-+91-9937148622 |
prerana_bgr@rediffmail.com |
Monday 23rd November 2026 |
R.N.I. Regd No. ODIODI/2010/46693
Breaking News
13-Sep-2026
ଟିଟିଲାଗଡ - ଟିଟିଲାଗଡ ସହରର ଜଣେ ପରିଚିତ ବ୍ୟକ୍ତି ଭାବେ ପରିଚିତ ଥିଲେ ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତି। ସେ ଜଣେ ଲେଖକ, କରଣ ସମାଜର ଉପ ସଭାପତି, ରାଜେନ୍ଦ୍ର ନାରାୟଣ କ୍ଲବର ଆଗ ଧାଡ଼ିର ସଦସ୍ୟ ରହିବା ସହ ଆଖପାଖ ଅଞ୍ଚଳରେ ରହୁଥିବା ଛୋଟ ଛୋଟ ଛୁଆଙ୍କ ପାଇଁ ଜଣେ ପରିବାର ସଦସ୍ୟ ଭଳି ଥିଲେ। ଏକା ଧାରରେ ଜଣେ ସର୍ବ ଗୁଣ ସମ୍ପର୍ଣ୍ଣ ବ୍ୟକ୍ତି ଥିଲେ। ତେବେ ସ୍ୱର୍ଗତ ମହାନ୍ତି ୦୩.୧୦.୧୯୩୯ ରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ତିରୋଧାନ ୦୨.୦୯.୨୦୨୬ ରେ ଘଟିଯାଇଛି।
ତେବେ ଆଜି ସ୍ବର୍ଗତ ମହାନ୍ତିଙ୍କ ଦ୍ୱାଦଶହ ଥିବା ବେଳେ ଟିଟିଲାଗଡ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ବହୁ ବର୍ଗର ପରିବାର ସଦସ୍ୟ ମାନେ ସାମିଲ ହୋଇ ଶୋକ ସନ୍ତପ ପରିବାରକୁ ସହାନୁଭୂତି ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଶ୍ରଦ୍ଧାଞ୍ଜଳି ସଭା ସମୟରେ ତାଙ୍କର ପୁଅ, ବୋହୂ, ନାତି ନାତୁଣୀଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।