-+91-9937148622 |
prerana_bgr@rediffmail.com |
Thursday 1st May 2025 |
R.N.I. Regd No. ODIODI/2010/46693
Breaking News
14-Aug-2023
ଖପ୍ରାଖୋଲ(ପ୍ରେରଣା ଖବର ): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ହରିଶଙ୍କର ଠାରେ ଜିଲ୍ଲା ଓୟୁଜେ ସଂଘ ର ଏକ କାର୍ଯ୍ୟାକାରିଣୀ ବୈଠକ ଜିଲ୍ଲା ସଭାପତି ପ୍ରଦୀପ୍ତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠିତ ବୈଠକ ରେ ଆସନ୍ତା ୧୦ତାରିଖ ଦିନ ବଲାଙ୍ଗିର ଠାରେ ହେବାକୁ ଥିବା ରାଜ୍ୟ କାର୍ୟକାରିଣୀ ବୈଠକ ବିଷୟରେ ଆଲୋଚନା ହୋଇଥିବା ବେଳେ ପୁର୍ବରୁ ଟିଟିଲାଗଡରେ ହୋଇଥିବା କାର୍ଯ୍ୟକାରିଣୀ ବୈଠକରେ ଓୟୁଜେ ର ସଦସ୍ୟ ସଦାଶିଵ ସରାଫ ସଂଘ ବିରୋଧି କାର୍ଯ୍ୟ କରିବା ସହିତ ସଂଘ ସଭାପତିଙ୍କୁ ଅପମାନ କରିଥିଲେ ଏନେଇ ତାଙ୍କୁ ସଂଘ ପକ୍ଷରୁ କାରଣ ଦର୍ଶାଅ ନୋଟିସ କରାଯାଇଥିଲା l ସେ ନିର୍ଦିଷ୍ଟ ସମୟରେ ଉତ୍ତର ଦେବା ବଦଳରେ ଏନେଇ ସୋସିଆଲ ମିଡ଼ିଆ ରେ ଅରୁଚିକର ମନ୍ତବ୍ୟ ଗୁଡିକ ଦେଉଥିଲେ l ତେଣୁ ଆଜିର ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟ ଏବ ସଂଘର ନିଷ୍ପତି କ୍ରମେ ଓୟୁଜେ ସଙ୍ଘରୁ ତାଙ୍କୁ ବହିସ୍କୃତ କରାଯାଇଛି । ସଦାଶିବ ସରାଫ (ପାଟଣାଗଡ଼) ଆଜି ଠାରୁ ଓୟୁଜେ ର ସଦସ୍ୟ ନୁହନ୍ତି କି କୌଣସି ପଦପଦବୀ ସେ ନାହାନ୍ତି ବୋଲି ଓୟୁଜେ ବଲାଙ୍ଗିର ଶାଖା ପକ୍ଷରୁ ଏକା ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦିଆଯାଇଛି l ଆଗାମୀ ଦିନରେ ସଂଘ କୁ ଆହୁରି ମଜବୁତ କରିବା ସହ ସଙ୍ଘ ବିରୋଧୀ କାର୍ଯ୍ୟ କରୁଥିବା ସଦାସ୍ୟ ଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ଉପସ୍ଥିତ ସଦସ୍ୟ ମାନେ ମତ ରଖିଥିଲେ l କାର୍ଯ୍ୟକ୍ରମକୁ ଜିଲ୍ଲା ସାଧାରଣ ସମ୍ପାଦକ ଅଭୟ ତ୍ରିପାଠୀ ପରିଚାଳନା କରିଥିବା ବେଳେ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପରିଷଦ ସଦସ୍ୟ ରିତୁରାଜ୍ ସିଂହ, ନବୀନ ପସାୟତ, ପ୍ରବୀଣ ପୁରୋହିତ,ପ୍ରହଲ୍ଲାଦ ପାଢି, ଦିଲୀପ ଭୋଇ, ସୁବୋଧ ମେହେର, ଉମାକାନ୍ତ ପଧାନ, ଜ୍ୟୋତିରଞ୍ଜନ ପଣ୍ଡା, ବିହାରୀ ପଧାନ, ନରେନ୍ଦ୍ର ଭୋଇ, ପ୍ରମୁଖ ଯୋଗ ଦେଇଇ ନିଜ ମତ ରଖିଥିଲେ l ଶେଷରେ ତାପସ ରଞ୍ଜନ ବେହେରା ଧନ୍ୟଵାଦ ଅର୍ପଣ କରିଥିଲେ।