-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
23-Jan-2026
ଡାବୁଗାଁ (ପ୍ରିୟଦର୍ଶିନୀ ପାତ୍ର,)
ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ରେ ଶୁକ୍ରବାର ଧୂମଧାମରେ ସରସ୍ଵତୀ ପୂଜା ପାଳିତ ହୋଇଯାଇଛି | ଆଜି ସକାଳୁ ଛାତ୍ରୀ ଛାତ୍ର ମାନେ ମହା ଆନନ୍ଦରେ ନୂତନ ବସ୍ତ୍ର ପରିଧାନକରି କରି ହାତରେ ପୂଜା ସାମଗ୍ରୀ ଧରି ବିଦ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳିଥିଲା | ପୂଜା ସାରି ପିଲାମାନ ଆନନ୍ଦରେ ପ୍ରସାଦ ଧରି ଘରକୁ ଫେରିଥିଲେ | ବିଦ୍ୟାଳୟ ଗୁଡିକରେ ବିଭିନ୍ନ ସାଜସଜା ଓ ରଙ୍ଗବେରଙ୍ଗ ର ଆଲୋକ ମାଳାରେ ବିଦ୍ୟାଳୟ ଗୁଡିକ ବେଶ ଆକର୍ଷଣ ହୋଇଥିଲା |