-+91-9937148622 |
prerana_bgr@rediffmail.com |
Wednesday 9th July 2025 |
R.N.I. Regd No. ODIODI/2010/46693
Breaking News
23-Jun-2024
ସିନାପାଲି: ( ଚିନ୍ତାମଣି ନେତାମ ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲୀର ଐତିହାସିକ ରାମଗଡ଼ ଠାରେ ଅଲେଖ ମହିମା ଆଶ୍ରମ ଓ ଶୂନ୍ଯ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ା ଭୀଷ୍ମରାଜ ମେହେରଙ୍କ ସଂଯୋଜନା ଓ ବୈଷ୍ଣବ ମାଲିଙ୍କ ଅଧ୍ଯକ୍ଷତାରେ ଏନେଇ ପୂଜାବିଧି କରାଯିବା ସହ ଘୄତଯଜ୍ଞ ଅନୁଷ୍ଠିତ ହୋଇଛି ା କାର୍ଯ୍ଯକ୍ରମରେ ପ୍ରସିଦ୍ଧ ପର୍ଯ୍ଯଟନ ସ୍ଥଳୀ ପାତଳଗଙ୍ଗାର ବାବା ଯୋଗାନନ୍ଦ ଦାସ, ନୀଲଜୀ ମଠର ବାବା ରବିଂଦ୍ର ଦାସ, ହେମରାଜ ଶାସତ୍ରୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ା ସୂଚନାଯୋଗ୍ଯ ଯେ ରାମଗଡ଼ କିମ୍ୱଦନ୍ତୀ ଭରା ଏକ ଐତିହାସିକ ସ୍ଥାନ ହୋଇଥିବା ବେଳେ ପର୍ଯ୍ଯଟନ ସ୍ଥଳ ଭାବରେ ଏହାର ବିକାଶ କରିବାକୁ ଗତ କିଛି ବର୍ଷ ହେଲା ସ୍ଥାନୀୟ ଲୋକଙ୍କ ପ୍ରୟାସ ଜାରି ରହିଛି ା ଆଜିର କାର୍ଯ୍ଯକ୍ରମରେ ଧନେଶ୍ୱର ନିଆଲ, ଦେବରାମ ସା, ଦୁତିଆ ପଟେଲ, ମଧୁଆ ନିଆଲ, ଟଙ୍କଧର ବୈଠାରୁ, ଯଦୁମଣି ଭକ୍ତ, ପୁସ୍ତମ ଭକ୍ତ, ପ୍ରସନ୍ନ କୁମାର ରଣା, ବସନ୍ତ ଦାସ ଆଦି ମହିମା ଭକ୍ତଙ୍କ ସହ ଅଂଚଳର ଗୁଣଧର ମେହେର, ସନ୍ନାସୀ ଦାସ, ପରମା ମେହେର, ଦିଲ୍ଲୀପ ବାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ା