-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
21-Jan-2026
ବୀରମହାରାଜପୁର , (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନ୍ଦୁପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ର ବାର୍ଷିକ ଉତ୍ସବ "ସରଗମ" ମହାସମାରୋହରେ ପାଳନ ହୋଇଯାଇଛି ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଇନ୍ଦିରା ମିଶ୍ର ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ରୂପେ ବୀରମହାରାଜପୁର ର ବିଧାୟକ ଇଂ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ,ମୁଖ୍ୟ ବକ୍ତା ଭାବେ ଓଡ଼ିଆ ଅଧ୍ୟାପକ ପ୍ରକାଶ ସେଠ୍ ,ସ୍ଵତନ୍ତ୍ର ଅତିଥି ଭାବେ କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ଶତ୍ରୁଘ୍ନ ଲୁହା, ସମ୍ମାନିତ ଅତିଥି ରୂପେ ପୂର୍ବତନ ସରପଞ୍ଚ ତଥା ସାମ୍ବାଦିକ ରାଧାକାନ୍ତ ବାଘ,ଆତ୍ମା ର ଅଧ୍ୟକ୍ଷ ଏକଲବ୍ୟ ବେହେରା ,ବିଧାୟକ ଙ୍କ ପ୍ରତିନିଧି ପଦାର୍ଥ ଜଗଦଲା ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତ୍ରିଲୋଚନ ମେହେର ଓ ପଞ୍ଚସଖା ଶିକ୍ଷା ସେତୁ ସଭାପତି ଧର୍ମେନ୍ଦ୍ର କୁମାର ମେହେର ପ୍ରମୁଖ ମଞ୍ଚାସୀନ ଥିଲେ। ବିଦ୍ୟାଳୟ ର ଛାତ୍ରୀ ମନେ ପ୍ରଥମେ ସ୍ଵାଗତ ସଙ୍ଗୀତ ଓ ପରେ ସ୍ଵାଗତ ନୃତ୍ୟ ମାଧ୍ୟମ ରେ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ବିଧାୟକ ମହୋଦୟ କେନ୍ଦୁପାଲି ଏକ ଐତିହ୍ୟ ଗ୍ରାମ ଓ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ପ୍ରତି ଦୃଷ୍ଟି ଦେଇ ତାକୁ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟ ବକ୍ତା ସେଠ୍ ସିବିଏସି ପାଠ୍ୟକ୍ରମ ଓ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ର ପାଠ୍ୟକ୍ରମ ର ଏକ ତୁଳନାତ୍ମକ ଚିତ୍ର ନିଜ ର ବକ୍ତବ୍ୟ ରେ ରଖିଥିଲେ ଓ ଶିକ୍ଷକ ଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଶ୍ରେଷ୍ଠ ଛାତ୍ରୀ ଭାବେ ଦଶମ ଶ୍ରେଣୀର ନନ୍ଦିନୀ ମେହେର , ଷ୍ଟୁଡେଣ୍ଟ୍ ଅଫ ଦ ଇୟର ଭାବେ ହେମାଞ୍ଜଳି ମେହେର , ଶ୍ରୁଖଳିତ ଛାତ୍ର ଓ ଛାତ୍ରୀ ଭାବେ ଅନିଲ କୁମାର ଶତପଥୀ ଓ ସ୍ଵସ୍ତି ସୌଜନ୍ୟା ମେହେର , ସମୟାନୁବର୍ତ୍ତୀ ଛାତ୍ରୀ ଭାବେ ଶିବାନୀ ମେହେର ଓ ସର୍ବଦକ୍ଷ ଛାତ୍ରୀ ଭାବେ ଲିସା ମେହେର ପୁରସ୍କୃତ ହୋଇଥିଲେ।ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ଜୁନିଅର ରେଡକ୍ରସ ଦଳ କୁ ପୁରସ୍କୃତ କରା ଯାଇଥିଲା।ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ହୋଇଥିଲା ।