-+91-9937148622 |
prerana_bgr@rediffmail.com |
Monday 20th July 2026 |
R.N.I. Regd No. ODIODI/2010/46693
Breaking News
13-Dec-2025
ନୂଆପଡ଼ା ଜିଲ୍ଲା ବୋଡ଼େନ କୃଷି ସମବାୟ ସମିତି ରେ ଆଜି ଧାନ ମଣ୍ଡି ଶୁଭ ଉଦ୍ଘାଟନ ହୋଇଥିଲା।ଏହି ଅବସରର ବୋଡ଼େନ ତହସିଲଦାର ସରିତା ଗୁପ୍ତା ଙ୍କ ଦ୍ଵାରା ଧାନ ମଣ୍ଡି କୁ ଉଦ୍ଘାଟନ କରିଥିଲେ।ଏହାପରେ ଚାଷିଁ ମାନଙ୍କୁ ନେଇ ଏକ ବୈଠକ ହୋଇଥିଲା ।ଏହି ସଭାରେ କୃଷି ସମବାୟ ସମିତି ସଭାପତି ବିପିନ ଧରୁଆ ଙ୍କ ସଭାପତିତ୍ୟରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ଓ ଚାଷୀ ମୂଲିଆ ନେତା ଅତିନ୍ଦ୍ରଜିତ ସିଂ , ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ଟିକେଶ୍ୱର ନାଗ , ଉପସ୍ଥିତ ହୋଇଥିଲେ।ସମିତି ସମ୍ପାଦକ ପ୍ରଜ୍ରେଶ କୁମାର ହଂସ ମଞ୍ଚ ପରିଚାଳନା କରିଥିଲେ। ତଦାରଖ କମିଟି ଭାବେ ନିଲାମ୍ବର ମେହେର, ରାଜ କିଶୋର ହେର୍ଣ୍ଣା ,, ପୁସ୍ତମ୍ ନାଗ , ଅରୁଣ ମାଝୀ,ଦିବାକର ମାଝୀ,ଧନୁର୍ଧର ବାଗ,ପ୍ରୁମୁଖ ଉପସ୍ଥିତି ଥିଲେ।ଡାଟା ଉପରେଟର ଯୋତିବଲ୍ଲଭ ବାଗ , ଆର ଏମ ସି ଅକ୍ଷୟ ନିଆଲ , ମିଲାର୍ସ କର୍ମ ଚାରି ଥିଲେ। ବହୁତ୍ ସଂଖ୍ୟାରେ ଚାଷୀ ମାନେ ଉପସ୍ଥିତ ଥିଲେ।ଆସନ୍ତା କାଲି ଠାରୁ ଧାନ ମଣ୍ଡି ଚାଲିବ ବୋଲି ଆଲୋଚନା ହୋଇଥିଲା ଓ ମଣ୍ଡି ରେ ଲୋକ ମାନଙ୍କ ପାଇଁ ପିଇବା ପାଣି ଠାରୁ ଶୌଚାଳୟ ବ୍ୟବସ୍ଥା ଚାଷୀ ପାଇଁ ଜଳପାନ ହୋଟେଲ ମଧ୍ୟ ଖୋଲା ଯାଇଛି। ମିଲର ଧାନ ବସ୍ତା ଯୋଗାଇ ଦେବା ପାଇଁ ମଧ୍ୟ ଅନୁରୋଧ କରାଯାଇଥିଲା।