-+91-9937148622 |
prerana_bgr@rediffmail.com |
Wednesday 12th November 2025 |
R.N.I. Regd No. ODIODI/2010/46693
Breaking News
12-Oct-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ ଠାରେ ରାମ ଧୂନ୍ କ୍ଲବ୍ ର ଫୂଟବଲ ଖେଳାଳୀ ଶଙ୍କର ଶର୍ମା (୨୯)ଙ୍କ ଅକାଳ ବିୟୋଗ ର ସ୍ମ୍ତତି ଉଦ୍ଦେଶ୍ୟରେ ଏକ ଶୋକଶୋଭା ଅନୁଷ୍ଠିତ ହୋଇଯାଇଛି l ରାମ ଧୂନ୍ କ୍ଲବ୍ ପକ୍ଷରୁ ଆୟୋଜିତ ସୁବର୍ଣ୍ଣପୁର ଜ଼ିଲ୍ଲା କ୍ରୀଡା ସଂଘ, ବିଏସଏଫ କ୍ଳବ, ଇନଫିନିଟି ଆଥଲେଟିକ ଏକାଡେମୀ ର ମିଳିତ ସହଯୋଗ ରେ ଉଦୟମାନ ଫୁଟବଲ ଖେଳାଳୀ ତଥା ବେଷ୍ଟ ଡିଫେନ୍ସ ଖେଳାଳୀ ଶଙ୍କର ଙ୍କ ସ୍ମୃତି ଚାରଣ କରାଯିବା ସହ ଅମର ଆତ୍ମାର ସଦଗତି ପାଈଁ ୨ ମିନିଟ ନିରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା l ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଏହି ଦୁଃଖଦ ସମୟରେ ଭଗବାନ ଅସୀମ ଧର୍ଯ୍ୟ ଓ ସାହସ ପ୍ରଦାନ ପାଇଁ ପ୍ରାର୍ଥନା କରଯାଇଥିଲା l ସୂଚନା ଯୋଗ୍ୟ ଯେ ଗତ ୩ ତାରିଖ ରାତିରେ ରାବଣ ପୋଡି ଉତ୍ସବରେ ସ୍ଥାନୀୟ ବ୍ଲକ ଛକ ଦୁର୍ଗାପୂଜା କମିଟି ତରଫରୁ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶଙ୍କର ଟେଣ୍ଟ ହାଉସର ଲାଇନମ୍ୟାନ ଭାବେ କାର୍ଯ୍ୟ କରୁଥିଲେ l ଏହି ସମୟରେ ଜେନେରେଟର ଲାଇନ୍ର ସଂସ୍ପର୍ଶରେ ଆସି ତାଙ୍କ ମୃତ୍ୟୁ ଘଟିଥିଲା l ଏହି ଅବସରରେ ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ଶୋକ ସଭାରେ ରାମ ଧୁନ କ୍ଲବ୍ ସଭାପତି ରାଜୀବ ସାହୁ, ରବି ଦେହୁରୀ, ରଞ୍ଜୁ ସାହୁ, ହୃଷୀକେଶ ପଣ୍ଡା, ବିକାଶ ପଣ୍ଡା, ସୁଭାଷ ବିଶ୍ଵାଳ, ବି ଏସ ଏଫ୍ କ୍ଲବ୍ ର ସଭାପତି ରାଜୀବ ପଟ୍ଟନାୟକ, ଚାହିଦ୍ ମହଲଦାର, ଗୁରୁ ଦଳାଇ, ଶିବ ଶାଣ୍ଢ, କଲିମ୍ ମହମ୍ମଦ, ରାଜ କୁମାର୍ ନାଏକ, ଚନ୍ଦନ ବେହେରା, ଲିପୁନ ପଧାନ , ଅନିଲ ମହାରଣା ପ୍ରମୁଖ ରାମ ଧୂନ୍ କ୍ଲବ୍ ର ସମସ୍ତ ସଦସ୍ୟ ସ୍ୱର୍ଗୀୟ ଶଙ୍କର ଶର୍ମା ଙ୍କ ଫଟୋ ଚିତ୍ର ରେ ଧୂପ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଓ ଶଙ୍କର ଙ୍କ ବିୟୋଗ ରେ ରାମ ଧୂନ୍ ଫୁଟ୍ ବଲ୍ କ୍ଲବ୍, ବି ଏସ ଏଫ୍ କ୍ଲବ, ଓ କ୍ରୀଡ଼ା ସଂଘ ର ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ମତ ପ୍ରକାଶ କରିଥିଲେ l