-+91-9937148622 |

prerana_bgr@rediffmail.com |

  Monday 12th May 2025 |

| | | |

R.N.I. Regd No. ODIODI/2010/46693

Breaking News

ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ମାତୃ ଦିବସ ପାଳିତ    (12-May-2025)       ||      ଗୋଚର ଜମିରେବେଆଇନ ଭାବେ ଗଚ୍ଛିତ   (12-May-2025)       ||      ବଲାଙ୍ଗୀର ଜିଲ୍ଳା କାରାଗାର ଅନ୍ତେବାସୀଙ୍କ ପାଇଁ ଲାଇବ୍ରେରୀ ପ୍ରଦାନ କଲା ଅଘରିଆ ସମାଜ ଟ୍ରଷ୍ଟ   (12-May-2025)       ||      କଷାଗୁମୁଡା ଠାରେ ଅଭିଭୁକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ସମାଜର ବ୍ଳକ କମିଟି ଗଠନ   (12-May-2025)       ||      ଖପ୍ରାଖୋଳ ବ୍ଲକ କୁମ୍ଭାର ସମାଜର ହରିଶଙ୍କର ମେଳାରେ ଅନ୍ନସେବା   (12-May-2025)       ||      ସାଇଟ ନର୍ସିଂ କଲେଜରେ ବିଶ୍ୱ ସେବିକା ଦିବସ ପାଳିତ   (12-May-2025)       ||      ବରିଷ୍ଠ ଆଇନଜୀବୀ ମଦନମୋହନ ମିଶ୍ରଙ୍କ ପରଲୋକରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   (12-May-2025)       ||      ଚୋରା ଗଞ୍ଜେଇ କାରବାରର ଚେର ଲମ୍ବିଛି ଉତ୍ତରପ୍ରଦେଶରୁ ସମ୍ବଲପୁର-ଛତିଶଗଡ   (12-May-2025)       ||      ବୋଡ଼େନ ପାତାଳ ଗଙ୍ଗାରେ ବୈଶାଖ ମେଳା ପାଇଁ ଜୋର୍ ଦାର ପ୍ରସ୍ତୁତି    (12-May-2025)       ||      ପିଲା ଗୁରୁଙ୍କ କଥା ମାନିଲେ ସଫଳତା ପାଇପାରିବେ   (12-May-2025)       ||      ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହେଲେ ଟୋପ ଉଚ୍ଚ ବିଦ୍ୟାଳୟ ର ଗାଇଡ ଛାତ୍ରୀ   (11-May-2025)       ||      ମାନିଗାଁ ନିକଟରେ ମୁହାଁମୁହିଁ ବାଇକ୍‌ ଦୁର୍ଘଟଣାରେ ୨ ମୃତ   (11-May-2025)       ||      ଗ୍ରୀଷ୍ମ କାଳୀନ ସ୍ବତନ୍ତ୍ର ରକ୍ତଦାନ ଶିବିର ଆୟୋଜିତ   (11-May-2025)       ||      ନୃସିଂହଚତୁର୍ଦ୍ଦଶୀ ରେ ଲକ୍ଷେ ବେଳପତ୍ର ସମର୍ପଣ ସହ ପୂଜା   (11-May-2025)       ||      ମାଟ୍ରିକ୍ ଏ–୧ରେ କୃତକାର୍ଯ୍ୟ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା   (11-May-2025)       ||      ସୋନପୁର ଠାରେ ନିଶୁଳ୍କ ଯୋଗ ବିଜ୍ଞାନ ଓ ଧ୍ୟାନ ଶିବିର   (11-May-2025)       ||      ସାହିତ୍ଯ ପତ୍ରିକା ଉଚ୍ଚାଙ୍ଗ ସାହିତ୍ଯର ସ୍ବର "ସ୍ରୋତସ୍ବତୀ"  ର ଖରା ସଂଖ୍ୟା  ଲୋକାର୍ପିତ    (11-May-2025)       ||      ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ରଚନା ପକ୍ଷରୁ ବାର୍ଷିକୋତ୍ସବ; ସାରସ୍ଵତ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ରେ ଭାଗନେଲେ ବହୁ କବି ଓ ସାହିତ୍ୟପ୍ରେମୀ    (11-May-2025)       ||      ୫କୁଇଣ୍ଟାଲ ରୁ ଉର୍ଦ୍ଧ୍ଵ ଗଞ୍ଜାଇ ସହ ମେକ୍ସ ପିକ୍ଅପ ଜବତ,ଆସାମୀ ଫେରାର   (11-May-2025)       ||      ଦୁର୍ନୀତିର ଖଜୁରୀଗଛ ସମବାୟ ବିଭାଗ: ମଞ୍ଜି ପୋତି ବଢାଇଥାନ୍ତି ମନ୍ତ୍ରୀ ଓ ଅଧିକାରୀ; କର୍ମଚାରୀଙ୍କ ନିଯୁକ୍ତିଠାରୁ ମିଥ୍ୟାଧାନକିଣା , କମିଟି ଓ ଚାଷୀଶୋଷଣର ରାକେଟ୍    (11-May-2025)       ||     

HOME   ଜିଲ୍ଲା

ଦୁର୍ନୀତିର ଗନ୍ତାଘର ପାଲଟିଛି ଜିଲ୍ଲାପାଳଙ୍କ ଅଫିସ ଅଭିଯୋଗ ଆଣିଲେ ବରିଷ୍ଠ ଆଇନଜିବୀ

01-Aug-2024



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
 ଐତିହାସିକ ସୁବର୍ଣ୍ଣପୁର ଜିଲ୍ଲା ବର୍ତ୍ତମାନ ଏକ ଦୁର୍ନୀତିର ଗନ୍ତାଘର ପାଲଟିଥିବା ନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି ବରିଷ୍ଠ ଆଇନଜିବୀ ବଳଦେବ ପ୍ରସାଦ ବେଦବାକ। ଏହି ଦୁର୍ନୀତି ରୂପକ ଖଜୁରୀ ଗଛର ମୂଳ ହେଉଛି ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସ ନେଇ ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଜିଲ୍ଲାର ଡବ୍ଲୁଓଡିସି ଗ୍ରାଣ୍ଟ, ଏମଜିଏନଆରଇଜିଏ ଗ୍ରାଣ୍ଟ, ଇଲେଭେନ ଏଫସି ଗ୍ରାଣ୍ଟ ଓଏସଏଫସି ଗ୍ରାଣ୍ଟ ତଥା ଜିଲାର ପ୍ରତ୍ୟେକ ବିଭାଗର ଅଧ୍ଯକ୍ଷ ସ୍ବୟଂ ଜିଲାପାଳ ହୋଇଥିବାରୁ ସମସ୍ତ ବିଭାଗୀୟ ଅନୁଦାନ ରିଲିଜ ପାଇଁ ବିଭାଗୀୟ ଫାଇଲ ଗୁଡିକୁ ଜିଲ୍ଲାପାଳଙ୍କ ସ୍ବାକ୍ଷର ନିମନ୍ତେ ଜିଲ୍ଲାପାଳ ଅଫିସ ପଠାଯାଉଛି। ତେବେ ସମସ୍ତ ଗ୍ରାଣ୍ଟ ରିଲିଜ କରାଇଦେବା ପାଇଁ ଜିଲ୍ଲାପାଳଙ୍କ ଅଫିସ ର କେହି ଜଣେ ଅଫିସର ୨% ରୁ ୧୦% ପର୍ଯ୍ୟନ୍ତ ଲାଞ୍ଚ ମାଗୁଥିବାର ଅଭିଯୋଗ ହେଉଥିଲା ବେଳେ ତେବେ ଏହାର ସତ୍ୟତା ବିଷୟରେ ଆମ୍ଭେ ଅନୁସନ୍ଧାନ କରି କେତେକ ଉଦାହରଣ ଜାଣିବାକୁ ପାଇଲୁ ଯେ, ସୋନପୁର ଜିଲ୍ଲା ସଦର ମହକୁମାର ଲାଇବ୍ରେରୀ କୋଠା ପାଇଁ ୬୦ ଲକ୍ଷ ଟଙ୍କା ଡବ୍ଲୁଓଡିସି ଠାରୁ ପ୍ରଶାସନିକ ମଞ୍ଜୁରୀ ଲାଭ କରିଥିଲା। ପୁଣି ଚଳିତ ବର୍ଷ ଜାନୁୟାରୀ ୩୦ ରୁ ଅନୁଦାନ ମଧ୍ୟ ଆସି ସାରିଥିଲା। ଅନୁଦାନ ପ୍ରାପ୍ତି ପରେ ପୂର୍ତ୍ତ ବିଭାଗ ତରଫରୁ ଏହାର ଟେଣ୍ଡର ପ୍ରକ୍ରିୟା ସାରି କାର୍ଯ୍ୟ ଆରମ୍ଭ କରି ଛାତ ଲେବେଲ ପର୍ଯ୍ୟନ୍ତ କାମ ସରି ସାରିଥିଲା ପରେ ମଧ୍ଯ ଟଙ୍କା ରିଲିଜ ହୋଇପାରି ନାହିଁ। ଅନ୍ୟ ପ୍ରକଳ୍ପ ଗୁଡିକ ମଧ୍ୟରୁ ଭଲୁଣ୍ଡା ମେଟାକାନି ପୀଠରେ କଲ୍ୟାଣ ମଣ୍ଡପ ପାଇଁ ୪୦,୦୦,୦୦୦ ଟଙ୍କା, ସୋନପୁର ନଗରରେ କଲ୍ୟାଣ ମଣ୍ଡପ ପାଇଁ ୪୦,୦୦,୦୦୦ ଟଙ୍କା, ମେଣ୍ଡା କଲେଜ କୋଠା ନିର୍ମାଣ, ଜାଲୋଏ କଲେଜ କୋଠା ନିର୍ମାଣ ଓ ଜିଲ୍ଲାର ଅନେକ ଗୁଡିଏ ପର୍ଯ୍ୟଟନ ସ୍ଥଳୀ ଗୁଡିକ ପାଇଁ ଅନୁଦାନ ଆସି ମଧ୍ଯ ଅନୁଦାନ ରିଲିଜ ହୋଇପାରୁ ନଥ୍‌ବା ଜଣାଯାଇଛି। ପୁଣି ଜିଲ୍ଲା ରେ ନିର୍ବାଚନ ପାଇଁ ବ୍ୟବହୃତ ହୋଇଥିବା ଶହ ଶହ ଗାଡି ଗୁଡିକର ପେମେଣ୍ଟ ଜିଲ୍ଲାପାଳ ଅଫିସରୁ ଆଜି ପର୍ଯ୍ୟନ୍ତ ରିଲିଜ ହୋଇନାହିଁ। ଜିଲ୍ଲାର ଗାଡି ମାଲିକ ଗୁଡିକ ନିଜର ନ୍ୟାର୍ଜ୍ୟ ପ୍ରାପ୍ୟ ନପାଇ ଦୁଃଖରେ ଜୀବନ ଅତିବାହିତ କରୁଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାର ପ୍ରମୁଖ ବିଭାଗ ଯଥା ଆରଡବ୍ଲୁଏସ୍ଏସ, ପିଡବ୍ଲୁଡି, ଆରଡି, ଜଙ୍ଗଲ ବିଭାଗ, କୃଷି ବିଭାଗର ଅନୁଦାନ ଫାଇଲ ରିଲିଜ ପାଇଁ ମଧ୍ୟ ୨% ରୁ ୧୦% ପର୍ଯ୍ୟନ୍ତ ଲାଞ୍ଚ ମାଗୁଥିବାର ଅଭିଯୋଗ ହେଉଛି। ତେବେ ଜିଲ୍ଲାପାଳ ଅଫିସରେ କିଏ ସେହି ଲାଞ୍ଚ ମାଗୁଛି ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ବରିଷ୍ଠ ଆଇନଜିବୀ ବଳଦେବ ପ୍ରସାଦ ବେଦବାକ ଦାବୀ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ମାତୃ ଦିବସ ପାଳିତ    12-May-2025
  ଜିଲ୍ଲା  
ଗୋଚର ଜମିରେବେଆଇନ ଭାବେ ଗଚ୍ଛିତ   12-May-2025
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଳା କାରାଗାର ଅନ୍ତେବାସୀଙ୍କ ପାଇଁ ଲାଇବ୍ରେରୀ ପ୍ରଦାନ କଲା ଅଘରିଆ ସମାଜ ଟ୍ରଷ୍ଟ   12-May-2025
  ଜିଲ୍ଲା  
କଷାଗୁମୁଡା ଠାରେ ଅଭିଭୁକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ସମାଜର ବ୍ଳକ କମିଟି ଗଠନ   12-May-2025
  ଜିଲ୍ଲା  
ଖପ୍ରାଖୋଳ ବ୍ଲକ କୁମ୍ଭାର ସମାଜର ହରିଶଙ୍କର ମେଳାରେ ଅନ୍ନସେବା   12-May-2025
  ଜିଲ୍ଲା  
ସାଇଟ ନର୍ସିଂ କଲେଜରେ ବିଶ୍ୱ ସେବିକା ଦିବସ ପାଳିତ   12-May-2025
  ଜିଲ୍ଲା  
ବରିଷ୍ଠ ଆଇନଜୀବୀ ମଦନମୋହନ ମିଶ୍ରଙ୍କ ପରଲୋକରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   12-May-2025
  ଜିଲ୍ଲା  
ଚୋରା ଗଞ୍ଜେଇ କାରବାରର ଚେର ଲମ୍ବିଛି ଉତ୍ତରପ୍ରଦେଶରୁ ସମ୍ବଲପୁର-ଛତିଶଗଡ   12-May-2025
  ଜିଲ୍ଲା  
ବୋଡ଼େନ ପାତାଳ ଗଙ୍ଗାରେ ବୈଶାଖ ମେଳା ପାଇଁ ଜୋର୍ ଦାର ପ୍ରସ୍ତୁତି   12-May-2025
  ଜିଲ୍ଲା  
ପିଲା ଗୁରୁଙ୍କ କଥା ମାନିଲେ ସଫଳତା ପାଇପାରିବେ   12-May-2025
  ଜିଲ୍ଲା  
ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହେଲେ ଟୋପ ଉଚ୍ଚ ବିଦ୍ୟାଳୟ ର ଗାଇଡ ଛାତ୍ରୀ   11-May-2025
  ଜିଲ୍ଲା  
ମାନିଗାଁ ନିକଟରେ ମୁହାଁମୁହିଁ ବାଇକ୍‌ ଦୁର୍ଘଟଣାରେ ୨ ମୃତ   11-May-2025

You Might Also Like