-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
13-Sep-2023
ସୁନ୍ଦରଗଡ଼ ବଡ଼ଗାଁ, ପାମରା .(ପ୍ରେରଣା ଖବର):: ସମ୍ବଲପୁରୀ କଲା ସଂସ୍କୃତି ଅନୁଷ୍ଠାନ ପାମରା ତରଫରୁ ନୁଆଁଖାଇ ଦିନ ନୁଆଁଖାଇ ଭେଟଘାଟ କରିବା ପାଇଁ ଅନୁଷ୍ଠାନ ର ସମ୍ପାଦକ ଟୋନିସ ରୋହିଦାସଙ୍କ ନେତୃତ୍ୱରେ ନୁଆଁଖାଇ କାର୍ଯ୍ୟକ୍ରମ ପାଇଁ ଆଲୋଚନା ହୋଇଥିଲା ଏବଂ ଏଥିରେ ବିଭୁତି ମହାକୁଳ ମୁଖ୍ୟ ଭୂମିକା ତୁଳାଇ ଥିଲେ l ଦେବାଶିଷ ବାରିକ, ଖାଣ୍ଡବ ଚମାର, ମୌସମ ରାଉତ, ସୁବ୍ରତ ଦାନୀ,ରବି କମାର, ବିକାଶ ଖିଲାରି ଆହୁରି ଏନେକ କର୍ମକର୍ତା ଅନୁଷ୍ଠାନ ରେ ଯୋଡି ହେଇଥିଲେ l ଆଗାମୀ ଦିନରେ କଲା ସଂସ୍କୃତି ଅନୁଷ୍ଠାନ କେମିତି ଉନ୍ନତିମୂଳକ କାର୍ଯ୍ୟ କରି ପାରିବ ତାହାର ଆଲୋଚନା ହୋଇଥିଲା l ପଶ୍ଚିମ ଓଡିଶା ର ସମ୍ବଲପୁରୀ ଭାଷା ସାହିତ୍ୟ,କଲା ସଂସ୍କୃତି ପରମ୍ପରାକୁ କେମିତି ବଞ୍ଚାଇ ରଖିପାରିବା, ଗାଁ ଗୁଡିକରେ ରହୁଥିବା କୁନି କୁନି ହଜିଯାଉଥିବା କଳାକାର ମାନଙ୍କ କଳା କିପରି ଆଗକୁ ବାହାର ହେବ ତାଙ୍କୁ ଗୋଟେ ମଞ୍ଚ ମିଳିବ ଆଗାମୀ ଦିନରେ ସେମାନେ ନିଜର ପରିଚୟ ପାଇବେ ତାହା ମଧ୍ୟ ଆଲୋଚନା କରିଥିଲେ ଶ୍ରୀ ମାନ ଟୋନିସ ରୋହିଦାସ lଦୀର୍ଘ ତିନି ବର୍ଷ ହେଲା ଏହି ଅନୁଷ୍ଠାନ ପଶ୍ଚିମାଞ୍ଚଲ ର ସମ୍ବଲପୁରୀ ପାଇଁ କାର୍ଯ୍ୟ କରିଆସୁଅଛି l ଏ ବର୍ଷ ରୁ ପାମରା ଗାଁ ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି l