-+91-9937148622 |
prerana_bgr@rediffmail.com |
Friday 27th November 2026 |
R.N.I. Regd No. ODIODI/2010/46693
Breaking News
08-Jan-2021
ଭୁବନେଶ୍ବର, (ପ୍ରେରଣା ଖବର ବ୍ୟୁରୋ) ରାଜ୍ୟ 110 ଟି ସାଇଟରେ dry run ଚାଲିଛି। CHC, PHC ଓ ମେଡ଼ିକାଲ କଲେଜରେ ସମେତ 11ଟି ଘରୋଇ ହସ୍ପିଟାଲରେ ଚାଲିଛି। ପ୍ରତି ସାଇଟରେ 25 ଜଣଙ୍କୁ ଡମି ଟୀକା ଦିଆଯିବ। ସହର ହେଉ କି ଗାଁ, ଟୀକାକରଣରେ କାଳେ କଣ ଅସୁବିଧା ହୋଇପାରେ, ସେ ସବୁ ଆଜି ଜଣା ପଡ଼ିବ। ଟୀକା ନେବାର 30 ମିନିଟ ଭିତରେ ଯଦି ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଯାଏ, ତାହେଲେ ତୁରନ୍ତ ଚିକିତ୍ସା କରିବା ପାଇଁ AEFI କୀଟ observation ରୁମରେ ରଖାଯାଇଛି। ସେଥିରେ ସମସ୍ତ ଜୀବନ ରକ୍ଷା ଔଷଧ ରଖାଯାଇଛି। କେନ୍ଦ୍ର ଖୁବ ଶୀଘ୍ର ଟୀକା ଆସିବ ବୋଲି କହିଛନ୍ତି।ଡାକ୍ତର ବିଜୟ ପାଣିଗ୍ରାହୀ
ନିର୍ଦେଶକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ