-+91-9937148622 |

prerana_bgr@rediffmail.com |

  Friday 16th October 2026 |

| | | |

R.N.I. Regd No. ODIODI/2010/46693

Breaking News

ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||      *ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   (14-Oct-2026)       ||      ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ    (14-Oct-2026)       ||     

HOME   ଜିଲ୍ଲା

ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ

13-Sep-2026



ଭୁବନେଶ୍ୱ(ମୁରଲୀଧର ମିଶ୍ର): ରାଜ୍ୟ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ପରେ ବଜାରରେ ଭେଜାଲ ପନିର ବିକ୍ରି ହେଉଥିବା ରାଜ୍ୟବାସୀଙ୍କ ନଜରକୁ ଆସିଛି । ଲୋକେ ସଚେତନ ହୋଇଛନ୍ତି । ବଜାରରେ ମିଳୁଥିବା ଶସ୍ତା ପନିର ଯେ ଭେଜାଲ ଏବଂ ସ୍ୱାସ୍ଥ୍ୟ ପ୍ରତି ଘାତକ ସାଜୁଛି, ତାହା ଲୋକେ ପ୍ରତ୍ୟେକ୍ଷ ଭାବେ ବିଭିନ୍ନ ଗଣମାଧ୍ୟରେ ଦେଖିଲେ ଏବଂ ଜାଣିଲେ । ଏଣିକି ଖୋଲା ପନିର ଲୋକେ ନେବାକୁ ଭୟ କରୁଛନ୍ତି । ଫଳରେ ଓମ୍ଫେଡ୍ ପନିର ଓ ଘିଅର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ଜୁନ୍ ମାସରେ ଓମ୍ଫେଡ୍ ସମଗ୍ର ରାଜ୍ୟରେ ମୋଟ 218 ମେଟ୍ରିକ୍ ଟନ୍ ପନିର ବିକ୍ରି କରିଥିବା ବେଳେ ଜୁଲାଇ ମାସରେ 235 ମେଟ୍ରିକ୍ ଟନ୍ ଏବଂ ଅଗଷ୍ଟ ମାସରେ 275 ମେଟ୍ରିକ୍ ଟନ୍ ପନିର ବିକ୍ରି କରିଛି । ଚଳିତ ମାସରେ ଏହା 300 ମେଟ୍ରିକ୍ ଟନ୍ ଛୁଇଁବ ବୋଲି ଆଶା କରାଯାଉଛି । 
 କେବଳ ପନିର ନୁହେଁ, ରାଜ୍ୟରେ ଓମ୍ଫେଡର ଅନ୍ୟାନ୍ୟ ଉତ୍ପାଦର ଚାହିଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ଜୁନ୍ ମାସରେ ଓମ୍ଫେଡର ମୋଟ କାରବାର 90 କୋଟି ଟଙ୍କା ହୋଇଥିବା ବେଳେ କେବଳ ପନିର 7.65 କୋଟି ଟଙ୍କାର ବିକ୍ରି ହୋଇଥିଲା । ସେହିପରି ଜୁଲାଇ ମାସରେ ମୋଟ କାରବାର 94 କୋଟି ଟଙ୍କା ହୋଇଥିବା ବେଳେ କେବଳ ପନିର 8.15 କୋଟି ଟଙ୍କା ଏବଂ ଅଗଷ୍ଟ ମାସରେ ମୋଟ କାରବାର 110 କୋଟି ଟଙ୍କା ହୋଇଥିବା ବେଳେ କେବଳ ପନିର 9.94 କୋଟି ଟଙ୍କାର ବିକ୍ରି ହୋଇଛି । 
 ଓମ୍ଫଡ୍ ହେଉଛି ଚାଷୀମାନଙ୍କର ଏକ ସମବାୟ ସଂସ୍ଥା । ସରକାରଙ୍କ ଦ୍ୱାରା ପରିଚାଳିତ ଓମ୍ଫେଡ୍ ଦୁଗ୍ଧ ଓ ଦୁଗ୍ଧ ଜାତ ଉତ୍ପାଦର ଗୁଣବତ୍ତା ଉପରେ କୌଣସି ପ୍ରକାର ସାଲିସ କରେ ନାହିଁ । ଓମ୍ଫେଡର ନିଜସ୍ୱ ଅତ୍ୟାଧୁନିକ ପରୀକ୍ଷାଗାର ରହିଛି । ଦୁଗ୍ଧ କ୍ରୟଠାରୁ ଉତ୍ପାଦ ବଜାରକୁ ଛାଡିବା  ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦର ବାରମ୍ବାର ପରୀକ୍ଷା ନିରୀକ୍ଷା କରାଯାଇଥାଏ । ଅନ୍ୟପକ୍ଷରେ ଦୁଗ୍ଧଜାତ ଦ୍ରବ୍ୟ ପ୍ରସ୍ତୁତି ପାଇଁ ଓମ୍ଫେଡର ରହିଛି ସ୍ୱୟଂ ଚାଳିତ ଅତ୍ୟାଧୁନିକ ମେସିନ । ତେଣୁ ଏଠାରେ କୌଣସି ପ୍ରକାର ଅପମିଶ୍ରଣ ହେବାର ସୁଯୋଗ ମଧ୍ୟ ନାହିଁ  ବୋଲି କହିଛନ୍ତି ଓମ୍ଫେଡର ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ।    
 ଏବେ ଓମ୍ଫେଡ୍ ଘିଅ ନକଲ ହେବା ଆମ ଦୃଷ୍ଟିକୁ ଆସିବା ପରେ ନୂଆ ପ୍ୟାକ୍ ବଜାରକୁ ଛାଡିଛି । ଏଥିରେ କ୍ୟୁଆର କୋଡ୍ ରହିଛି। ଯଦି କୌଣସି ଗ୍ରାହକଙ୍କର ସଂଦେହ ହୁଏ, ତେବେ ସେମାନେ କ୍ୟୁଆର କୋଡ ସ୍କାନ କରିଦେଲେ, ତାହା କେବେ, କେଉଁଠାରେ ପ୍ରସ୍ତୁତ ହୋଇଛି, ଏହା ଅସଲି କି ନକଲି ଆଦି ସମସ୍ତ ତଥ୍ୟ ଉପଲବ୍ଧ ହୋଇଯିବ । ସେହିପରି ପନିର ଓ ଅନ୍ୟାନ୍ୟ ଉତ୍ପାଦରେ ମଧ୍ୟ କ୍ୟୁଆର କୋଡ୍ ଖୁବ୍ ଶୀଘ୍ର ଲାଗିବାକୁ ଯାଉଛି ବୋଲି କହିଛନ୍ତି ପରିଚାଳନା ନିର୍ଦେଶକ । ସେ ଆହୁରି କହିଛନ୍ତି ଯେ, ଓମ୍ଫେଡ୍ ହେଉଛି ଓଡିଶାର ଅସ୍ମିତା ଏବଂ ଲକ୍ଷ ଲକ୍ଷ ଚାଷୀଙ୍କ ଆର୍ଥିକ ବିକାଶର ମାର୍ଗ । ଅନ୍ୟପକ୍ଷରେ ଓମ୍ଫେଡ୍ କ୍ଷୀର ଓଡିଶାର । ଲକ୍ଷ ଲକ୍ଷ ଗ୍ରାହକଙ୍କର ଓମ୍ଫେଡ୍ ଉତ୍ପାଦ ଉପରେ ଦୃଢ ବିଶ୍ୱାସ ଓ ଭରସା ରହିଛି । ଆଜିକୁ ଦୀର୍ଘ 46 ବର୍ଷ ହେଲା ଲୋକଙ୍କର ଭରସା ଜିତି ଆସିଛି ଓମ୍ଫେଡ୍ । ଆଜି ମଧ୍ୟ ଲୋକମାନଙ୍କର ସେହି ଭରସା ରହିଛି ଓ ଆଗାମୀ ଦିନରେ ରହିବ । କାରଣ ଓମ୍ଫେଡ୍ ଉତ୍ପାଦର ଗୁଣାତ୍ମକ ମାନ ରକ୍ଷାକରିବାରେ ବଦ୍ଧପରିକର । ଓମ୍ଫେଡ୍ ତାର ଅଗଣିତ ଗ୍ରାହକଙ୍କୁ ଉତ୍ତମ ଗୁଣମାନର, ସ୍ୱଚ୍ଛ ଓ ସ୍ୱାସ୍ଥ୍ୟକର ଉତ୍ପାଦ ଯୋଗାଇ ଆସୁଛି ଏବଂ ଯୋଗାଇବ । ଛୁଆଙ୍କଠାରୁ ଆରମ୍ଭ କରି ବୃଦ୍ଧ ଓ ରୋଗୀଙ୍କ ପାଇଁ କେଉଁ ପରିମାଣର ଫ୍ୟାଟ୍ ରହିବା ଦରକାର, ତାହା ମାପିଚୁପି ଏବଂ ପରୀକ୍ଷା ନିରୀକ୍ଷା କରି ବଜାରକୁ ଛାଡୁଛି । 
 ତେବେ ରାଜ୍ୟର ଅଗଣିତ ଗ୍ରାହକ ବଜାରରୁ ଖୋଲା ଏବଂ ଶସ୍ତା ପନିର ନ କିଣିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ଦୁନିଆରେ ସବୁଠାରୁ ସୁଖି ଏବଂ ଧନି ଲୋକ ହେଉଛି ସେହି ଯିଏ ସୁସ୍ଥ ଓ ନିରୋଗ । ତେଣୁ ଖାଣ୍ଟି ଜିନିଷ ଖାଆନ୍ତୁ, ସୁସ୍ଥ ରୁହନ୍ତୁ ।    


News Comment




Photo in News

Advertisment
Lastest News
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026
  ଜିଲ୍ଲା  
କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି   16-Oct-2026
  ଜିଲ୍ଲା  
ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   16-Oct-2026
  ଜିଲ୍ଲା  
କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   15-Oct-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼   15-Oct-2026
  ଜିଲ୍ଲା  
ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   15-Oct-2026
  ଜିଲ୍ଲା  
ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   15-Oct-2026
  ଜିଲ୍ଲା  
ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   15-Oct-2026

You Might Also Like