-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
13-Sep-2026
ଟିଟିଲାଗଡ଼ (ପ୍ରେରଣା ଖବର): ଟିଟିଲାଗଡର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲଠାରେ ସିବିଏସଇ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଶିକ୍ଷକ ମାନଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଶିକ୍ଷକ ଭାବେ ବରପାଲିର ଲିଟିଲ୍ ଏଞ୍ଜେଲ ସ୍କୁଲର ପ୍ରିନ୍ସିପାଲ ଦିଲିପ କୁମାର ମିଶ୍ର, ଡିପିଏସ ଦାମନଯୋଡିର ଅନିଲ କୁମାର ପଟ୍ଟନାୟକ ଯୋଗ ଦେଇ କମ୍ପିଟେନ୍ସିବେସ ଏସେସମେଣ୍ଟ ଉପରେ ତାଲିମ ପ୍ରଦାନ କରିଥିଲେ।
ପ୍ରଥମ ଦିନ ତାଲିମ ପ୍ରଦାନ ପୂର୍ବରୁ ଉଭୟ ପ୍ରଶିକ୍ଷକଙ୍କୁ ବ୍ୟାଣ୍ଡ ବାଦ୍ୟ ଦ୍ୱାରା ପ୍ରଶିକ୍ଷଣ କକ୍ଷକୁ ପାଛୋଟି ନେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଡ ସୁନନ୍ଦା ଜତି, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ପୀତାମ୍ବର ଶର୍ମା ଏବଂ ଉଭୟ ପ୍ରଶିକ୍ଷକଙ୍କ ଦ୍ଵାରା ଦ୍ୱୀପ ପ୍ରଜ୍ୱଳନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ସ୍କୁଲ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହାପରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁରେନ୍ଦ୍ର ଦାସ ଓ କିଶୋର ଦାସ ପ୍ରଶିକ୍ଷକଙ୍କ ପରିଚୟ ପ୍ରଦାନ କରିଥିଲେ। ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଗୁରୁତ୍ଵ ଉପସ୍ଥାପନା କରିଥିଲେ। ଦ୍ୱିତୀୟ ଦିନ କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷା ଡ ସୁନନ୍ଦା ଜତି ଉଭୟ ପ୍ରଶିକ୍ଷକଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାୟଗଡ଼ାର ଇଏମ ଆରଏସ ଚନ୍ଦ୍ରପୁର, ଧର୍ମଗଡର
ଇଏନଏମଏସ, ବଲାଙ୍ଗୀରରୁ ଏକାଡେମୀକ ହାଇଟ୍ସ , ସେଞ୍ଚୁରିଆନ ପବ୍ଲିକ ସ୍କୁଲ ତଥା ଗୁଣୁପୁରର ବିଦ୍ୟା ନିକେତନ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଶେଷରେ ଶ୍ରୀ ଉଦୟ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଆଶିଷ କୁମାର ସାହୁ, ଚିତ୍ତ ରଞ୍ଜନ ଚାନ୍ଦ, ଶ୍ରୀମତୀ ସୂଚିତା ମିଶ୍ର, ଶ୍ରୀମତୀ ଇପ୍ସିତା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।