-+91-9937148622 |
prerana_bgr@rediffmail.com |
Friday 12th June 2026 |
R.N.I. Regd No. ODIODI/2010/46693
Breaking News
20-May-2026
କଟକ(ତପନ ମହାନ୍ତି): ସୋସିଆଲ ମିଡ଼ିଆରେ ସାମ୍ବାଦିକଙ୍କୁ କଟାକ୍ଷ କରିବା ଅରିନ୍ଦମଙ୍କୁ ମହଙ୍ଗା ପଡିଛି। ବିଜେପି ନେତା ଅରିନ୍ଦମ ରାୟଙ୍କ ନାଁରେ ଏତଲା ଦେଇଛନ୍ତି ସାମ୍ବାଦିକ ସଂଘ। ଟାଙ୍ଗୀ-ଚୌଦ୍ବାର ଥାନାରେ ସାମ୍ବାଦିକ ମାନେ ଅରିନ୍ଦମଙ୍କ ନାଁରେ ଏତଲା ଦେଇଛନ୍ତି। ଗତକାଲି ଅରିନ୍ଦମ ସୋସିଆଲ ମିଡ଼ିଆରେ ସାମ୍ବାଦିକଙ୍କୁ କଟାକ୍ଷ କରିଥିଲେ। ଟାଙ୍ଗୀ ବ୍ଲକ ଘଟଣାରେ ଖବର ପ୍ରସାରଣ କରି କିଛି ଗଣମାଧ୍ୟମ ପ୍ରତି ଭିୟ୍ୟୁ ପିଛା ଆଠେଣା ଚାରଣା ପାଇଥିବେ। ସେହି ପଇସାରେ ଦୁଇ ଦିନର ଚାଉଳ କିଣି ଭାତ ଖାଇଥିବେ ବୋଲି କହିଥିଲେ ଅରନ୍ଦମ୍। ଏହିଭଳି ମନ୍ତବ୍ୟରେ ସାମ୍ବାଦିକମାନଙ୍କ ସମ୍ମାନ ହାନି ହୋଇଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ସାମ୍ବାଦିକମାନେ ଚାଉଳ, ଆଳୁ ଓ ବାଇଗଣ ଧରି ଅରିନ୍ଦମଙ୍କୁ ଦେବାକୁ ଯାଇଥିଲେ।