-+91-9937148622 |
prerana_bgr@rediffmail.com |
Friday 12th June 2026 |
R.N.I. Regd No. ODIODI/2010/46693
Breaking News
20-May-2026
କଟକ(ତପନ ମହାନ୍ତି): ଆଇ ୟୁ ଟି ୟୁ ସି ସହ ବନ୍ଧିତ ଓଡ଼ିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରିଗର ସଂଘ କଟକ ସଦର ବ୍ଲକ କମିଟି ପକ୍ଷରୁ ଆଜି ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି ।ପ୍ରକାଶ ଥାଉ କି ସ୍ବାବଲମ୍ବୀ କାରିଗର ମାନେ ବିନା ଛୁଟିରେ କାମ କରୁ ଛନ୍ତି କିନ୍ତୁ ସେମାନଙ୍କୁ ସରକାରୀ କର୍ମଚାରୀ କିମ୍ବା ଦୈନିକ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉ ନାହିଁ,ପ୍ରତି ମାସ ଦରମା ଦିଆ ଯାଉନାହିଁ ,ବର୍ଷ ବର୍ଷ ଧରି ପମ୍ପ ଚାଳକ ମାନଙ୍କ ଦରମା ପ୍ରଦାନ କରାଯାଉ ନାହିଁ,ବର୍ଷ ବର୍ଷ ଧରି ପାଣି ମଟର ଖରାପ ହୋଇ ପଡ଼ିଛି କିନ୍ତୁ ତାହା ତିଆରି କରାଯାଉ ନାହିଁ ଆଦି ଦାବି କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ବିଡିଓ ଙ୍କ ଜରିଆରେ ପ୍ରଦାନ କରାଯାଇ ଥିଲା ।ସଂଘର ଜିଲ୍ଲା ସଭାପତି ରାଜକିଶୋର ମଲ୍ଲିକ ଙ୍କ ସଭାପତିତ୍ବରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଏସ ୟୁ ସି ଆଇ (ସି) କଟକ ଜିଲ୍ଲା ସମ୍ପାଦକ ବିଶ୍ଵାବସୁ ଦାସ, ଏସୟୁସିଆଇ (ସି) ଜିଲ୍ଲା କମିଟି ସଦସ୍ଯ ଭାଗ୍ୟ ରବି ଦାସ, ଏସସିଏସ ସଂଘ ପକ୍ଷରୁ ମାନଗୋବିନ୍ଦ ପଣ୍ଡା ,ଯୋଗେନ୍ଦ୍ର ରାଉତ,ସତ୍ୟରଞ୍ଜନ ପ୍ରଧାନ,ସୁବାସ ପୃଷ୍ଟି,ବିଚିତ୍ରାନନ୍ଦ ରାଉତରାୟ,ବିଭୂତି ଭୂଷଣ ଭୋଇ ପ୍ରମୁଖ ନେତୃତ୍ୱ ନେଇଥିଲେ।ସରକାର ଓ କର୍ତ୍ତୃପକ୍ଷ ଦାବି ପୁରଣ ନ କଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ସଂଘ୍ ପକ୍ଷରୁ ଚେତାବନୀ ଦିଆଯାଇଛି।