-+91-9937148622 |
prerana_bgr@rediffmail.com |
Friday 12th June 2026 |
R.N.I. Regd No. ODIODI/2010/46693
Breaking News
20-May-2026
କଟକ(ତପନ ମହାନ୍ତି) ଜନ ଜାତୀୟ ଗରିମା ଉତ୍ସବ ଅବସରରେ ଦେଶବ୍ୟାପୀ ଚାଲିଥିବା ଜନ ଭାଗୀଦାରୀ– ସବସେ ଦୂର ସବସେ ପେହଲେ ବା ସବୁଠାରୁ ଦୂରରେ ସର୍ବପ୍ରଥମେ ଅଭିଯାନ ଅନ୍ତର୍ଗତ ଆଜି କଟକ ଜିଲ୍ଲାର ଆଠଗଡ ବ୍ଲକ ଅଙ୍ଗନୱାଡି କେନ୍ଦ୍ରରେ ଏକ ଟିକାକରଣ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ମୋଟ ୧୬ ଜଣ ଶିଶୁଙ୍କୁ ଟିକାକରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ଏଏନଏମ୍ ଉପସ୍ଥିତ ରହି ଟୀକା ପ୍ରଦାନ କରିଥିଲେ। ସେହିପରି ବାରଙ୍ଗ ବ୍ଲକ ଅନ୍ତର୍ଗତ ଚକ୍ରଧରପୁର ଗ୍ରାମରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀମାନେ ଅଂଶଗ୍ରହଣ କରି ଗ୍ରାମ ପରିବେଶ ସଫାସୁତୁରା ରଖିବା ଉପରେ ବାର୍ତ୍ତା ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ସମ୍ପୃକ୍ତ ବ୍ଲକର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ସ୍ୱାସ୍ଥ୍ୟ ସେବା ସହ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ଏହି ଅଭିଯାନ ଏକ ପ୍ରଭାବଶାଳୀ ପଦକ୍ଷେପ ।