-+91-9937148622 |

prerana_bgr@rediffmail.com |

  Saturday 24th May 2025 |

| | | |

R.N.I. Regd No. ODIODI/2010/46693

Breaking News

ଜନ ସେବକ ସୋମନାଥ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ   (23-May-2025)       ||      *ଇଞ୍ଜିନିୟର ଅକ୍ଷୟ ସାମଲଙ୍କୁ ଅମୃତ କଳାକାର ପୁରସ୍କାର ପ୍ରଦାନ*   (23-May-2025)       ||      ରୋଜିତା ବାଗ ଙ୍କୁ ଯୁବ କଳାକାର ମେଧାବୃତ୍ତି   (23-May-2025)       ||      ଶ୍ରୀଅରବିନ୍ଦ ପାଠଚକ୍ର କର୍ମୀ ସମ୍ମିଳନୀ    (23-May-2025)       ||      ନୂଆପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୃଷି ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ   (23-May-2025)       ||      ରୋଜିତା ବାଗଙ୍କୁ ଯୁବ କଳାକାର ମେଧାବୃତ୍ତି   (23-May-2025)       ||      ଧବଳେଶ୍ଵର ମେହେର ପାଇଲେ ସମ୍ମାନ ଜନକ ଡକ୍ଟରେଟ୍ ଉପାଧି   (23-May-2025)       ||      ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ   (23-May-2025)       ||      ବିନିକାରେ ୩୦ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନାର ଶିଳାନ୍ୟାସ   (23-May-2025)       ||      ସୁବର୍ଣ୍ଣପୁର ସର୍କିଟ ହାଉସ ଠାରେ ମନ୍ତ୍ରୀ ରବି ନାରାୟଣ ନାୟକ ଙ୍କ ସାମ୍ୱାଦିକ ସମ୍ମିଳନୀ   (23-May-2025)       ||      *ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ*- *୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ର ଉଦଘାଟନ*- :   (23-May-2025)       ||      ସାଉନ୍ତେଶ୍ୱରୀ ଦେବୀ ମନ୍ଦିର ପର୍ଯ୍ଯଟନସ୍ଥଳୀ ମାନ୍ୟତା ଓ ପୁନରୁଦ୍ଧାର ଦାବି   (23-May-2025)       ||      ଏସ୍ ବି ଆଇ, ବଲାଙ୍ଗୀର ଶାଖା ପକ୍ଷରୁ କୋଏନ ଏକ୍ସଚେଞ୍ଜ ମେଳା ଅନୁଷ୍ଠିତ    (23-May-2025)       ||      ଆୟ-ବ୍ୟୟ ଆଲୋଚନା ସହ ଧନୁଯାତ୍ରା ଫିଲ୍ମ ଓ କଫି ଟେବୁଲ ବୁକ୍ ହେଲା ଉନ୍ମୋଚନ   (23-May-2025)       ||      ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ   (23-May-2025)       ||      ସୋନପୁର ହରଡଖୋଲ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା*- *ଦୁଇ ମୃତ ୮ ଗୁରୁତର*-   (23-May-2025)       ||      କଟଣୀ ଛଟଣୀରେ ଜର୍ଜରିତ ବରଗଡ଼ ଜିଲ୍ଲା ଚାଷୀ   (23-May-2025)       ||      ଆଜି ଠାରୁ ଜିଲ୍ଲାରେ ରବି ଧାନ କିଣା ଆରମ୍ଭ –ଭାଲେର ପେକ୍ସ ରେ ଧାନ କିଣା ର ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ    (23-May-2025)       ||      ଆମ୍ବରୁ ବିଭିନ୍ନ ମୂଲ୍ୟ ଯୁକ୍ତ ପଦାର୍ଥର ପ୍ରସ୍ତୁତି ସମ୍ବନ୍ଦୀୟ ତାଲିମ କାର୍ଯ୍ୟକ୍ରମ   (23-May-2025)       ||      ଶତାୟୁ ୰ଧୋବେଇ ଚରଣ ଦାଶଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ   (23-May-2025)       ||     

HOME   ରାଜ୍ୟ

ଗାଁ ବୁଗୁବୁଗା ରେ ଚବିଶ ପ୍ରହରୀ ନାମ ଯଜ୍ଞ ସମ୍ପନ୍ନ... ନଗର କୀର୍ତ୍ତନ ରେ ଦର୍ଶକ ବିଭୋର

07-May-2025



ଅତାବିରା(ଆକାଶ ମିଶ୍ର): ବରଗଡ ଜିଲ୍ଲା ଅତାବିରା ବ୍ଲକ ଗାଁ ବୁଗବୁଗା ଗ୍ରାମରେ ୨୪ ପ୍ରହରୀ ନାମଯଜ୍ଞ ହସଉଳ୍ଲାସରେ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗତ ରବିବାର ବୈଶାଖ ଶୁକ୍ଳ ପକ୍ଷ ସପ୍ତମୀ, ପୁଷ୍ୟା କର୍କଟ ତିଥିରେ  ପ୍ରତି ବର୍ଷ  ଭଳି ସକାଳ ୭ ଟା ୪୫ ମିନିଟ ଲଗ୍ନେ ଗ୍ରାମର ଶତାଧିକ ମହିଳା ସମେତ ସପତ୍ନିକ କର୍ତ୍ତା , ସଙ୍କୀର୍ତ୍ତନ,ଘଣ୍ଟଶଙ୍ଖ ସହ  କଳଶ ଶୋଭାଯାତ୍ରା ମାଧ୍ୟମରେ କଳସ ଆଣି ନାମଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ I ପରେ  ଷୋଡଶ ପୂଜାବିଧିରେ

ଶ୍ରୀରାଧାକୃଷ୍ଣଙ୍କ ପୂଜା ପରେ ହରେ କୃଷ୍ଣ,  ହରେ ରାମ ମହାମନ୍ତ୍ର ନାମ ଶୁଭାରମ୍ଭ କରାଯାଇଥିଲା I ସମଗ୍ର ପୂଜାକାର୍ଯ୍ୟକୁ ପଣ୍ଡିତ  ଦିଲୀପ ରଥ ଓ ପର୍ଶୁରାମ ଦାଶ ପରିଚାଳନା କରିଥିବାବେଳେ ସୁଦାମ ଛନ୍ଦ ଓ ତାଙ୍କ ଧର୍ମପତ୍ନୀ ବବିଛନ୍ଦ କର୍ତ୍ତା ଦାୟିତ୍ବ ସଂପାଦନ କରିଥିଲେ I ଏହି  ନାମଯଜ୍ଞରେ ଏକ  ନିଆରା ଦୃଶ୍ୟ ଦେଖିବାକୁ ମିଳିଥାଏ lମାନସିକଧାରୀ ମାନେ  ରାଧାକୃଷ୍ଣଙ୍କ ପାଖରେ ମାନସିକ କରି ପୂଜା ମଣ୍ଡପରେ ଖଇ ଜୁଗlର ବସାଇ ଥାନ୍ତି। ଏହା ସହ ଦୀପ ଜାଳି ମାନସିକ କରନ୍ତି। ଚାରିଦିନ ଧରି ଗ୍ରାମରେ ସହଶ୍ରାଧିକ ଭକ୍ତଙ୍କ ପାଇଁ ଅନ୍ନକୋଟ ସହ ଜଳଖିଆ ବ୍ୟବସ୍ଥା ହୋଇଥିଲା। ପ୍ରତ୍ୟହ ସଂଧ୍ୟାରେ ଆଖପାଖର ଆଞ୍ଚଳିକ ସଂକୀର୍ତ୍ତନ୍ୟ ମଣ୍ଡଳି ଆସି ନାମଯଜ୍ଞରେ ସହଯୋଗ କରିଥିବା ବେଳେ, ପୂର୍ଣ୍ଣାହୂତି ଦିବସରେ 

ହିର୍ଲି ପାଲି, ପତ୍ରା ପାଲି ମହିଳା , ପଲ୍ସାପାଲି, ବାବେବୀରା, ଗରିଆଟିକରା ର ଉଦଣ୍ଡ ଓ ସିଂହପାଲି ରଙ୍ଗୀନ ସଂକୀର୍ତ୍ତନ୍ୟ ମଣ୍ଡଳୀ ଯୋଗଦାନ କରି ନଗର କୀର୍ତ୍ତନ ପ୍ରଦର୍ଶନ କରିଥିଲେ।  ପାଲି ବୁଗୁବୁଗାର କୁନି କୁନି ପିଲାଙ୍କ ସଙ୍କୀର୍ତ୍ତନ ବିଶେଷ କରି ଦର୍ଶକଙ୍କ ମନମୁଗ୍ଧ କରିଥିଲା । ହଜାର ହଜାର ସଂକୀର୍ତ୍ତନ ପ୍ରେମୀ ରାତି ତମାମ ସଂକୀର୍ତ୍ତନ୍ୟ ଉପଭୋଗ କରିଥିଲେ। ସମଗ୍ର ନାମଯଜ୍ଞରେ ସଭାପତି କପିଳାସ ମହାକୁର, ସମ୍ପାଦକ ଅନୁରୋଜ ଛନ୍ଦ,ୱାର୍ଡ ମେମ୍ବର ପବିତ୍ର ବେହେରା, ଏକାଦଶିଆ ଛନ୍ଦ,କୃଷ୍ନଦେବ ମହାକୁର ,ସତିଶ ଗୁରୁ ତଥା ସମସ୍ତ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜନ ସେବକ ସୋମନାଥ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ   23-May-2025
  ଜିଲ୍ଲା  
*ଇଞ୍ଜିନିୟର ଅକ୍ଷୟ ସାମଲଙ୍କୁ ଅମୃତ କଳାକାର ପୁରସ୍କାର ପ୍ରଦାନ*   23-May-2025
  ଜିଲ୍ଲା  
ରୋଜିତା ବାଗ ଙ୍କୁ ଯୁବ କଳାକାର ମେଧାବୃତ୍ତି   23-May-2025
  ଜିଲ୍ଲା  
ଶ୍ରୀଅରବିନ୍ଦ ପାଠଚକ୍ର କର୍ମୀ ସମ୍ମିଳନୀ   23-May-2025
  ଜିଲ୍ଲା  
ନୂଆପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୃଷି ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ   23-May-2025
  ଜିଲ୍ଲା  
ରୋଜିତା ବାଗଙ୍କୁ ଯୁବ କଳାକାର ମେଧାବୃତ୍ତି   23-May-2025
  ଜିଲ୍ଲା  
ଧବଳେଶ୍ଵର ମେହେର ପାଇଲେ ସମ୍ମାନ ଜନକ ଡକ୍ଟରେଟ୍ ଉପାଧି   23-May-2025
  ଜିଲ୍ଲା  
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ   23-May-2025
  ଜିଲ୍ଲା  
ବିନିକାରେ ୩୦ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନାର ଶିଳାନ୍ୟାସ   23-May-2025
  ଜିଲ୍ଲା  
ସୁବର୍ଣ୍ଣପୁର ସର୍କିଟ ହାଉସ ଠାରେ ମନ୍ତ୍ରୀ ରବି ନାରାୟଣ ନାୟକ ଙ୍କ ସାମ୍ୱାଦିକ ସମ୍ମିଳନୀ   23-May-2025
  ଜିଲ୍ଲା  
*ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ*- *୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ର ଉଦଘାଟନ*- :   23-May-2025
  ଜିଲ୍ଲା  
ସାଉନ୍ତେଶ୍ୱରୀ ଦେବୀ ମନ୍ଦିର ପର୍ଯ୍ଯଟନସ୍ଥଳୀ ମାନ୍ୟତା ଓ ପୁନରୁଦ୍ଧାର ଦାବି   23-May-2025

You Might Also Like