-+91-9937148622 |

prerana_bgr@rediffmail.com |

  Friday 27th November 2026 |

| | | |

R.N.I. Regd No. ODIODI/2010/46693

Breaking News

*ଶ୍ରୀ ନୃସିଂହ ମନ୍ଦିରରେ ୯ ଦିନ ଧରି ନବାହ ପରାୟଣ ସମ୍ପନ୍ନ*   (27-Nov-2026)       ||      ପିଏମ୍ ଶ୍ରୀ ପୃଥ୍ଵୀରାଜ ହାଇସ୍କୁଲ ଖେଳପଡ଼ିଆ ଠାରେ ଦୁଇ ଦିନିଆ ଆଥିଲେଟିକ୍ ମିଟ୍    (27-Nov-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ   (27-Nov-2026)       ||      ସମ୍ବଲପୁର ଜିଲ୍ଲାରେ ଭୋଟର ତାଲିକା ପ୍ରସ୍ତୁତି ଓ ଘରକୁ ଘର ସର୍ଭେକ୍ଷଣ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ   (26-Nov-2026)       ||      ସୁନ୍ଦରଗଡ଼ରୁ ବାହାରିଲେ ଵରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ   (26-Nov-2026)       ||      ମା ଲଷ୍ମୀ ଙ୍କ ଘରେ ଘରେ ପୂଜା    (26-Nov-2026)       ||      ୮ ଲକ୍ଷ ଟଙ୍କା ଚୋରି ଅଭିଯୋଗ ମିଛ! ସେଲୁନ୍ ମାଲିକଙ୍କ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି, ୨ ଅଭିଯୁକ୍ତ ଗିରଫ   (26-Nov-2026)       ||      *ଚନ୍ଦାହାଣ୍ଡିରେ ସମ୍ବିଧାନ ଦିବସ ପାଳିତ*   (26-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   (26-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   (26-Nov-2026)       ||      ଜନ କଲ୍ୟାଣ ପାଠାଗାର, ଧାନଘରା ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ   (26-Nov-2026)       ||      *ହୋମିଓପ୍ୟାଥିକ ସ୍ବାସ୍ଥ୍ୟ ସେବା ଶିବିର*   (26-Nov-2026)       ||      ବଲାଙ୍ଗୀର-ଲଖନା ଭାୟା ପାଟଣାଗଡ-ହରିଶଙ୍କର ରେଳଲାଇନ ସ୍ୱତନ୍ତ୍ରପ୍ରକଲ୍ପ ଘୋଷଣା   (26-Nov-2026)       ||      ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ମେଧାବୀ ସାଙ୍ଗଙ୍କ ଜୀବନ   (26-Nov-2026)       ||      ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଫାଇନାଲ ମ୍ୟାଚ, ସମ୍ବଲପୁର ଆଶିଷ ଏକାଦଶ ବିଜୟ   (26-Nov-2026)       ||      ନୂଆପଡ଼ା ଜିଲ୍ଲାରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ   (26-Nov-2026)       ||      ବରଗଡ଼ ପୁସ୍ତକ ମେଳା ମଞ୍ଚରେ ଉନ୍ମୋଚିତ ହେଲା ମିଟ୍‌ର ବାର୍ଷିକ କ୍ୟାଲେଣ୍ଡର    (26-Nov-2026)       ||      ବେଲପଡା: ୨୫ ବର୍ଷର ସ୍ମୃତି, ବନ୍ଧୁତ୍ୱ ଓ ଗୁରୁଶିଷ୍ୟ ପରମ୍ପରାକୁ ପୁନର୍ଜୀବିତ କରିଥିଲା ବନ୍ଧୁ ମିଳନ କାର୍ଯ୍ୟକ୍ରମ    (26-Nov-2026)       ||      ୭ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକା ଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ   (26-Nov-2026)       ||      *ବହୁଚର୍ଚ୍ଚିତ ଡାବୁଗାଁ ଲ୍ୟାମ୍ପସ୍ ସାର ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ପାଇଁ ଦାବି*   (26-Nov-2026)       ||     

HOME   ରାଜ୍ୟ

ଶହୀଦ ଲକ୍ଷ୍ମଣ ନାଏକଙ୍କ ସ୍ମୃତିରେ ଗରିମାମୟ ରାଜ୍ୟସ୍ତରୀୟ ସମାରୋହ ♦️ “ଜନଜାତି ଅସ୍ମିତା ଓ ଦେଶପ୍ରେମର ପ୍ରତୀକ ଶହୀଦ ଲକ୍ଷ୍ମଣ ନାଏକ”

30-Mar-2026



ଭୁବନେଶ୍ୱର(ପ୍ରେରଣା ଖବର): ଭାରତର ସ୍ୱାଧୀନତା ସଂଗ୍ରାମରେ ଜନଜାତି ଅସ୍ମିତା, ସ୍ୱାଭିମାନ ଓ ଦେଶପ୍ରେମର ଅଦ୍ୱିତୀୟ ପ୍ରତୀକ ଶହୀଦ ଲକ୍ଷ୍ମଣ ନାଏକ ନିଜର ନିର୍ଭୀକ ସଂଗ୍ରାମ ଓ ବଳିଦାନ ମାଧ୍ୟମରେ ଇତିହାସରେ ଅମର ଅବସ୍ଥାନ ଅଧିକାର କରିଛନ୍ତି। ଜନଜାତି ସମାଜର ଅଧିକାର ସୁରକ୍ଷା ଓ ପରାଧୀନତା ବିରୋଧରେ ତାଙ୍କର ଅବଦାନ ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନରେ ଏକ ଗୌରବମୟ ଅଧ୍ୟାୟ ଭାବେ ସ୍ଥାନ ପାଇଛି ବୋଲି ଶ୍ରାଦ୍ଧ ଦିବସ ଅବସରରେ ବକ୍ତାମାନେ

ମତ ପ୍ରକାଶ କରିଥିଲେ।ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର ଏବଂ ଶବରୀ ସାଂସ୍କୃତିକ ସଂସଦ, ଭୁବନେଶ୍ୱରର ମିଳିତ ସହଯୋଗରେ ଜୟଦେବ ଭବନଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ସମାରୋହରେ ସାଂସଦ ଶ୍ରୀ ମୁଜିବୁଲ୍ଲା (ମୁନା) ଖାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶହୀଦ ଲକ୍ଷ୍ମଣ ନାଏକଙ୍କ ଅଦମ୍ୟ ସାହସ, ଜନସେବାମୂଳକ ଚେତନା ଓ ଜନଜାତି ସମାଜ ପାଇଁ ତାଙ୍କର ନିଷ୍ଠାପୂର୍ଣ୍ଣ ସଂଗ୍ରାମ ଉପରେ ଆଲୋକପାତ କରିଥିଲେ। ସ୍ୱାଧୀନତା ସଂଗ୍ରାମରେ ଜନଜାତିମାନଙ୍କ ଅବଦାନ ଅସାଧାରଣ ଥିବା ସହ ଏହା ଆମ ସମାଜ ପାଇଁ ପ୍ରେରଣାଦାୟକ ବୋଲି ସେ ଉଲ୍ଲେଖ କରିଥିଲେ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢ଼ାଲି ଯୋଗଦେଇ ଲକ୍ଷ୍ମଣ ନାଏକଙ୍କ ସଂଗ୍ରାମ ଜନଜାତି ସମାଜର ସ୍ୱାଭିମାନକୁ ସୁଦୃଢ଼ କରିଥିବାରୁ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ମତ ବ୍ୟକ୍ତ କରିଥିଲେ। ଅନ୍ୟାୟ ଓ ଶୋଷଣ ବିରୋଧରେ ତାଙ୍କ ଲଢେଇ ଆଜିର ପିଢ଼ି ପାଇଁ ଦୃଢ଼ ପ୍ରେରଣା ବୋଲି ସେ କହିଥିଲେ।ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଓ ସାହିତ୍ୟିକ ଡଃ ସୋମା ଚାନ୍ଦ ଯୋଗଦେଇ ଲକ୍ଷ୍ମଣ ନାଏକଙ୍କୁ ଜଣେ ଲୋକନାୟକ ଭାବେ ବର୍ଣ୍ଣନା କରିଥିଲେ। ସେ ଜନଜାତିମାନଙ୍କୁ ସଙ୍ଗଠିତ କରି ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ସହ ଦେଶପ୍ରେମର ଚେତନାକୁ ସୁଦୃଢ଼ କରିଥିଲେ ବୋଲି ସେ ଉଲ୍ଲେଖ କରିଥିଲେ।

କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅନୁଜ କୁମାର ଦାସପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୀବନ ଓ ଆଦର୍ଶକୁ ସ୍ମରଣ କରିଥିଲେ। ତାଙ୍କର ବଳିଦାନ ଓ ସେବାମୟ ଜୀବନ ସମାଜକୁ ସଦା ପଥପ୍ରଦର୍ଶନ କରିବ ବୋଲି ସେ ମତ ପ୍ରକାଶ କରିଥିଲେ।

ପ୍ରାରମ୍ଭରେ ଅତିଥିମାନେ ଶହୀଦ ଲକ୍ଷ୍ମଣ ନାଏକଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶବରୀ ସାଂସ୍କୃତିକ ସଂସଦର ସଭାପତି ଇଞ୍ଜିନିଅର ଗୋଦାବରୀଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗର ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ରୋଜାଲିନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ–ସାଂସ୍କୃତିକ ସଂଗଠନର ପ୍ରତିନିଧି, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ବହୁ ଅଧିକାରୀ–କର୍ମଚାରୀ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଶ୍ରୀ ନୃସିଂହ ମନ୍ଦିରରେ ୯ ଦିନ ଧରି ନବାହ ପରାୟଣ ସମ୍ପନ୍ନ*   27-Nov-2026
  ଜିଲ୍ଲା  
ପିଏମ୍ ଶ୍ରୀ ପୃଥ୍ଵୀରାଜ ହାଇସ୍କୁଲ ଖେଳପଡ଼ିଆ ଠାରେ ଦୁଇ ଦିନିଆ ଆଥିଲେଟିକ୍ ମିଟ୍    27-Nov-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ   27-Nov-2026
  ଜିଲ୍ଲା  
ସମ୍ବଲପୁର ଜିଲ୍ଲାରେ ଭୋଟର ତାଲିକା ପ୍ରସ୍ତୁତି ଓ ଘରକୁ ଘର ସର୍ଭେକ୍ଷଣ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ   26-Nov-2026
  ଜିଲ୍ଲା  
ସୁନ୍ଦରଗଡ଼ରୁ ବାହାରିଲେ ଵରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ   26-Nov-2026
  ଜିଲ୍ଲା  
ମା ଲଷ୍ମୀ ଙ୍କ ଘରେ ଘରେ ପୂଜା   26-Nov-2026
  ଅପରାଧ  
୮ ଲକ୍ଷ ଟଙ୍କା ଚୋରି ଅଭିଯୋଗ ମିଛ! ସେଲୁନ୍ ମାଲିକଙ୍କ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି, ୨ ଅଭିଯୁକ୍ତ ଗିରଫ   26-Nov-2026
  ଜିଲ୍ଲା  
*ଚନ୍ଦାହାଣ୍ଡିରେ ସମ୍ବିଧାନ ଦିବସ ପାଳିତ*   26-Nov-2026
  ଜିଲ୍ଲା  
ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   26-Nov-2026
  ଜିଲ୍ଲା  
ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   26-Nov-2026
  ଜିଲ୍ଲା  
ଜନ କଲ୍ୟାଣ ପାଠାଗାର, ଧାନଘରା ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ   26-Nov-2026
  ଜିଲ୍ଲା  
*ହୋମିଓପ୍ୟାଥିକ ସ୍ବାସ୍ଥ୍ୟ ସେବା ଶିବିର*   26-Nov-2026

You Might Also Like