାଉଥିବା ଅଭିଯୋଗ ହେଉଛି |ତେଣୁ ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେଇ ଏହାର ତଦନ୍ତ କରିବାକୁ ଦାବି ହେଉଛି। ଏନେଇ ଗାଁ ସାଥି ଙ୍କୁ ପଚାରିବାରୁ ଏମିତି କିଛି କାମ ହୋଇନଥିବା ସେ କହିଛନ୍ତି l