-+91-9937148622 |
prerana_bgr@rediffmail.com |
Sunday 9th February 2025 |
R.N.I. Regd No. ODIODI/2010/46693
Breaking News
14-Aug-2023
ବରଗଡ:-ବରଗଡ଼ ଜିଲ୍ଲା ପାଇକମାଲ ସ୍ଥିତ ଶ୍ରୀଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟରେ ପଠନ କରିଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବୈଠକ ଆଇ.ଓ.ଜି.ଏଲ ଯାତ୍ରୀ ନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି।ଡ଼ା:ମନୋରଞ୍ଜନ ଦେବତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ପୁରାତନ ଛାତ୍ର ସଂସଦ ଗଠନ ପାଇଁ ଏକ ୧୦ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି।ଉକ୍ତ କମିଟୀରେ ଡାକ୍ତର ପ୍ରଦୀପ ଦୋରା,ଡାକ୍ତର ରତ୍ନ ଅଗ୍ରୱାଲ,ଡାକ୍ତର ଚିତ୍ତରଞ୍ଜନ ଦାନୀ,ଡାକ୍ତର ନାରାୟଣ ପୁରୋହିତ,ଡାକ୍ତର ଲମ୍ବୋଦର ପଣ୍ଡା,ଡାକ୍ତର ସୁଶିଲ ବଡ଼ପଣ୍ଡା,ଡାକ୍ତର ଶ୍ରୀବର୍ତ୍ସ ଦାଶ,ଆଦିତ୍ୟ କେଶରୀ ବାରିକ,ଡାକ୍ତର ଯୋଗେନ୍ଦ୍ର ପ୍ରଧାନ ଓ ପ୍ରମୋଦ କୁମାର ଚନ୍ଦ୍ରକାର ଆଗାମୀ ବୈଠକରେ ନିତି ନିର୍ଦ୍ଧାରଣ ପାଇଁ ଦାୟିତ୍ୱ ନେଇଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ।