-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
13-Dec-2025
କଣ୍ଟାମାଳ(ଜୟକୁମାର ମହାରଣା): ଠିକାଦାର ଡମ୍ବରୁଧର କହଁରଙ୍କ ଆବାହକତ୍ୱରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ମନମୁଣ୍ଡା ପୂର୍ତ୍ତ ବିଭାଗର ବଙ୍ଗଳାରେ କଣ୍ଟାମାଳ ଅଞ୍ଚଳର କାର୍ଯ୍ୟରତ ଠିକାଦାରଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତବୈଠକରେ ପୁରନ୍ଦର ବକ୍ସି ସଭାପତିତ୍ଵ କରିଥିଲେ। ସଭାରେ କଣ୍ଟାମାଳ ଅଞ୍ଚଳର ଠିକାଦାରଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଉକ୍ତ ସମସ୍ୟାର ସମାଧାନ କରିବାକୁ ହେଲେ ସମସ୍ତ ଠିକାଦାରଙ୍କୁ ଏକ ସଂଘର ଆବଶ୍ୟକତା ରହିଥିବାରୁ ୨୦ ଜଣିଆ ପରିଚାଳନା କମିଟି ଗଠନ କରାଗଲା। ସର୍ବସମ୍ମତ୍ତି କ୍ରମେ
ପୁରନ୍ଦର ବକ୍ସିଙ୍କୁ ସଭାପତି, ଶିବନାରାୟଣ ଚାଉଳିଆ ଉପସଭାପତି, ଅଶୋକ କୁମାର ବାରିକ ସଂପାଦକ ଓ ଶାନ୍ତାନୁ ଥାର୍ଟିଙ୍କୁ କୋଷାଧ୍ଯକ୍ଷ ଭାବେ ମନୋନୀତ କରାଗଲା ଏବଂ ୧୬ଜଣ ସଦସ୍ୟ ଉପଦେଷ୍ଠା ଓ ପରିଚାଳନା ସଦସ୍ୟଭାବେ କାର୍ଯ୍ୟ କରିବେ ଏବଂ ଆଗାମୀ ଦିନରେ ସଂଘର ପଞ୍ଜିକରଣ କରିବାକୁ ପ୍ରସ୍ଥାବ ଗୃହିତ ହେଲା। ତାପସ ଖଟୁଆ ଧନ୍ୟବାଦ ଦେଇଥିଲେ।