-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
07-May-2025
ସମ୍ବଲପୁର :(ସଂଜୀବ ପାଣିଗ୍ରାହୀ) - ସମ୍ବଲପୂର ଜିଲ୍ଲା କଂଗ୍ରେସ କମିଟି ସମ୍ମୁଖରେ ବିଜୟ ଉତ୍ସବ ପାଳନ କରାଯାଇଥିଲା।ଭାରତରେ ଜାତିଭିତ୍ତିକ ଜନଗଣନା କରାଯିବା ପାଇଁ ସଂସଦରେ ବିରୋଧିଦଳ ନେତା ରାହୁଲ ଗାନ୍ଧୀଙ୍କ ବାରମ୍ଵାର ଦାବି ଫଳରେ କେନ୍ଦ୍ର ସରକାର ଜାତି ଭିତ୍ତିକ ଜନଗଣନା କରିବା ପାଇଁ ଶେଷରେ ସମ୍ମତି ପ୍ରକାଶ କରିଛନ୍ତି। ତେଣୁ ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ବିଜୟ ଉତ୍ସବ ପାଳନ କରାଯାଇ କାର୍ଯ୍ୟକ୍ରମ ମାଧ୍ୟମରେ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଜିଲ୍ଲା କଂଗ୍ରେସ କମିଟି ସଭାପତି ଜୟଶଙ୍କର ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଣ ଫୁଟାଇ ଓ ମିଷ୍ଟାନ୍ନ ବଣ୍ଟନ କରି କଂଗ୍ରେସ କର୍ମୀ ଓ କର୍ମକର୍ତ୍ତା ମାନେ ବିଜୟ ଉତ୍ସବ ପାଳନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିତେନ୍ଦ୍ର ପ୍ରଧାନ, ମହମ୍ମଦ ଜୁବେର, ଦିଲିପ୍ ଦୁରିଆ,ରବି ରାଉତ, ବିଜୟଲକ୍ଷ୍ମୀ ବେହେରା, ସସ୍ମିତା ପଟ୍ଟନାୟକ, ଜିତେନ୍ଦ୍ର ମହାନନ୍ଦ,ଫିଲିସ୍ପ କୁମାର, ସୁଜାତା ବଡ଼ପଣ୍ଡା,ଚୁମକି ମହାନନ୍ଦ, ସତ୍ୟନାରାୟଣ ସେନାପତି, ପ୍ରହଲ୍ଲାଦ ତାଣ୍ଡି, ଓକିଲ ଚୋୖଧୁରୀ, ସୁବର୍ଣ୍ଣ ମେହେର,ବବିତା ବଡ଼ପଣ୍ଡା, ମକରଧ୍ବଜ ରଣବିଢା, ଏମଡି କଲିମ, ଏମଡି ସଲିମ,ସାମା ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ।