-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
13-Dec-2025
ସିନାପାଲି ( ଚିନ୍ତାମଣି ନେତାମ )ନୂଆପଡା ଜିଲ୍ଲା ସିନାପାଲି ପଞ୍ଚାୟତ ସମିତି ସଭା ଗୃହରେ ନିରନ୍ତର ବିକାଶ ଲକ୍ଷ ୨୦୩୦ ର ଏକ ବ୍ଲକ୍ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ଶିବିରରେ ମୁଖ୍ୟ ପରିକଳ୍ପନା ଓ ଜୀବିକା ବିକାଶ ବିଶେଷଜ୍ଞ ଡଃ କୁମୁଦିନୀ ମିଶ୍ର, ଏସ. ଇ. ଆଇ. ସିନିପୁର ପ୍ରେମରାଜ୍ ହଂସ, ଡେପ୍ୟୁଟି ଡାଇରେକ୍ଟର ଡିପିଏମଓ ଷ୍ଟାଟିଷ୍ଟିକ୍ ନୂଆପଡା ଡିଲେଶ୍ୱର ଧରୁଆ, ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ମୀ ଓରାମ, ପଂଚାୟତ ସମିତି ଉପାଧ୍ୟକ୍ଷା ମିନା ଘିଭେଲା, ବ୍ଲକ୍ ଫାଇନାନ୍ସିଆଲ୍ ଅଫିସର୍ ଶ୍ରମନ୍ ଜାଲ ଓ ଅତିରିକ୍ତ ତହସିଲଦାର ମନୋରଞ୍ଜନ କେରକେଟା ପ୍ରମୂଖ ଶିବିରରେ ଉପସ୍ଥିତ ଥିଲେ। ଏହି ଶିବିରରେ ନିରନ୍ତର ବିକାଶ ସଂପର୍କିତ ୧୭ଗୋଟି ଲକ୍ଷ୍ୟ ଯଥା- ଦାରିଦ୍ର୍ୟ ମୁକ୍ତ, କ୍ଷୁଧା ମୁକ୍ତ, ସୁସ୍ଥ ଓ ନିରାମୟ ଜୀବନ, ଗୁଣାତ୍ମକ ଶିକ୍ଷା, ଲିଙ୍ଗଗତ ସମାନତା, ସୁସ୍ଥ ଜଳ ଓ ପରିମଳ, ସୁଲଭ ଓ ସ୍ୱଚ୍ଛ ଶକ୍ତି, ମର୍ଯ୍ୟାଦା ସମ୍ପନ୍ନ କାର୍ଯ୍ୟ ଓ ଅର୍ଥନୈତିକ ବିକାଶ, ଶିଳ୍ପ ଉଦ୍ଭାବନ ଓ ଭିତ୍ତିଭୂମୀ, ଅସମାନତା ହ୍ରାସ, ସହର ଓ ଜନ ସମୁଦାୟର ସ୍ଥାୟିତ୍ଵ, ଦାୟିତ୍ଵ ପୂର୍ଣ୍ଣ ବ୍ୟବହାର ଓ ଦୀର୍ଘ ସ୍ଥାୟୀ ଉତ୍ପାଦନ, ଜଳବାୟୁ ଭିତ୍ତିକ କାର୍ଯ୍ୟ, ଜଳ ଭିତର ର ଜୀବନ, ସ୍ଥଳ ଭାଗରେ ଜୀବନ, ଶାନ୍ତି, ନ୍ୟାୟ ଏବଂ ପ୍ରତିଷ୍ଠାନ, ଲକ୍ଷ୍ୟ ହାସଲ ନିମନ୍ତେ ସହଭାଗିତା ଆଦି ବିଷୟ ଉପରେ ଆଗାମୀ କାର୍ଯ୍ୟକ୍ରମ ସକାଶେ ଆଲୋଚନା କରାଯାଇଥିଲା। ଏହି ତାଲିମ ଶିବିରରେ ସିନାପାଲି ବ୍ଲକ୍ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।