-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
30-Dec-2022
ବଲାଙ୍ଗିର //ଜିଲ୍ଲାରେ ଥିବା ଧାନମଣ୍ଡିର ଅବ୍ୟବସ୍ଥା, କଟନୀ ଛଟନୀ ନାମରେ ଚାଷୀଙ୍କୁ ଶୋଷଣ ବିରୋଧ ରେ ତଥା ଅନୈତିକ କାମରେ ଲିପ୍ତ ଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ବଦଳି ଦାବୀ କରି, ଯଥା-ସମସ୍ତ ମଣ୍ଡିରେ ଏଫ. ଏ. କ୍ୟୁ ଅଳରେ କରାଯାଉଥିବା କଟନୀ ଛଟନୀକୁ ତୁରନ୍ତ ବନ୍ଦ କରାଯାଉ l ବସ୍ତା, ସୁତୁଲି ତଥା ଡାମ୍ଫ ର ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଉ l ମଣ୍ଡି ମାନଙ୍କରେ ଆନୁସଙ୍ଗିକ ସୁବିଧା ସୁଯୋଗ ତିଆରି କରାଯାଉ l ଚାଷୀ ଙ୍କୁ ଶୋଷିତ
ହେବାକୁ ସୁଯୋଗ ସୃଷ୍ଟି କରାଯାଉଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଙ୍କୁ ଅନ୍ୟତ୍ର ବଦଳି କରାଯାଉ l ଅନୈତିକ କାମ ରେ ଲିପ୍ତ ରହି ଚାଷୀଙ୍କ ସ୍ୱାର୍ଥରେ ବାଧା ସୃଷ୍ଟି କରୁଥିବା ମିଲ ମାଲିକ ଙ୍କୁ ଧାନ ସଂଗ୍ରହ କାର୍ଯ୍ୟରୁ ବାଦ ଦିଆ ଯାଉ lଏହି ଦାବୀ ଗୁଡିକ ତୁରନ୍ତ ପୂରଣ କରିବା ପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ରୁ ଆନ୍ଦୋଳନ କରାଯାଇଥିଲା l ଏହି ଦାବୀ ପତ୍ର ବଲାଙ୍ଗୀର ଉପଜିଲ୍ଲାପାଳ ଗ୍ରହଣ କରିଥିଲେ ଏବଂ ଉପରୋକ୍ତ ଚାରୋଟି ଦାବୀ ଶୀଘ୍ର ପୂରଣ କରିବା ସହ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ବଦଳି ପାଇଁ ସାତ ଦିନ ସମୟ ମାଗିଥିଲେ lଏହି ଆନ୍ଦୋଳନ ରେ ବଲାଙ୍ଗୀର ଭାଜପା ସଭାପତି ଶିବାଜୀ ମହାନ୍ତି ଙ୍କ ନେତୃତ୍ୱ ରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ପ୍ରଭାସ ପାଣିଗହୀ, ପଙ୍କଜିନୀ ପଣ୍ଡା ଦିନେଶ ଶର୍ମା, ଲଖଣ ବାଗ, ମାଧବ ସାଏ, ମୁକେଶ ଜୈନ, ଶିବଦତ୍ତ ମିଶ୍ର, ରାକେଶ
ମିଶ୍ର, ଅମିତ ସିଂନୀନ, ରାଜକିଶୋର ନାୟକ, ଦୀନବନ୍ଧୁ ବେହେରା, ଅକ୍ଷୟ ରଣା, ଅନିଲ ନାୟକ, ପିତାମ୍ବର ଖମାରୀ, ପ୍ରଶାନ୍ତ ଦଶ, ବନଶ୍ରୀ ଆଚାର୍ଯ୍ୟ, ରଞ୍ଜିତା ପାଣିଗ୍ରାହୀ, ରଶ୍ମିରେଖା ଦାନୀ , ଅନିତା ମିଶ୍ର, ସସ୍ମିତା ବେହେରା, ସୌଦାମିନୀ ମିଶ୍ର,, ରମା ପ୍ରଧାନ,ଅନିଲ ପାଣିଗ୍ରାହୀ, ବଡ଼ବାବୁ ସେଲମା, ପ୍ରବୀନ ଅଗ୍ରୱାଲ, ଅଜୟ ଶର୍ମା, ଟଙ୍କଧର ପ୍ରଧାନ, ଲଳିତ ଶର୍ମା ଉପସ୍ଥିତ ଥିଲେ l