-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
23-Jan-2026
ତୁଷୁରା (ପଞ୍ଚାନନ ନାଏକ)ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ଜାମୁଟ ଗ୍ରାମରେ ଅବସ୍ଥିତ ଶିକେରପାଟ୍ ୟୁଥ୍ କ୍ଲବର ଆନୁକୂଲ୍ୟରେ ଆୟୋଜିତ ଶିକେରପାଟ୍ ଚ୍ୟାମ୍ପିଆନ ଟ୍ରଫି–୨୦୨୬ ସ୍ଥାନୀୟ ହାଇସ୍କୁଲ ଖେଳ ପଡ଼ିଆଠାରେ ଅତ୍ୟନ୍ତ ଉତ୍ସାହ, ଉଦ୍ଦୀପନା ଓ ଭବ୍ୟତାର ସହିତ ଉଦଘାଟିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜାମୁଟ ସରପଞ୍ଚ ଭାବସିଂ ମାଝୀ ଉପସ୍ଥିତ ରହି ଆନୁଷ୍ଠାନିକ ଭାବରେ ପ୍ରତିଯୋଗିତାର ଶୁଭ ଉଦଘାଟନ କରିଥିଲେ। ସେ ତାଙ୍କ ଉଦ୍ବୋଧନରେ ଯୁବମାନଙ୍କ ମଧ୍ୟରେ କ୍ରୀଡା ମନୋଭାବ, ଶାରୀରିକ ସ୍ୱାସ୍ଥ୍ୟ ଓ ଶିଷ୍ଟାଚାର ବିକାଶ ପାଇଁ ଏପରି ପ୍ରତିଯୋଗିତା ଅତ୍ୟନ୍ତ ଆବଶ୍ୟକ ବୋଲି କହିଥିଲେ।
ଅନ୍ୟତମ ସମ୍ମାନିତ ଅତିଥି ଭାବରେ କ୍ରୀଡା ପ୍ରେମି ରସୁଳ ଖାଁ, ସମାଜସେବୀ ଅନିରୁଦ୍ଧ ବେହେରା ଓ ସଂସ୍କୃତ ଶିକ୍ଷକ ରଜନୀକାନ୍ତ ସେଠ୍ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ଓ ସୁସ୍ଥ କ୍ରୀଡା ଆତ୍ମାରେ ଖେଳିବାକୁ ପ୍ରେରଣା ଦେଇଥିଲେ।
ପ୍ରତିଯୋଗିତାର ପ୍ରଥମ ଲିଗ୍ ମ୍ୟାଚଟି ଚାର୍ନିଆପାଳି ଓ ଦେଓଗାଁ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଚାର୍ନିଆପାଳି ଦଳ ନିର୍ଧାରିତ ୮ ଓଭରରେ ୯୯ ରନ୍ ସଂଗ୍ରହ କରିଥିବା ବେଳେ ଦେଓଗାଁ ଦଳ ସଫଳତାର ସହିତ ୧୦୦ ରନ୍ ସଂଗ୍ରହ କରି ମ୍ୟାଚଟିରେ ବିଜୟ ହାସଲ କରିଥିଲା।
ସେହିପରି ଦ୍ୱିତୀୟ ମ୍ୟାଚଟି ତେନ୍ତୁଳିଖୁଣ୍ଡି ଓ ପଟାମୁଣ୍ଡା ଦଳ ମଧ୍ୟରେ ଖେଳାଯାଇଥିଲା। ପଟାମୁଣ୍ଡା ଦଳ ନିର୍ଧାରିତ ୮ ଓଭରରେ ୧୧୧ ରନ୍ କରିଥିବା ବେଳେ ତେନ୍ତୁଳିଖୁଣ୍ଡି ଦଳ ୭ ୱିକେଟ୍ ହାରିଇ ୮୫ ରନ୍ ପରାଜିତ ହୋଇଥିଲା।
କ୍ୱାର୍ଟର ଫାଇନାଲ ମ୍ୟାଚଟି ପଟାମୁଣ୍ଡା ଓ ଦେଓଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପଟାମୁଣ୍ଡା ଦଳ ନିର୍ଧାରିତ ୫ ଓଭରରେ ୬୫ ରନ୍ ସଂଗ୍ରହ କରିଥିଲେ। ଦେଓଗାଁ ଦଳ ୫ ୱକେଟ ହରାଇ ୨୮ ରନ୍ ରେ ପରାଜିତ ହୋଇଥିଲେ । କ୍ବାର୍ଟର ଫାଇନାଲ୍ ରେ ମ୍ୟାନ୍ ଅଫ୍ ଦି ମ୍ୟାଚ ଶରତ୍ ବାଗଙ୍କୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରାଯାଇଥିଲା।
ଖେଳ ପରିଚାଳନାରେ ୱାରଫ୍ ଖାଁ ଓ କୁନା ମାଝୀ ଅମ୍ପାୟର ଭାବରେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ସ୍କୋରର୍ ଭାବରେ ମହେନ୍ଦ୍ର ନନ୍ଦ ଦାୟିତ୍ୱ ପାଳନ କରିଥିଲେ। ସମସ୍ତ ଧାରାବିବରଣୀ ରାମଦାସ ରଣା ପ୍ରଦାନ କରିଥିଲେ।
ଦୀର୍ଘ ଦିନର ବ୍ୟବଧାନ ପରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିବାରୁ ଅଞ୍ଚଳବାସୀ ଓ କ୍ରୀଡାପ୍ରେମୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ବିପୁଳ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳର ମଜା ନେଇଥିବା ସହ ଖେଳାଳିମାନଙ୍କୁ ଜୋରଦାର ହସ୍ତତାଳି ଓ ଉତ୍ସାହ ଦେଇଥିଲେ।
ଶିକେରପାଟ୍ ୟୁଥ୍ କ୍ଲବର ସମସ୍ତ ସଦସ୍ୟ ଏହି ପ୍ରତିଯୋଗିତାର ସୁଚାରୁ ଆୟୋଜନ ଓ ସଫଳ ପରିଚାଳନାରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ।