-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
05-Jan-2025
ବଲାଙ୍ଗୀର (ପ୍ରେରଣା ଖବର): 'ବଲାଙ୍ଗୀର ଆସିଲେ ପ୍ରାୟ ମୋତେ ଭାବପ୍ରବଣ ଲାଗେ କାରଣ ଏହା ମୋର ଜନ୍ମମାଟି | ମୋତେ ମୋର ମାଟି ଅତିପ୍ରିୟ | ଆପଣଙ୍କ ଚେଷ୍ଟା ସାଧୁବାଦର ହକଦାର' ।
ଆଜି ସନ୍ଧ୍ୟାରେ ଭୂମିକା ଅନୁଷ୍ଠାନ ତରଫରୁ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆ ଠାରେ ଆୟୋଜିତ ସର୍ବଭାରତୀୟ ବହୁଭାଷୀ ନାଟ୍ୟ ସମାରୋହ ମଠଖାଇ ମହୋତ୍ସବ ର ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଭାରତ ସରକାରଙ୍କ ଜି.ଏସ୍. ଟି
ଏପେଲେଟ କାଉନସିଲ ଜଷ୍ଟିସ୍ ଡ. ସଂଜୟ ମିଶ୍ର । ସମ୍ମାନିତ ଅତିଥି ଭାବେ ସମ୍ବାଦ ଓ କନକର ଗ୍ରୁପ ଏଡିଟର ଭବାନୀ ତ୍ରିପାଠୀ ଯୋଗଦେଇ ନିଜ ଅଭିଭାଷଣରେ କଳା କେବେ ମରେନାହିଁ, ଏହା ନିରନ୍ତର ପ୍ରବାହମାନ ବୋଲି କହିଥିଲେ । ନାଟକ ବଂଚିବା ପର୍ଯ୍ୟନ୍ତ ମଣିଷ ନିଜର ଅଭିନୟ କରିଚାଲି ଥିବ ବୋଲି ଶ୍ରୀ ତ୍ରିପାଠୀ ମତପ୍ରକାଶ କରିଥିଲେ। ମଠଖାଇ ମହୋତ୍ସବର ଅଧ୍ୟକ୍ଷ ନରସିଂହ ମିଶ୍ର ମଞ୍ଚାସୀନ ରହି ଉପସ୍ଥିତ ନାଟ୍ୟପ୍ରେମୀ ଓ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଭୂମିକା ର ସଭ୍ୟ ତଥା ଦୈନିକ ପ୍ରମେୟ ର କେବିକେ ସଂସ୍କରଣ ମୁଖ୍ୟ ଅଖିଳ ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ଦିବସରେ ଭୂମିକାର ରଶ୍ମି ରଞ୍ଜନ ବକ୍ସି ପ୍ରାରମ୍ଭିକ ଭାଷଣ ଦେଇଥିଲେ। ଆଜିର ମଞ୍ଚକୁ ସ୍ଵର୍ଗତ ନିମାଇଁ ଚରଣ ପାଣିଗ୍ରାହୀଙ୍କ ନାମରେ ସମର୍ପିତ କରାଯାଇଥିଲା । ଜଷ୍ଟିସ୍ ସଞ୍ଜୟ ମିଶ୍ରଙ୍କୁ ମାନପାତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ମଠଖାଇ ସମ୍ମାନ ପ୍ରଦାନ କରାଯାଇଥିଲା । ମାନପତ୍ର ପଠନ କରିଥିଲେ ଅର୍ଘ୍ୟ ଅର୍ପଣ ମିଶ୍ର । ଏହି ଅବସରରେ
ଭୂମିକା ପକ୍ଷରୁ ସ୍ମରଣିକା 'ନାଟ ମଣ୍ଡପ' ଉନ୍ମୋଚିତ ହୋଇଥିଲା । ସଭା ଶେଷରେ ଭବାନୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ| l ଭାଲେରର ସମଲେଶ୍ଵରୀ କଳା ପରିଷଦ ତରଫରୁ ଡାଲଖାଇ ନୃତ୍ୟ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଥିଲା । ପରେ ପଦ୍ମପୁରର ନାଟ୍ୟାନୁଷ୍ଠାନ 'ଲୁ' ତରଫରୁ ପରିବେଷିତ କୋଶଲି ନାଟକ 'ଆଦମଖୋର୍' କୁ ଦର୍ଶକ ମାନେ ଉପଭୋଗ କରିଥିଲେ l ଆସନ୍ତା ଜାନୁୟାରୀ ୯ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା କଳା,ସାହିତ୍ୟ ଓ ମନୋରଞ୍ଜନ ର ଅନନ୍ୟ ପର୍ବ ମଠଖାଇ ମହୋତ୍ସବରେ ବହୁସଂଖ୍ୟାରେ ନାଟ୍ୟପ୍ରେମୀ ଓ ଜନସାଧାରଣ ଯୋଗଦେଇ ଉତ୍ସବକୁ ସଫଳ କରିବା ପାଇଁ ଭୂମିକା ଅନୁଷ୍ଠାନ ତରଫରୁ ନିବେଦନ କରାଯାଇଛି ।