-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
20-Dec-2022
ସାରା ଓଡିଶାର ହୃଦ ସ୍ପନ୍ଦନ ବଢ଼ାଇ ନୂଆ ବର୍ଷରେ ମୁକ୍ତିଲାଭ କରିବାକୁ ଯାଉଛି ମେଗାଷ୍ଟାର ଅନୁଭବ ମହାନ୍ତି ଙ୍କ ନୂଆ ଓଡ଼ିଆ ସିନେମା "Love in London"ର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି।
ଜେବି ଫିଲ୍ମସ ଆଣ୍ଡ ଟିଭି ଏବଂ ଆମରା Studios ଦ୍ୱାରା ପ୍ରସ୍ତୁତ ନବୀନ ଭଣ୍ଡାରୀ ଓ ଜେ. ବର୍ଖା ଙ୍କ ଦ୍ୱାରା ପ୍ରଯୋଜିତ, ତାପସ ସରର୍ଘରୀୟା ଙ୍କ ବଳିଷ୍ଠ କାହାଣୀ ସହିତ ନିର୍ଦ୍ଦେଶନା ର ଚଳଚ୍ଚିତ୍ର "Love in London" ସମସ୍ତ ପୁରୁଣା ରେକର୍ଡ ଭାଙ୍ଗି ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି l ଏହି ଚଳଚ୍ଚିତ୍ର ର ମୁଖ୍ୟ ଭୂମିକାରେ ମେଗା ଷ୍ଟାର ଅନୁଭବ ମହାନ୍ତି ଥିବାବେଳେ ତାଙ୍କ ସହିତ ନବାଗତା ସୁନ୍ଦରୀ ତଥା ସୁପର ମୋଡେଲ ସ୍ୱପ୍ନା ପ୍ରିୟଦର୍ଶିନୀ ଏବଂ ସୌମ୍ୟା ସଚଦେବା ନଜର ଆସିବେ l
ଫାଷ୍ଟଲୁକ୍ ପୋଷ୍ଟରରେ ମେଗାଷ୍ଟାର ଅନୁଭବ ଓ ଅଭିନେତ୍ରୀ ସ୍ବପ୍ନା ପ୍ରିୟଦର୍ଶିନୀ ପରସ୍ପରକୁ ଲିପ୍ କିସ୍ ମାଧ୍ୟମରେ ପରସ୍ପରର ପ୍ରେମ କୁ ପ୍ରକାଶ କରୁଥିବା ପରିଲକ୍ଷିତ ହେଉଛି। ଚଳଚ୍ଚିତ୍ର ରେ କାର୍ଯ୍ୟକାରୀ ପ୍ରଯୋଜନା ଭାର ସୁରଜ ମହନତ ଙ୍କ କାନ୍ଧରେ ଥିବାବେଳେ ଚିତ୍ରନାଟ୍ୟ ସୁରେଶ ପଟ୍ଟନାୟକ, ସଂଳାପ ଅନ୍ତର୍ଯ୍ୟାମୀ ସରର୍ଘରୀୟା, ଡିଓପି ସୁବ୍ରତ କୁମାର ଖଟୋଇ, ସମ୍ପାଦନା ରାଜେଶ ଦାଶ,ସଂଗୀତ ବୈଦ୍ୟନାଥ, ଅସଦ ନିଜାମ, ଡ଼. ବିନୟ, କୋରିୟୋଗ୍ରାଫର ଗିରିଶ ମହାନ୍ତି, ପବ୍ଲିସିଟି ଡିଜାଇନ ଆଜହାର ଅଲ୍ଲୀ ଙ୍କ ସହିତ ପ୍ରଚାର ପ୍ରସାର ଦାୟୀତ୍ୱ ରେ ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ଅଛନ୍ତି l ଓଡ଼ିଆ ଦର୍ଶକ ଏହି ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ର ଏକ ବିରାଟ ପରିବର୍ତ୍ତନ ଓ ବିଗ୍ ବଜେଟ୍ ର ଫିଲ୍ମ ଦେଖିବାକୁ ପାଇଵେ ବୋଲି ପ୍ରଯୋଜନା ସଂସ୍ଥା ଆଶା ପ୍ରକଟ କରିଛନ୍ତି। ପ୍ରଥମ ମେଗାଷ୍ଟାର ସବୁବେଳେ ସୁପରହିଟ୍ ଚଳଚ୍ଚିତ୍ର ଦେଇ ଆସୁଥିବା ଅଭିନେତା ଅନୁଭବ ମହାନ୍ତି ଦୀର୍ଘ ୪ବର୍ଷ ପରେ ଦର୍ଶକମାନଙ୍କ ପାଖକୁ ନୂଆ ଚଳଚ୍ଚିତ୍ର "Love In London " ଚଳଚ୍ଚିତ୍ର ମାଧ୍ୟମରେ ଆସିବେ ।ଏହା ୨୦୨୩ ରେ ମୁକ୍ତିଲାଭ କରିବ ବୋଲି ଜଣା ପଡିଛି।
(ଅମୃତ ନନ୍ଦ ଙ୍କ ରିପୋର୍ଟ)