-+91-9937148622 |
prerana_bgr@rediffmail.com |
Friday 12th June 2026 |
R.N.I. Regd No. ODIODI/2010/46693
Breaking News
20-May-2026
ତୁରେକେଲା(ପ୍ରେରଣା ଖବର): - ସ୍ଥାନୀୟ ଶିବ ମନ୍ଦିର ପ୍ରାଙ୍ଗଣରେ ଏ. ଆଇ. ଟି. ୟୁ. ସି. ସହ ବନ୍ଧିତ ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ ତୁରେକେଲା ବ୍ଲକ କମିଟୀର ସଭାନେତ୍ରୀ ବନିତା ପୁଟେଲ ଙ୍କ ସଭାତିତ୍ବରେ ପରିବର୍ଦ୍ଧିତ ବ୍ଲକ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ସଂଗଠନ ର ଜିଲ୍ଲା ସଭାପତି ତଥା ରାଜ୍ୟ ଉପ ସଭାପତି ତୀର୍ଥ ପଧlନ ମୁଖ୍ୟ ଅତିଥି, ଜିଲ୍ଲା ସମ୍ପାଦିକା ଓମୀ ଗୁପ୍ତା ଓ ଦିଲିପ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ରାଜ୍ୟରେ ବି ଜେ ପି ଶାସିତ ମୋହନ ସରକାର କ୍ଷମତାସୀନ ହେଲା ଦିନରୁ ଆଶା କର୍ମୀଙ୍କ ପରିବାର ପ୍ରତିପୋଷଣ କରିବାରେ ପରିସ୍ଥିତି ଶୋଚନୀୟ ହୋଇପଡ଼ିଛି l ପ୍ରତି ମାସର ୧୦ ତାରିଖ ମଧ୍ୟରେ ସମସ୍ତ କାର୍ଯ୍ୟ ର ପ୍ରୋତ୍ସାହନ ରାଶି ଏକକାଳୀନ ପ୍ରଦାନ କରିବାର ସରକାରୀ ବ୍ୟବସ୍ଥା ଥିଲେ ମଧ୍ୟ ଡବଲ ଇଞ୍ଜିନ ସରକାର ତାହା ଅନୁସରଣ କରୁନାହିଁ l ଦୁଇ ବର୍ଷ ହେଲାଣି ବର୍ଷ କୁ ୧୦ ହଜାର ଟଙ୍କା ଲେଖାଏଁ କଣ୍ଟିଜେନ୍ସି ବାବଦରେ ଆଶା କର୍ମୀ ଙ୍କୁ ପ୍ରଦାନ କରାଯାଉନାହିଁ l ସି ଏଚ ଓ ନିଯୁକ୍ତି ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅଧୀନରେ ଥିବା ଆଶା କର୍ମୀ ଙ୍କୁ ପ୍ରତି ମାସ ଏକ ହଜାର ଟଙ୍କା ଲେଖାଏଁ ଦୁଇ ବର୍ଷ ହେଲା ଦିଆଯାଉ ନାହିଁ l ସରକାର କାର୍ଯ୍ୟ ଭାର ଦିନକୁ ଦିନ ଅଧିକ ବଢ଼ାଇ ଚାଲିଥିବା ବେଳେ ପ୍ରୋତ୍ସାହନ
ରାଶି ତଦନୁସାରେ ବୃଦ୍ଧି କରିବା ପରିବର୍ତ୍ତେ କମି କମି ଆସୁଛି l ଦୈନନ୍ଦିନ ଜୀବନରେ ବ୍ୟବହୃତ ଅତ୍ୟାବଶ୍ୟକ ସାମଗ୍ରୀର ଦର ଦାମ ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ ନିର୍ଦ୍ଦିଷ୍ଟ ତାରିଖରେ ସମସ୍ତ କାର୍ଯ୍ୟ ର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାକୁ ମତ ପ୍ରକାଶ ପାଇଥିଲା l ଯଦି ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ତଥା ସି ଏଚ୍ ସି କର୍ତ୍ତୁପକ୍ଷ ଉକ୍ତ ସମସ୍ୟା ଗୁଡିକୁ ଗମ୍ଭୀରତା ସହ ବିଚାର କରି ତୁରନ୍ତ ସମାଧାନ ନ କରନ୍ତି ତେବେ ଆଗାମି ଦିନରେ ବ୍ଲକ ସି ଏଚ ସି ସ୍ଥରରୁ ରାଲି ଓ ଧାରଣl ଦିଆଯିବାକୁ ବୈଠକରେ ନିଷ୍ପତ୍ତି ହୋଥିଲା l
ଏଥିରେ ପାର୍ବତୀ ବରିହା, ସୂର୍ଯ୍ୟକନ୍ତୀ ମାଝୀ,ଭାଗ୍ୟବତୀ ପରlଭୁଏ , ଉଦlସିନୀ କାଣ୍ଡ, ସୁଷମା ସିକା, ଜେମାବତି ବାଗ, ଚଞ୍ଚଳା ନାଗ, ସୁଶୀଳା ନିଆଲ, ସିନ୍ଦୂର ମାଝୀ, ରୀନ ଧରୁଆ, ଟିକେମତି ତାଣ୍ଡି, ପ୍ରମୁଖ ମତ ବ୍ୟକ୍ତ କରିଥିଲେ l ସମ୍ପାଦିକl ସଂଯୁକ୍ତା ରାଏ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ l