-+91-9937148622 |
prerana_bgr@rediffmail.com |
Wednesday 12th November 2025 |
R.N.I. Regd No. ODIODI/2010/46693
Breaking News
12-Oct-2025
ନୂଆପଡ଼ା ( ରାମନାଥ ପଣ୍ଡା)
ରାଜ୍ୟ ସ୍ତରୀୟ ସ୍ପୋର୍ଟସ ରେ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକରେ କାର୍ଯ୍ୟରତ ଫରେଷ୍ଟର ଖଗେଶ୍ୱର ମାଝୀଙ୍କ ସୁନ୍ଦର ପ୍ରଦର୍ଶନ କାରଣରୁ ପି ସି ସି ଏଫ୍ କଲେ ସମ୍ମାନିତ । ସେ ୩ ଟି ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ଓ ଗୋଟିଏରେ ସିଲଭର ମେଡାଲ ଜିତି ନୂଆପଡ଼ା ଜିଲ୍ଲାର ମାନ ବଢାଇଛନ୍ତି । ଡି ଏଫ୍ ଓ ଅଜିଜ ଖାନ ଏଇଥି ପାଇଁ ଖଗେଶ୍ୱର ମାଝୀଙ୍କ ଉଦ୍ଦେଶ୍ୟରେ ହୃଦୟସ୍ପର୍ଶି କଥାଟିଏ କହିଛନ୍ତି କି ପରିବାରର କୌଣସି ସଦସ୍ୟଙ୍କ ଭଲ ଉଦ୍ଦେଶ୍ୟରେ ଉତ୍ତମ ପ୍ରଦର୍ଶନ କିମ୍ବା ଭଲ ଗୁଣକୁ କେହି ପ୍ରକାଶ କଲେ ପରିବାର ମୁଖ୍ୟଙ୍କୁ ବେଶୀ ଖୁସି ମିଳେ । ରାଜ୍ୟ ସ୍ତରୀୟ ଖେଳ କୁଦରେ ଭଲ ପ୍ରଦର୍ଶନ କରି ଜାତୀୟ ସ୍ତରକୁ ଉନ୍ନୀତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାମାନ ମିଳୁଛି ।