-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
01-Aug-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)
ଡାବୁଗାଁ ଭୈରବ ମହାବିଦ୍ୟାଳୟ କୂ କୋରାପୁଟର ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ ଅଧ୍ୟକ୍ଷଙ୍କ ପ୍ରୟାସ।ଆଜି ଦିନ 12ଘଣ୍ଟା ସମୟରେ ଭୈରବ ମହା ବିଦ୍ୟାଳୟ ରେ +୨ରେ ନୂତନ ଭାବେ ନାମ ଲେଖାଇ ଥିବା ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ଓ କଳାର ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରିଥିଲେ ଏବଂ ସୁନ୍ଦର ଭବିଷ୍ୟତ ଗଢି ତୋଳିବା ପାଇଁ ଶୃଙ୍ଖଳିତ ଭାବେ ଶିକ୍ଷା ଗ୍ରହଣ କରିବା ସହିତ ସୁଚରିତ୍ର ଗଠନ କରିବାର ଗୁରୁ ଦାୟିତ୍ବ ନେବା ପାଇଁ ପିଲାମାନଙ୍କୁ ଭୌରବ ମହାବିଦ୍ୟାଳୟ ର ଅଧକ୍ଷ ରମେଶ ଚନ୍ଦ୍ର ନହକ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିବା ସହିତ ନୂତନ ଭାବେ ନାମ ଲେଖାଇ ଥିବା ଶତାଧିକ ଛାତ୍ରଛାତ୍ରୀଙ୍କ ସହ କିଛି ଅଭିଭାବକ ଯୋଗଦାନ କରିଥିଲେ I ଆଗାମୀ ଦିନରେ ମହାବିଦ୍ୟାଳୟକୁ ସବୁଦିଗରୁ ସରସ ସୁନ୍ଦର କରିବା ସହ ଅବିଭକ୍ତ କୋରାପୁଟର ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ ଅଧ୍ୟକ୍ଷ ସମସ୍ତଙ୍କୁ ସହଯୋଗ ପାଇଁ ଅନୁରୋଧ କରିଥିଲେ।