-+91-9937148622 |

prerana_bgr@rediffmail.com |

  Thursday 23rd January 2025 |

| | | |

R.N.I. Regd No. ODIODI/2010/46693

Breaking News

ସାହିତ୍ୟ ଏକାଡେମୀ ତରଫରୁ ନେତାଜୀଙ୍କ ଉପରେ ଆଧାରିତ ପୁସ୍ତକ ପ୍ରଦର୍ଶନୀ ପରିଦର୍ଶନ କଲେ ସଂସ୍କୃତି ବିଭାଗର ସଚିବ   (23-Jan-2025)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ତୈଳିକ ବୈଶ୍ୟ ସମାଜ ସାଧାରଣ ବୈଠକ ଅନୁଷ୍ଠିତ   (23-Jan-2025)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ପୁରାତନ ଛାତ୍ର ଏକତ୍ରି କରଣ   (23-Jan-2025)       ||      ପରାକ୍ରମ ଦିବସରେ ଦୁଇ ଜାତୀୟ ବୀରଙ୍କ ଜୟନ୍ତୀ ପାଳନ   (23-Jan-2025)       ||      ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (23-Jan-2025)       ||      ନେତାଜୀ ସୁଭାଷ, ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ।   (23-Jan-2025)       ||      *ଓଡ଼ିଶା ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ଆହତ ଦୁଇ ଯବାନ ଙ୍କ ସହ ଭିଡିଓ କଲ କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ*   (23-Jan-2025)       ||      *ପାପଡ଼ା ହାଣ୍ଡି ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଦେଶ ପ୍ରେମୀ ସୁବାଷ ବୋଷ ଙ୍କ ଜୟନ୍ତି ପାଳନ*   (23-Jan-2025)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍    (23-Jan-2025)       ||      ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ    (23-Jan-2025)       ||      *ମହର୍ଷି ବାଲ୍ମୀକି ପ୍ଲେ ସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ*   (23-Jan-2025)       ||      *ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସହକାରୀ ଶିକ୍ଷକ ସଙ୍ଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ*   (23-Jan-2025)       ||      ଦେବୋତ୍ତର କମିଶନରଙ୍କ ଶ୍ରୀ ମା ଶ୍ୟାମାକାଳୀ ମନ୍ଦିର ପରିଦର୍ଶନ   (23-Jan-2025)       ||      ଶତାୟୁ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀନିବାସ ପଣ୍ଡାଙ୍କ ପରଲୋକ   (23-Jan-2025)       ||      ଶିଶୁ ଓ ମହିଳା ବିକାଶ ସୋସାଇଟିର ତରଫରୁ ସଫେଇ ଓ ପାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ   (23-Jan-2025)       ||      *ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ବି ପୁଲ ର ପ୍ରଥମ ମ୍ୟାଚ ରେ ଭୁବନେଶ୍ୱର ଦଳ ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ*-   (23-Jan-2025)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ   (23-Jan-2025)       ||      ଫୁଟବଲ ଟୁର୍ନାମେଣ୍ଟ ୱାନ ଡେ଼ ମେଚ୍ ଫାଇନାଲ, ମଧ୍ୟପୁର ବିଜୟୀ   (23-Jan-2025)       ||      ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ   (23-Jan-2025)       ||      ଜିଲ୍ଲା ଆସିବାସୀ କଲ୍ୟାଣ ସଂଘ ହସ୍ତକ୍ଷେପ ପରେ ମରଶରୀର ଗାଁକୁ ଫେରିଲା   (23-Jan-2025)       ||     

HOME   ମନୋରଞ୍ଜନ

ଜୀ ସାର୍ଥକ ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର ‘ଟ୍ଵିନ୍ସ’ ର ଅଡିଓ ଲୋକାର୍ପିତ

01-Jun-2023



ଜୀ ସାର୍ଥକରେ ଆସୁଛି ନୂଆ ଓଡିଆ ଚଳଚ୍ଚିତ୍ର ‘ଟ୍ଵିନ୍ସ’ ଯାହା ଜୁନ୍ ୪ ତାରିଖ ସନ୍ଧ୍ୟା ୬ .୩୦ମି ରେ ଘରେ ବସି ଦେଖିବେ ଦର୍ଶକ । ଭୁବନେଶ୍ୱରସ୍ଥିତ  ହୋଟେଲ ଶୀତଲ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଚଳଚ୍ଚିତ୍ର "ଟ୍ୱିନ୍ସ" ର ଅଡିଓ ଲୋକାର୍ପିତ ହୋଇଯାଇଛି l ଏହି ଲୋକାର୍ପଣ ଉତ୍ସବରେ ଜୀ ସାର୍ଥକ ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ, ଜୀ ସାର୍ଥକ ଫିଲ୍ମସର କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର, ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ, ନିର୍ଦ୍ଦେଶକ ରାଶେଷ ମହାନ୍ତି, ଲେଖକ ସାତ୍ୟକୀ କୁଣ୍ଡୁ, ଗୀତିକାର ସୂର୍ଯ୍ୟ ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ, କଣ୍ଠଶିଳ୍ପୀ ସ୍ୱୟଂ ପାଢ଼ୀ, ଲିପ୍ସା ମହାପାତ୍ର, ଅର୍ପିତା ଚୌଧୁରୀ ଏବଂ ଶିଶୁ କଣ୍ଠଶିଳ୍ପୀ ସିଦ୍ଧିଷ୍ନା ବିନ୍ଧାଣୀ ପ୍ରମୁଖ ଉପସ୍ଥିତ ଥିଲେ l

ଚଳଚ୍ଚିତ୍ର ଟ୍ୱିନ୍ସ ରେ ଦର୍ଶକ ଦେଖିବେ ଚୁଲବୁଲି ଅଭିନେତ୍ରୀ ରିୟା ଦେ ଏବଂ ଡ୍ୟାନ୍ସିଙ୍ଗ ଷ୍ଟାର ହରିହର ଦାଶଙ୍କ ନୂଆ ଯୋଡି l
 ଟ୍ଵିନ୍ସ ଅର୍ଥାତ ଦୁଇ ଯାଆଁଳା ଭଉଣୀଙ୍କ କାହାଣୀ l ପାରମ୍ପରିକ କାହାଣୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଆଉ ମଜାଦାର । ଜଣେ ଭଉଣୀ ସାଧାରଣ ଗୃହିଣୀ ହୋଇଥିବା ବେଳେ ଆଉ ଜଣେ ଭଉଣୀ ଆତ୍ମବିଶ୍ୱାସୀ ଓ ଆତ୍ମନିର୍ଭରଶୀଳ । ନିର୍ଦ୍ଦେଶକ ରାଶେଷ ମହାନ୍ତି ଙ୍କ ଦମଦାର ନିର୍ଦ୍ଦେଶନାରେ ଆସୁଛି ଚଳଚ୍ଚିତ୍ର ‘ଟ୍ଵିନ୍ସ’ । ଚଳଚ୍ଚିତ୍ର ରେ ଚୁଲବୁଲି ନାୟିକା ରିୟା ଦେ ଏବଂ ଡ୍ୟାନ୍ସିଙ୍ଗ ଷ୍ଟାର ହରିହର ଦାଶ ଙ୍କ ସମେତ ସନ୍ତୋଷ ଦାଶ, କୀର୍ତ୍ତି ମହାନ୍ତି ଏବଂ ଲତାସା ନଜର ଆସିବେ l 
ଏସ୍‌ପିପି ପ୍ରଡକ୍ସନ ବ୍ୟାନର ନିର୍ମିତ ଓ କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜନା ରେ ନିର୍ମାଣ ହୋଇଛି ଚଳଚ୍ଚିତ୍ର ‘ଟ୍ଵିନ୍ସ’ l ଏହି ଫିଲ୍ମକୁ ସଙ୍ଗୀତରେ ସଜାଇଛନ୍ତି ଜଣାଶୁଣା ଷ୍ଟାଇଲିସ୍ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ ଓ ସ୍ଵର ଦେଇଛନ୍ତି ସ୍ୱୟଂ ପାଢ଼ୀ, ଲିପ୍ସା ମହାପାତ୍ର, ଅର୍ପିତା ଚୌଧରୀ ଓ ଶିଶୁ କଣ୍ଠଶିଳ୍ପୀ ସୁଦୀପ୍ତା ବିନ୍ଧାଣୀ । ଫିଲ୍ମର 'ଆଇ ଲଭ୍ ୟୁ ପ୍ରିୟା...' ଗୀତ ଟି ସ୍ୱୟଂ ପାଢ଼ୀ ଏବଂ ଲିପ୍ସା ମହାପାତ୍ର କଣ୍ଠଦାନ କରିଛନ୍ତି l 'ସଣ୍ଡେ ଫଣ୍ଡେ'.. ଗୀତ ଟି ଅର୍ପିତା ଚୌଧୁରୀ ସୋଲୋ ଗାଇଛନ୍ତି l ଏହା ସହିତ ଚଳଚ୍ଚିତ୍ରରେ ଏକ ଫ୍ୟାମିଲି ଗୀତ ରହିଛି ଯାହାକୁ କଣ୍ଠଶିଳ୍ପୀ ଶାନ୍ତନୁ ନାୟକ, ଲିପ୍ସା ମହାପାତ୍ର ଏବଂ ଶିଶୁ କଣ୍ଠଶିଳ୍ପୀ ସିଦ୍ଧିଷ୍ନା ବିନ୍ଧାଣୀ ଗାଇଛନ୍ତି l ସମସ୍ତ ଗୀତଗୁଡ଼ିକ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଦାବି କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ। ସମସ୍ତ ଲେଖିଛନ୍ତି ଗୀତିକାର ସୂର୍ଯ୍ୟ ମହାପାତ୍ର । ଚଳଚ୍ଚିତ୍ରର କାହାଣୀକୁ ରଚନା କରିଛନ୍ତି ସାତ୍ୟକି କୁଣ୍ଡୁ ।

ଆଭା ଓ ଆରତୀ ଦୁଇ ଯାଆଁଳା ଭଉଣୀଙ୍କ କାହାଣୀକୁ ନେଇ ତିଆରି ହୋଇଛି ‘ଟ୍ଵିନ୍ସ’ । ଦୁଇ ଜଣ ଦି ଜଣଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଆଭା ଜଣେ ସଂସାର ରୂପୀ ସମୁଦ୍ର ଭିତରେ ଉବୁଟୁବୁ ହେଉଥିବା ବେଳେ ଆରତୀ ଜଣେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ଓ ଜଣେ ପ୍ରୋଜେକ୍ଟ ମ୍ଯାନେଜର । ଆଭା ନିଜ ପୁଅ ପାଠପଢା

ପାଇଁ ଚିନ୍ତିତ ଥିଲା ବେଳେ ଆରତୀ ଚିନ୍ତିତ ହୋଇଛି ନିଜର ଏକ ସଂସାର କରିବା ପାଇଁ । ସମୟ କାଳକ୍ରମେ ଦୁଇ ଭଉଣୀ ଭେଟ ହୋଇଛନ୍ତି କିନ୍ତୁ ଆଗକୁ ଦୁଇ ଭଉଣୀ କଣ ନିଜ ନିଜର ସ୍ବପ୍ନ ପୂରଣ କରିପାରୁଛନ୍ତି ? କଣ ଘଟୁଛି ଦୁଇ ଭଉଣୀଙ୍କ ମଧ୍ୟରେ ? କଣ କେହି କାହାର ସାହାଯ୍ୟ ନେଉଛନ୍ତି ନା କିଛି ଅସୁବିଧା ଘଟୁଛି ସେମାନଙ୍କ ସହ ? ଏମିତି ବହୁତ କିଛି ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର ଶେଷରେ l ଚ୍ୟାନେଲ ମୁଖ୍ୟ ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି ଯେ “ଏହି ଫିଲ୍ମଟି ନାରୀର ବିଭିନ୍ନ ରୂପକୁ ବହୁତ ସୁନ୍ଦର ଭାବରେ ଦେଖାଇଛି ଓ ଦର୍ଶକମାନଙ୍କ ଦ୍ବାରା ଚଳଚ୍ଚିତ୍ରଟି ନିଶ୍ଚୟ ଆଦୃତି ଲାଭ କରିବ ବୋଲି ମୋର ଯଥେଷ୍ଟ ଭରସା ଅଛି” ।

(ଅମୃତ ନନ୍ଦ ଙ୍କ ରିପୋର୍ଟ )


News Comment




Photo in News

Advertisment
Lastest News
  ଜିଲ୍ଲା  
ସାହିତ୍ୟ ଏକାଡେମୀ ତରଫରୁ ନେତାଜୀଙ୍କ ଉପରେ ଆଧାରିତ ପୁସ୍ତକ ପ୍ରଦର୍ଶନୀ ପରିଦର୍ଶନ କଲେ ସଂସ୍କୃତି ବିଭାଗର ସଚିବ   23-Jan-2025
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ତୈଳିକ ବୈଶ୍ୟ ସମାଜ ସାଧାରଣ ବୈଠକ ଅନୁଷ୍ଠିତ   23-Jan-2025
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ପୁରାତନ ଛାତ୍ର ଏକତ୍ରି କରଣ   23-Jan-2025
  ଜିଲ୍ଲା  
ପରାକ୍ରମ ଦିବସରେ ଦୁଇ ଜାତୀୟ ବୀରଙ୍କ ଜୟନ୍ତୀ ପାଳନ   23-Jan-2025
  ଜିଲ୍ଲା  
ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   23-Jan-2025
  ଜିଲ୍ଲା  
ନେତାଜୀ ସୁଭାଷ, ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ।   23-Jan-2025
  ଜିଲ୍ଲା  
*ଓଡ଼ିଶା ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ଆହତ ଦୁଇ ଯବାନ ଙ୍କ ସହ ଭିଡିଓ କଲ କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ*   23-Jan-2025
  ଜିଲ୍ଲା  
*ପାପଡ଼ା ହାଣ୍ଡି ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଦେଶ ପ୍ରେମୀ ସୁବାଷ ବୋଷ ଙ୍କ ଜୟନ୍ତି ପାଳନ*   23-Jan-2025
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍   23-Jan-2025
ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ    23-Jan-2025
  ଜିଲ୍ଲା  
*ମହର୍ଷି ବାଲ୍ମୀକି ପ୍ଲେ ସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ*   23-Jan-2025
  ଜିଲ୍ଲା  
*ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସହକାରୀ ଶିକ୍ଷକ ସଙ୍ଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ*   23-Jan-2025

You Might Also Like

  ମନୋରଞ୍ଜନ  

Jj

               
  ମନୋରଞ୍ଜନ  

Nnm