-+91-9937148622 |
prerana_bgr@rediffmail.com |
Friday 27th November 2026 |
R.N.I. Regd No. ODIODI/2010/46693
Breaking News
08-Jan-2021
କେନ୍ଦୁଝର, (ପ୍ରେରଣା ଖବର) - କାର୍ଯ୍ୟରେ ଅବହେଳା ଯୋଗୁଁ କେନ୍ଦୁଝର ଜିଲ୍ଲା ର ୫ ଟି ହାଇସ୍କୁଲର ସମସ୍ତ କର୍ମଚାରୀଙ୍କ ଦରମାକୁ ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ବନ୍ଦ କରିଛନ୍ତି।
କରୋନା ମହାମାରୀ କାରଣରୁ ଦୀର୍ଘ ୯ ମାସ ପରେ ଶୁକ୍ରବାର ବିଦ୍ୟାଳୟ ଖୋଲିଛି। ଗାଇଡ୍ଲାଇନ୍ ପାଳନ ସହିତ ବିଦ୍ୟାଳୟକୁ ସଫା ସୁତୁରା ରଖିବାକୁ କଡା ନିର୍ଦ୍ଦେଶ ମଧ୍ୟ ରହିଛି। ହେଲେ ଏହି ବିଦ୍ୟାଳୟ ଗୁଡିକରେ ବିଦ୍ୟାଳୟ ଖୋଲିବାରେ ସରକାରୀ ଗାଇଡ଼ ଲାଇନକୁ ଉଲଙ୍ଘନ କରିଥିବା, ବିଦ୍ୟାଳୟ ପରିବେଶକୁ ସଫା ସୁତୁରା କରିନଥିବା ଓ କାର୍ଯ୍ୟରେ ଅବହେଳା କରିଥିବାରୁ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଛି।