-+91-9937148622 |
prerana_bgr@rediffmail.com |
Wednesday 12th November 2025 |
R.N.I. Regd No. ODIODI/2010/46693
Breaking News
14-Jan-2021
ପଟଣାଗଡ଼ (ଗୋରେଖନାଥ ବରିହା ): ବେଳପଡା ବ୍ଲକ ତେନ୍ତୁଳିମୁଣ୍ଡା ସ୍ପାଟାନ କ୍ଲବ ଆନୁକୂଲ୍ୟରେ ୧୮ତମ ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସମୁଦାୟ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି । ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବରେ କୋଶଲ ରାଜ୍ୟ ସଂମନ୍ଵୟ ସମିତିର ବେଳପଡା ବ୍ଲକ ସଭାପତି ଜନାର୍ଦନ ସିଂ,ସମ୍ମାନିତ ଅତିଥି ଜିଲ୍ଲା ଯୁବ ସଭାପତି ବନମାଳୀ ନାଏକ, ସ୍ୱତନ୍ତ୍ର ଅତିଥି ଭାବରେ ରାଜ୍ୟ ସମ୍ପାଦକ ସିପୁନ ଖମାରୀ, ଜିତୁ ନାଏକ ଉପସ୍ଥିତ ରହି ଆଜିର ଖେଳକୁ ଉଦଘାଟନ କରିଥିଲେ । ମଧ୍ୟପୁର ବନାମ ତାମିଆଁ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇ ମଧ୍ୟପୁର ଦଳ ବିଜୟୀ ହୋଇ କ୍ୱାଟର ଫାଇନାଲରେ ଉତ୍ତୀନ୍ନ ହୋଇଥିଲା । ସେହିଭଳି ଦ୍ଵତୀୟ ମ୍ୟାଚରେ ବରବାହାଲ ଦଳ ବନାମ ଝରଣୀ ଦଳ ମଧ୍ୟରେ ସଂଘର୍ଷ ପୂର୍ଣ ଖେଳ ଅନୁଷ୍ଠିତ ହୋଇ ଝରଣୀ ଦଳ ବିଜୟୀ ହୋଇ କ୍ୱାଟର ଫାଇନାଲରେ ଉତ୍ତୀନ୍ନ ହୋଇଥିଲା ପୁଣି କ୍ୱାଟର ଫାଇନାଲ ଖେଳ ମଧ୍ୟପୁର ବନାମ ଝରଣୀ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇ ଝରଣୀ ଦଳ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି । ଖେଳକୁ ରାଜ୍ୟ ପୁରସ୍କାର ପ୍ରାପ୍ତ ରେଫରି ପ୍ରଭୂଦାସ କୁମ୍ଭାର,ବିଜୟ ଖମାରୀ, ଧବଳେଶ୍ବର କଠାର ପରିଚାଳନା କରିଥିବା ବେଳେ କମିଟିର ସଭାପତି ଭୋପାଳ ସିଂ ବିଶ୍ୱାଳ,ସମ୍ପାଦକ ଜଗନ୍ନାଥ ବନଗୁଲା ସଦସ୍ୟ ଲିଂକନ, ସୁଦାମ,ଡୁଲାମଣି,ଅନ୍ତରାମ, ଲୁଲୁରାମ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଖେଳ ପଡ଼ିଆର ଚତୁର୍ପାର୍ଶ୍ଵ ରେ ହଜାର ହଜାର ଦର୍ଶକ କରତାଲି ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।