-+91-9937148622 |
prerana_bgr@rediffmail.com |
Wednesday 9th July 2025 |
R.N.I. Regd No. ODIODI/2010/46693
Breaking News
01-Jun-2023
ବିନିକା(ହିମାଂଶୁ ଶେଖର ପୁଟେଲ): ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ଗୁଣ୍ଡିଚା ରଥଯାତ୍ରା ଆୟୋଜନ ନେଇ ଗୁରୁବାର ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିନିକା ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ,ଥାନା ଅଧିକାରୀ ପବିତ୍ର ସାହୁ,ବରିଷ୍ଟ ନାଗରିକ ଶୀତଳ ପ୍ରସାଦ ମହାକୁର,ଆଇନଜୀବୀ ସୁଧାଂଶୁ ଶେଖର ଦାଶ,ବିଜେଡ଼ି ନଗର ସଭାପତି ସୋମନାଥ ମିଶ୍ର,ଯୁବ ସଂଗଠକ ହାଡୁ ମେହେର,ପୀତବାସ ମେହେର,ସନ୍ତୋଷ ସାହୁ,ସୀତାରାମ ଦାସ,ନାରାୟଣ ପାଢ଼ୀ,ମୁନତାଜ ପଣ୍ଡା ପ୍ରମୁଖ ସମେତ ବହୁ ଜଗନ୍ନାଥ ପ୍ରେମୀ,ପରିଷଦର ସମସ୍ତ କାଉନସିଲ,ରଥଯାତ୍ରା ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହି ଚଳିତ ବର୍ଷ ରଥଯାତ୍ରା ଯେପରି ଶାନ୍ତି ଶୃଙ୍ଖଳା ସହିତ ଧୂମଧାମରେ ପାଳନ ହେବ ସେନେଇ ଆଲୋଚନା ହୋଇଥିଲା । ପରେ ଏହାର ପରିଚାଳନା ପାଇଁ ବିଭିନ୍ନ ସଦସ୍ୟଙ୍କୁ ଦାୟିତ୍ଵ ଅର୍ପଣ କରାଯାଇଥିଲା । ବୈଠକ ପ୍ରାରମ୍ଭରେ ମନ୍ଦିର ମୁଖ୍ୟ ପୂଜକ ହରିହର ପୂଜାରୀଙ୍କ ଦ୍ଵାରା ପୂଜାର୍ଚ୍ଚନା ପରେ ଉପସ୍ଥିତ ସଦସ୍ୟ ମାନେ ପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କ ଆଶିଷ ନେଇ ତୁଳସୀ ସେବନ କରିଥିଲେ ।