-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
23-Jan-2026
ତୁଷୁରା(ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ତୁଷୁରା ସ୍ଥିତ ଶିଶୁ ବିଦ୍ୟାମନ୍ଦିର ସରସ୍ବତୀ ପୂଜାର୍ଚନା ପରେ ସହର ପରି କ୍ରମ ହେଇଯାଇଥିଲା ପ୍ରଧାନ ଆଚାର୍ଯ୍ୟ ସୁଶୀଲ କୁମାର ଦାସ ଓ ତାଙ୍କର ଧର୍ମ ପତ୍ନୀ ହୋମକାର୍ଯ୍ୟ ତୁଲାଇଥିଲେ, ଏହି ଅବସରରେ ମା ସାରସ୍ବତୀଙ୍କ ଉଦେଶ୍ୟରେ ପ୍ରାଚୀର ପତ୍ରିକାକୁ ବିଦ୍ୟାଳୟର ସମ୍ପାଦକ ସୌମ୍ୟରଂଜନ ଥାନାପତି ଙ୍କ ଉନ୍ମୋଚନ କରିଥିଲେ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ସେହିପରି ଉଦୟ ଶ୍ରେଣୀର ନୂତନ ଶିଶୁ ଓ ଅଭିଭାବକ ମାନଙ୍କୁ ନେଇ ବିଦ୍ୟାରମ୍ଭ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଶିଶୁ ବଟିକା ବିଭାଗ ପ୍ରମୁଖ ରାଧାମାଧବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିଶୁ ଭାଇ ଭଉଣୀ ମାନଙ୍କୁ ନେଇ ତୁଷୁରା ସହରର ଜଗନ୍ନାଥ ମନ୍ଦିର ରେ ପୂଜା କରିବାପରେ ଆଜ୍ଞାମାଳ ଆଣି ସହର ପରିକ୍ରମା କରାଯାଇ ବିଦ୍ୟାଳୟକୁ ଆସିବାପରେ ପ୍ରଧାନ ଆଚାର୍ଯ୍ୟ ସମସ୍ତ ଶିଶୁମାନଙ୍କ ପାଦ ଧୋଇ ବିଦ୍ୟାଳୟକୁ ପ୍ରବେଶ କରାଇଥିଲେ, ପରେ ବୌଦ୍ଧିକ ମଣ୍ଡପରେ ହୋମ କରାଯାଇ ନୂତନ ଶିଶୁଙ୍କୁ ଅକ୍ଷର ଲେଖାଇ ବିଦ୍ୟl ରମ୍ଭ କରାଯାଇଥିଲା, ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ l