-+91-9937148622 |
prerana_bgr@rediffmail.com |
Friday 12th June 2026 |
R.N.I. Regd No. ODIODI/2010/46693
Breaking News
20-May-2026
ସମ୍ବଲପୁର.(ସଂଜୀବ ପାଣିଗ୍ରାହୀ ):ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ଯୁଯୋମୁରାକୁ ବୁଧବାର ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ନନ୍ଦିଘୋଷ ଟିଭି ର ଜ଼ିଲ୍ଲା କେମେରା ମ୍ୟାନ୍ ସାମ୍ବାଦିକ ଶ୍ରୀ ନିଲୁ ସାହୁଙ୍କୁ ଏକ କୁକୁର କାମୁଡିବାରୁ ଆହତ ହୋଇଛନ୍ତି I ସାମ୍ବାଦିକ ଶ୍ରୀ ନିଲୁ ସାହୁ କୁକୁର କୁମୁଡାରେ ଆହତ ହୋଇଥିବା ଖବର ପାଇ ବିରୋଧୀ ଦଳ ଉପ ନେତା ତଥା ରେଢ଼ାଖୋଲ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଡାକ୍ତରଖାନା ପହଞ୍ଚି ଚିକିତ୍ସା କଥା ପଚାରି ବୁଝିଥିଲେ I ଯୁଯୋମୁରା ଥାନା କଡରେ ଥିବା ରିତୁଲ ହୋଟେଲ ନିକଟରେ କୁକୁରଟି ଆକ୍ରମଣ କରିଥିଲା I ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ I ତୁରନ୍ତ ରକ୍ତାକ୍ତ ଅବସ୍ଥାରେ ସାମ୍ବାଦିକ ଶ୍ରୀ ନିଲୁ ସାହୁ ଙ୍କୁ ଯୁଯୋମୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା I ସେଠାରେ ଡା. ଚିତ୍ତରଞ୍ଜନ ସାହୁ ଚିକିତ୍ସା କରି ଏଆରଭି, ଟିଟାନସ, ଇମିନୋ ଗ୍ଲୋବ୍ଲୁଲିନ୍ ଇଞ୍ଜେକ୍ସନ ଦେଇଥିଲେ I ଏହି ଅବସରରେ ଖବର ସଂଗ୍ରହ ପାଇ ସମ୍ବଲପୁରରୁ ଯୁଯୋମୁରା ଯାଇଥିବା ସାମ୍ବାଦିକ ଅଜୟ ନାଥ, ପ୍ରମୋଦ ବହିଦାର, ଶୁଭଶ୍ରୀ ବାରିକ, ସୁଶାନ୍ତ ମହାପାତ୍ର, ଶୁଭମ ଖଡ଼ିରତ୍ନ, ସରୋଜ ସାହୁ, ସୁବାଶିଷ ପାଢ଼ୀ, ଦୁଲାଲ ଚନ୍ଦ୍ର ରାୟ ପ୍ରମୁଖ ଡାକ୍ତରଖାନା ପହଞ୍ଚିଥିଲେ I ଏହି ଅବସରରେ ବିଜୁ ଯୁବ ଜନତା ଦଳ ରାଜ୍ୟ ଉପ ସଭାପତି ହୀରାଲାଲ ବେହେରା, ବିଜେଡି ଯୁଯୋମୁରା ବ୍ଲକ ସଭାପତି ବିନୋଦ ବଡ଼ପଣ୍ଡା, ଲିପିଣ୍ଡା ସରପଞ୍ଚ ପ୍ରଫୁଲ୍ଲ ମିର୍ଦ୍ଧା ମଧ୍ୟ ପହଞ୍ଚି ସାମ୍ବାଦିକ ଶ୍ରୀ ସାହୁ ଙ୍କ ଚିକିତ୍ସା କଥା ବୁଝିଥିଲେ I ତେବେ କୁକୁର କାମୁଡ଼ାରେ ଏହି ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି I