-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ମନୋରଞ୍ଜନ

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଅଘଟଣ,ନିଖୋଜ ଦାଦନ ଶ୍ରମିକ ର ମାଁ ପଚାରୁଛି, ମୋ ହଜିଲା ପୁଅ କୁ କିଏ ଖୋଜି ଆଣିଦେବ ?

10-May-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ)  ଏଥର କଣ୍ଟାବାଞ୍ଜି ବିଧାନସଭା ଆସନରେ ହିଞ୍ଜଳି ସହ ଦ୍ବୈତପ୍ରାର୍ଥୀ ହୋଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାଦନଗଡ ଭାବରେ କୁଖ୍ୟାତ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମୋଟ ପ୍ରାୟ ଦୁଇ ଲକ୍ଷ ପଞ୍ଚାନବେ ହଜାର ଲୋକଙ୍କ ମଧ୍ୟରୁ ପ୍ରାୟ ଲକ୍ଷାଧିକ ଭୋଟର ପ୍ରତିବର୍ଷ ପରି ବାହାରେ ଦାଦନ ଖଟୁଥିବାବେଳେ , ଏବେ ମତଦାନ କରିବାକୁ ସେମାନଙ୍କୁ  ଭୋଟ୍ ଦିନ ଆଣି ପୁଣି ଫେରାଇଦେବାକୁ କେତେକ ଦାଦନସର୍ଦ୍ଦାର ବନାମ ବିପକ୍ଷଦଳର ପ୍ରାର୍ଥୀ ସକ୍ରିୟ ହୋଇ ଉଠିଥିବା ପ୍ରକାଶ । ଏମାନଙ୍କ ମଧ୍ୟରେ ଏକ ଜାତୀୟ ଦଳର ଜଣେ ଦାଦନସର୍ଦ୍ଦାର ମଧ୍ୟ ପ୍ରାର୍ଥୀ ଅଟନ୍ତି । ପ୍ରତିବର୍ଷ ରାଜ୍ୟବାହାରକୁ ମୁଖ୍ୟତଃ ଇଟାଭାଟିରେ କାମ କରିବାକୁ ଯାଉଥିବା ଦାଦନଶ୍ରମିକମାନେ ସେଠ୍ ଓ ସର୍ଦ୍ଦାରଙ୍କ ଦ୍ବାରା ନିର୍ଯାତନା ଓ ଶୋଷଣର ଶିକାର ହୋଇଥା'ନ୍ତି । ତେଣୁ ତିନିଦିନତଳେ ଟିଟିଲାଗଡଠାରେ ଆୟୋଜିତ ନିର୍ବାଚନୀସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଏଥର ' ଦାଦନମୁକ୍ତ ଓଡିଶା ' ର ଆହ୍ୱାନ ଦେଇ ଭୋଟରଙ୍କ ଅନୁକମ୍ପା ଆଶା କରିଛନ୍ତି । ଏହା ସହ ଦିନକପରେ ବଲାଙ୍ଗୀରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀଗସ୍ତରେ ଆସୁଥିବା ଓ ତା' ପରଦିନ କଣ୍ଟାବାଞ୍ଜି ବିଧାନସଭା ଆସନ ରେ ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କର ବଲାଙ୍ଗୀର ଜିଲ୍ଲାଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏଥର ଏହି ଅଞ୍ଚଳରେ ଦାଦନଶ୍ରମିକ ସମସ୍ୟା ହିଁ କଣ୍ଟାବାଞ୍ଜି ଜିଲ୍ଲାଦାବି ସହ ମୁଖ୍ୟ ପ୍ରସଙ୍ଗ ପାଲଟିଛି ।
ତେବେ ସଦ୍ୟତମ ଦାଦନ ଦୁଃଖର ଏକ ଦୁର୍ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।  ଗତ ୨୬ ତାରିଖରେ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ତିନିମହଲା ମେଡିସିନ୍ ଷ୍ଟୋର୍ ଛାତରୁ ଜଣେ ବିଧବାବୃଦ୍ଧା ମହିଳା ଡେଇଁପଡିବାକୁ ଉଦ୍ୟମ କରୁଥିବାବେଳେ ତାକୁ ଉଦ୍ଧାର କରାଯାଇଛି । ଅନୁସନ୍ଧାନରୁ ପ୍ରକାଶ ଯେ ମୁରିବାହାଲ ଥାନା ଅନ୍ତର୍ଗତ ବଡସାଇମରା ପଞ୍ଚାୟତର ସାନଝରବାହାଲି ଗ୍ରାମର ପଦ୍ମା ସେଠ୍ ନାମ୍ନୀ ଜଣେ ବିଧବାବୃଦ୍ଧା ନିଜର ଅସୁସ୍ଥତାର ଚିକିତ୍ସା ନିମନ୍ତେ ବଡପୁଅ ସାଙ୍ଗରେ ଏହି ଡାକ୍ତରଖାନାକୁ ଆସିଥିଲେ ।  ତାଙ୍କର ସାନପୁଅ ମୈତ୍ର ସେଠ୍ ( ୨୫ ) ଗତବର୍ଷ ଅକ୍ଟୋବର ୧୨ ତାରିଖରେ ଗ୍ରାମର ଅରୁଣ ଜାଲ ନାମକ ଅନ୍ୟଜଣେ ଯୁବକ ସହ ପାଖ ଗ୍ରାମ ଅଣ୍ଡାଲଦରୋର ସର୍ଦ୍ଦାର ସୁଶାନ୍ତ ପାତ୍ର ଜରିଆରେ ତା'ଠାରୁ ୨୦ ହଜାର ଟଙ୍କା ଅଗ୍ରୀମ ନେଇ ତେଲେଙ୍ଗାନାର ଗୌରେଡ୍ଡି ପେଟ୍ ଗ୍ରାମର ନାଲ୍ଲୁରୀ ସିଦ୍ଦାଇୟାହ ନାମକ ମାଲିକର ଏନ ବି ସି ଇଟାଭାଟିରେ ଜେସିବି ଡ୍ରାଇଭର ଭାବରେ କାମ କରିବାକୁ ଚାଲାଣ ହୋଇଥିଲା । ନୂଆଖାଇ ପରେ ସେଠାକୁ ଯାଇଥିବା ଉକ୍ତ ଯୁବଦାଦନଶ୍ରମିକର ସେହି କାର୍ତ୍ତିକ ପୂର୍ଣ୍ଣିମାର ପ୍ରାୟ ମାସେ ପରେ ଆଉ କୌଣସି ଖବର ନ ମିଳିବାରୁ ପରିବାର ପକ୍ଷରୁ ସର୍ଦ୍ଦାର ପାଖକୁ ଯାଇ ପଚରାଉଚୁରା କରି ନିରାଶ ହୋଇପଡିବାରୁ  ଗ୍ରାମର କିଛିଲୋକ ସହାୟତାରେ ପରିବାର ପକ୍ଷରୁ ସେଠାକୁ ଯାଇ ଖୋଜଖବର ନେବାରୁ ଗତ ନଭେମ୍ବର ୨୯ ତାରିଖରୁ ମୈତ୍ର ନିଖୋଜ୍ ଥିବା ଜାଣିବାକୁ ପାଇଲେ ।  ସେଠାରେ ତାର କୌଣସି ସନ୍ତୋଷଜନକ ପତ୍ତା ନ ପାଇବାରୁ  ସେମାନେ ସେଠାକାର ପେଡାପଲ୍ଲୀ ଥାନାରେ  ବାଧ୍ୟହୋଇ ଏକ ଏତଲା ଦେଇଥିଲେ । ଏହା ଉକ୍ତ ପେଡାପଲ୍ଲୀ ଥାନାର ନିଖୋଜ ଏତଲା ( ୪୫୩/ ୨୩ ) ଦର୍ଜ କରାଯାଇଛି ।  ଏଥିସହ ପରିବାର ପକ୍ଷରୁ କେତେକ ସ୍ଥାନୀୟ ତଥାକଥିତ କୋଶଳୀନେତା ସିପୁନ ଖମାରୀ ପ୍ରମୁଖଙ୍କ ସହାୟତାରେ ସ୍ଥାନୀୟ ମୁରିବାହାଲ ଥାନାରେ ମଧ୍ୟ ଏତଲା ଦେଇଥିଲେ । ମୁରିବାହାଲ ଥାନାଧିକାରିଣୀ ସିପୋରା ଲୁଗୁନଙ୍କ ଠାରୁ ପ୍ରକାଶ ଯେ , ସେ ଥାନାରୁ ସେଠାକୁ ପୁଲିସ୍ ପଠାଇ ତଦନ୍ତ କରିଥିଲେ ହେଁ , ଅଦ୍ୟାବଧି କୌଣସି ଖୋଜଖବର ମିଳିପାରିନାହିଁ । ଏଥିରେ ସର୍ଦ୍ଦାର ଯିବାକୁ ଗାଡି ଯୋଗାଇଦେବା ସହ ଓ ଖର୍ଚ୍ଚବାର୍ଚ୍ଚ ବହନ କରିଥିଲା । କିନ୍ତୁ ପୁଅସହ  ଏକାସାଙ୍ଗରେ ଯାଇଥିବା ଗାଁ'ର ଅରୁଣ ଜାଲ୍ ନାମକ ଯୁବକ ଜଣକ ଅଦ୍ୟାବଧି ସେଠାରେ ରହି କାମ କରୁଥିଲେ ହେଁ , ସେ ମୈତ୍ରର ନିଖୋଜ୍ ସମ୍ପର୍କରେ ରହସ୍ୟମୟ ନୀରବତା ଅବଲମ୍ବନ କରିଆସିଛି । ଏହାପରେ ମଧ୍ୟ ପୁଅର କୌଣସି ଖବରଅନ୍ତର ନ ପାଇ ଏହି ବିଧବାବୃଦ୍ଧା ମାଆ ଗାଁ'ରୁ ଚାଲି ଚାଲି ଦୁଇଥର ବଲାଙ୍ଗୀର ଯାଇ ଜିଲ୍ଲାପାଳ ,

ଏସ୍ ପି ଓ ଶ୍ରମଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଗୁହାରି କରିଥିଲେ । ତଥାପି ପୁଅର କୌଣସି ଖବର ନ ମିଳିବାରୁ ମାଆ ପାଗଳୀପ୍ରାୟ ହୋଇଯାଇଥିଲେ । 

ଏହାପରେ ସେ ଗତ ୨୬ ତାରିଖର ଦିନପ୍ରାୟ ୧୧ଟାବେଳେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତା ହେବାକୁ ଯାଇଥିବାବେଳେ ନିଜପୁଅ ସହ ସାଦୃଶ୍ଯ ଥିବା ଜଣେ ପିଲାକୁ ଦେଖି ଦୁଃଖରେ ମ୍ରିୟମାଣ ହୋଇପଡି ଡାକ୍ତରଖାନା କୋଠା ଉପରକୁ ଚଢିଯାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଓ ସେଠାରେ ସସ୍ମିତା ଖୁରା ନାମ୍ନୀ ଜଣେ ମହିଳା ଦେଖିପାରି ଅନ୍ୟମାନଙ୍କ ସହାୟତାରେ ଉଦ୍ଧାର କରିଥିଲେ । ଖବର ପାଇ କଣ୍ଟାବାଞ୍ଜି ଥାନାରୁ ପୁଲିସ୍ ପହଞ୍ଚି ତଦନ୍ତ କରିଥିବା ଦେଖାଯାଇଥିଲେ ହେଁ , ପୂର୍ବଥର ପରି ସର୍ଦ୍ଦାରକୁ ଡକାଇଥିବା କଣ୍ଟାବାଞ୍ଜି ଥାନାଧିକାରୀ ରଶ୍କିତା ବେହେରା କିମ୍ବା ଏସଡିପିଓ ଗୌରାଙ୍ଗ ଚରଣ ସାହୁଙ୍କ ଦ୍ବାରା ଏତେବଡ ସମ୍ବେଦନଶୀଳ ଚର୍ଚ୍ଚିତ ଘଟଣାଟିର ବିଶେଷ ତଦନ୍ତ କରାଯାଇ ତାଙ୍କ ହଜିଲାପୁଅର କୌଣସି  ଖୋଜ୍ ଖବର ନିଆଯାଇ ଉକ୍ତ ବିଧବାବୃଦ୍ଧା ମାଆଙ୍କୁ ସୂଚନା ଦିଆଯାଇ ନଥିବା ପ୍ରକାଶ । ପଦ୍ମାଙ୍କଠାରୁ ପ୍ରକାଶ ଯେ , ତାଙ୍କ ପୁଅକୁ ଇଟାଭାଟି ସେଠ୍ ମାରି କେଉଁଠି ପୋତି ଦେଇଛି । ପ୍ରତିଦିନ ଦିନକୁ ଦୁଇବେଳା ଫୋନ୍ କରି ଭଲମନ୍ଦ ପଚାରୁଥିବା ଓ ଥରେ ଗ୍ରୁପ୍ ଲୋନ୍ ସୁଝିବାକୁ ପାଞ୍ଚହଜାର ଟଙ୍କା ପଠାଇଦେଇଥିବା ପୁଅ କେମିତି ଏତେଦିନହେଲା ଚୁପ୍ ପଡିଯାଇଛି ? ସମସ୍ତେ ସର୍ଦ୍ଦାରଠାରୁ ମୋଟାଅଙ୍କର ଲାଞ୍ଚ ଖାଇ ଚପାଇ ଦେଉଛନ୍ତି  ।  ଏଠି ପରା ମୁଖ୍ୟମନ୍ତ୍ରୀ ଠିଆ ହୋଇଛନ୍ତି ? ମତେ କେହି ତାଙ୍କ ପାଖକୁ ନେଇଦିଅ , ମୁଁ ତାଙ୍କୁ ମୋ ହଜିଲାପୁଅକୁ ଖୋଜି ଆଣିଦେବାକୁ ଗୁହାରି କରିବି । ମୋଦୀ ଆସୁଛି ପରା ? ତା' ପାଖକୁ ମୋତେ ନେଇଦିଅ ! '

ସର୍ଦ୍ଦାରର ଲୋକ ସଫେଇ ଦେଉଛନ୍ତି  : ମୁରିବାହାଲରେ କେମିତି କେସ୍ ହବ ? ସେଠି ହେଇଛି । ଆମେ ତ ଗାଡିମଟର ଦେଇ ସାହାଯ୍ୟ କଲୁ । ଏସ ପି ଅଫିସ୍ ବାଲେ ସବୁ ଜାଣିଛନ୍ତି । '

କିଏ କହୁଛି : ଝାଡା ରାଉଛି କହି କୁଆଡେ ଗଲା ଯେ ଜଣାନାହିଁ 
ପ୍ରଥମେ ମୁରିବାହାଲ ଥାନାପୁଲିସ୍ କହିଲା : କୋଉ ଝିଅଫିଅ ଧରି ପଳେଇଥିବ ! ଅବଶ୍ୟ ଏହାକୁ ଥାନାଧିକାରିଣୀ ଅସ୍ବୀକାର କରନ୍ତି । ଏ ସମ୍ପର୍କରେ ମାଆ ପଦ୍ମାବତୀ ସେଠ୍ କହିଲେ : ମୋ ପୁଅ ସେମିତି ନୁହେଁ । ଦିନେକାଳେ ନାହିଁ , ମାସେ ଭିତରେ କଣ ସେ ଏପରି କରିବା ସମ୍ଭବ  ? '

ତେଣୁ ଦାଦନଗଡ କଣ୍ଟାବାଞ୍ଜିର ଏହି ସଦ୍ୟତମ ଦାଦନନିଖୋଜ୍ ବନାମ ସନ୍ଦିଗ୍ଧ ଦାଦନହତ୍ୟା ମାମଲାର ଉତ୍ତର ଦେବ କିଏ  ? ଏହା ହିଁ ଏବେ ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like

  ମନୋରଞ୍ଜନ  

Jj

               
  ମନୋରଞ୍ଜନ  

Nnm