-+91-9937148622 |
prerana_bgr@rediffmail.com |
Saturday 12th October 2024 |
R.N.I. Regd No. ODIODI/2010/46693
Breaking News
14-Aug-2023
ବଲାଙ୍ଗୀର(ପ୍ରେରଣା ଖବର) ଜମି ହରାଇ ଥିବା ଲୋକଙ୍କ ପ୍ରଶାସନର ନୋଟିସ ମିଳିଛି କିନ୍ତୁ କ୍ଷତପୂରଣ ଟଙ୍କା ମିଳିନି, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କୁଠୁର୍ଲା ଗ୍ରାମବାସୀ, ଏପରି କିଛି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା କୁଠୁର୍ଲା ଗ୍ରାମରେ । ସୂଚନାରୁ ପ୍ରକାଶ ଯେ, ଏହି ଗାଁ ର ଦୁଇ ପାଶ୍ୱର୍ରେ କେନାଲ ନିର୍ମାଣ ପାଇଁ ବଲାଙ୍ଗୀର ଭୂଅର୍ଜନ କାର୍ଯ୍ୟାଳୟ ତରଫରୁ ଜମି ଅଧିଗ୍ରହଣ ହୋଇ ସାରିଛି । ଏଥି ପାଇଁ ଜମି ହରାଇ ଥିବା ଲୋକ ନୋଟିସ ମଧ୍ୟ ପାଇସାରିଛନ୍ତି । ଏହାରି ଭିତରେ ଅନେକ ଲୋକଙ୍କୁ ସରକାରଙ୍କ ତରଫରୁ କ୍ଷତିପୂରଣ ରାଶି ମଧ୍ୟ ଦିଆ ଗଲା । ତେବେ ଏହି ଗାଁ ର ପ୍ରାୟ ୧ଠଟି ପରିବାରକୁ ସରକାରଙ୍କ ତରଫରୁ ଏ ପର୍ଯ୍ୟନ୍ତ କ୍ଷତିପୂରଣ ଟଂକା ମିଳି ପାରି ନାହିଁ । ଏଥିପାଇଁ ଜମି ହରାଇ ଥିବା କୁଠୁର୍ଲା ଗ୍ରାମର ଅସନ୍ତୋଷ ଗ୍ରାମବାସୀ ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି ।