-+91-9937148622 |

prerana_bgr@rediffmail.com |

  Sunday 16th March 2025 |

| | | |

R.N.I. Regd No. ODIODI/2010/46693

Breaking News

ଡେଲାଙ୍ଗରେ ଆଠଦେଶ ଠାକୁରଙ୍କ ଦୋଳଯାତ୍ରା ଓ ହୋଲି ମହୋତ୍ସବ ପାଳିତ    (15-Mar-2025)       ||      ପୋଖରୀରେ ବୁଡ଼ି ପ୍ରାଣ ହରାଇଲା ବାଳକ   (15-Mar-2025)       ||      କୁରୁକୁପା ଗ୍ରାମରେ ଅନୁଷ୍ଠିତ ୧୬ପ୍ରହର ନାମ ଯଜ୍ଞ ପୁନଃଶ୍ଚରଣ   (15-Mar-2025)       ||      ବିଜେପୁର ଆଦର୍ଶ ବିଦ୍ୟାଳୟ ପ୍ରଵେଶିକା ପରୀକ୍ଷା:ଜାରିଂ କ୍ଲଷ୍ଟରର ବିନି ନାଏକ ବ୍ଲକ ଟପ୍ପର   (15-Mar-2025)       ||      ସୋନପୁର ବିବେକା ନନ୍ଦ କଲୋନୀ ରେ ହୋଲି ଉତ୍ସବ ପାଳନ - ଦିବଂଗତ ଆତ୍ମା ପ୍ରତି ସାମୁହିକ ଶ୍ରଦ୍ଧା ସୁମନ   (15-Mar-2025)       ||      ଛୁରୀ ମାଡରେ ଠିକାଦାରଙ୍କ ମୃତ୍ୟୁ   (15-Mar-2025)       ||      ଘର ବାହୁଡିରେ ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ   (15-Mar-2025)       ||      ନିର୍ଝରିଣୀ ତରଫରୁ ଫଗୁଣ ଆସର ଅନୁଷ୍ଠିତ     (15-Mar-2025)       ||      ହୀରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ଗପ ଶୁଣିବା ଓ କହିବା "କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Mar-2025)       ||      କଣ୍ଟାମାଳ: କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ    (15-Mar-2025)       ||      ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ନିଆରା ଲୋଲି ଉତ୍ସବ ପାଳନ   (15-Mar-2025)       ||      ହୀରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ଗପ ଶୁଣିବା ଓ କହିବା "କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Mar-2025)       ||      ଡାବୁଗାଁ ରେ ଧୂମଧାମ ରେ ପାଳିତ ହେଲା ରଙ୍ଗର ପର୍ବ ହୋଲି, ଜନସାଧାରଣଙ୍କ ସହ ନାଚିଲେ ଡାବୁଗାଁ ବିଧାୟକ   (15-Mar-2025)       ||      ଦୁର୍ଗମ ଜଙ୍ଗଲ ଘାଟି ପାହାଡ଼ ଚଢିଲେ ରାଇକିଆ ବିଡ଼ିଓ : ପ୍ରାଥମିକ ସୁବିଧା ସୁଯୋଗ ନିଶ୍ଚୟ ପ୍ରଦାନ କରାଯିବ    (15-Mar-2025)       ||      ରଙ୍ଗର ପର୍ବର ହୋଲି: ଗାଁଠୁ ସହର ସବୁଠି ଆନନ୍ଦ ଉଲ୍ଲାସ   (15-Mar-2025)       ||      ରାଜ୍ୟସ୍ତରୀୟ ଦୋଳ ମହୋତ୍ସବ ସପ୍ତମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ    (15-Mar-2025)       ||      ବୁଢୀ ଜାଗୁଳାଇ ମେଳଣ ପାଳିତ   (15-Mar-2025)       ||      ଆଗଲପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶିବିର ଆଗାମୀ ସୋମବାର ଅନୁଷ୍ଠିତ ହେବ   (14-Mar-2025)       ||      ପ୍ରାରମ୍ଭ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ପ୍ରେରଣା ର ଉତ୍ସ    (14-Mar-2025)       ||      ସୟାଁ ଠାରେ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ରାଜ୍ୟସ୍ତରୀୟ କିସାନ ମହାପଞ୍ଚାୟତ                           (14-Mar-2025)       ||     

HOME   ଜିଲ୍ଲା

" ଡ଼.ସଦାନନ୍ଦ ଅଗ୍ରୱାଲ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ "

01-Aug-2024



ତରଭା- ଡ଼. ସଦାନନ୍ଦ ଅଗ୍ରୱାଲ ଓଡ଼ିଶାର ଜଣେ ସ୍ବନାମଧନ୍ୟ ଲିପିତତ୍ତ୍ୱବିଦ, ମହିମାଧର୍ମର ଗବେଷକ, ଐତିହାସିକ ଥିବା ସହିତ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ l ସେ ଏହି ଅଂଚଳର ସାମାଜିକ, ସାଂସ୍କୃତିକ, ଧାର୍ମିକ ଅନୁଷ୍ଠାନ ଗୁଡିକର ଦିଗଦର୍ଶକ ଥିଲେ l ସେ ତାଙ୍କ ଜୀବନରେ କଲେଜ ପାଠ ପଢ଼ିବାର ସୁଯୋଗ ପାଇନଥିଲେ କିନ୍ତୁ ନିଜ ଅଧ୍ୟବସାୟ ବଳରେ ଅନେକ ଗୁଡିଏ ଗବେଷଣାଲବ୍ଧ ପୁସ୍ତକ ରଚନା କରିଥିଲେ ଯାହାକି ଆଜି ବିଶ୍ୱବିଦ୍ୟାଳୟମାନଙ୍କରେ କ୍ଲାସ

କୋର୍ସ ଭାବରେ ଛାତ୍ର ଛାତ୍ରୀ ମାନେ ପାଠ ପଢୁଛନ୍ତି l ଡ଼. ଅଗ୍ରୱାଲ ମାତ୍ର ମାଟ୍ରିକ ପଢିଥିଲେ ହେଁ ବିଶ୍ଵଭାରତୀ ଶାନ୍ତି ନିକେତନ, ଓଡିଶା ସଂସ୍କୃତି ବିଶ୍ୱ ବିଦ୍ୟାଳୟ ଭଳି ଶିକ୍ଷନୁଷ୍ଠାନକୁ ଭିଜିଟିଙ୍ଗ ପ୍ରଫେସର ଭାବରେ ପାଠ ପଢାଇ ଯାଉଥିଲେ l ମୁଖ୍ୟତଃ ପୁରାତନ ଶିଳାଲିପି, ତାମ୍ରପତ୍ର ଉତ୍ୟାଦି ପାଠୋଦ୍ଧାରରେ ସେ ସିଦ୍ଧହସ୍ତ ଥିଲେ ବୋଲି ଆଜି ମହର୍ଷି ବୁଦ୍ଧରାମ ମହାବିଦ୍ୟାଳୟ ଠାରେ ଆୟୋଜିତ ସ୍ବର୍ଗତ ଆଗ୍ରୱାଲ ଙ୍କ 7ମ ତିରୋଧାନ ଦିବସରେ ଅତିଥିଗଣ ମତବ୍ୟକ୍ତ କରିଛନ୍ତି l ଏମବିଆର ଡିଗ୍ରୀ କଲେଜ ଓ ସଦାନନ୍ଦ ଅଗ୍ରୱାଲ ସ୍ମୃତି କମିଟୀ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ସୃତିସଭାରେ କଲେଜ ପରିଚାଳନା କମିଟିର ସଭାପତି ବାଳଗୋପାଳ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ, ସମ୍ମାନିତ ଅତିଥି ଭାବରେ ସୋନପୁ୍ର ଯୁବ ରେଡକ୍ରସ ସୋସାଇଟିର ଜିଲ୍ଲା ସଂଯୋଜକ ଉମାକାନ୍ତ ନାଗ, ଭୀମଭୋଇ ସମାଧିପୀଠ ଟ୍ରଷ୍ଟ ଖଲିଆପାଲିର ମେନେଜିଙ୍ଗ ଟ୍ରଷ୍ଟି ଛାତ୍ରଧାରୀ ଅଗ୍ରୱାଲ, ବଲାଙ୍ଗୀର ମାରୱାଡି ସମ୍ବେଳନ ର ସଭାପତି ସଞ୍ଜୟ ଅଗ୍ରୱାଲ, ପାଇକବାହାଲ ପଂଚାୟତର ସରପଞ୍ଚ ଗଣନାଥ ସାହୁ ଓ ମୁଖ୍ୟବକ୍ତା ଭାବରେ ସୋହେଲା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ଟେକଚନ୍ଦ ଦୂୱାନ ଯୋଗଦେଇଥିଲେ l ସ୍ମୃତି କମିଟିର ସିଦ୍ଧlର୍ଥ    ଅଗ୍ରୱାଲ, ସ୍ବର୍ଗତ ଅଗ୍ରୱାଲଙ୍କ ବନ୍ଧୁ ନାରାୟଣ ଝାଙ୍କର, ସନ୍ତୋଷ ଦାସ, କଲେଜର ଅଧ୍ୟକ୍ଷ ସଚିଦାନନ୍ଦ ରଥ ପ୍ରମୁଖ ସ୍ବର୍ଗତ ଆଗ୍ରୱାଲଙ୍କ ସ୍ମୃତି ଚlରଣ କରିଥିଲେ l କାର୍ଯ୍ୟକ୍ରମକୁ ସାମ୍ବାଦିକ ପୂର୍ଣଚନ୍ଦ୍ର ପଣ୍ଡା ସଂଯୋଜନା କରିଥିବା ବେଳେ ଶେଷରେ କଲେଜର ଇଂରାଜୀ ଅଧ୍ୟାପକ ଉମାକାନ୍ତ ନାଗ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରଥମେ ସ୍ବର୍ଗତ ସଦାନନ୍ଦ ଅଗ୍ରୱାଲ ଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇ ଅତିଥିଗଣ ଶ୍ରଦ୍ଧlଞ୍ଜଳି ଜ୍ଞାପନ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ କଲେଜ ପରିଚାଳନା କମିଟି ର ନାରଦ ପୁଜାହାରୀ, ଚୈତନ୍ୟ ବାରିକ, ମହାଦେବ ଜେନା, ହୃଷିକେଶ ପlତ୍ର, ସ୍ବର୍ଗତ ଆଗ୍ରୱାଲଙ୍କ ସହଧର୍ମିଣୀ ଶ୍ରୀମତୀ ତାରା ଅଗ୍ରୱାଲ, ବୋହୁ

ଚଞ୍ଚଳ ଅଗ୍ରୱାଲ, ଭଣଜା ଗୌତମ ଅଗ୍ରୱାଲ, ମନୋଜ ଅଗ୍ରୱାଲ,ଯୁକ୍ତ ଦୁଇ ମହାବିଦ୍ୟାଳୟ ଓ ଡିଗ୍ରୀ କଲେଜର ଅଧ୍ୟାପକ ଓ କର୍ମଚାରିଗଣ ତଥା ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ 30 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପଣ୍ଡାପାଲି ନେତ୍ର ନିକେତନ ପକ୍ଷରୁ ଆୟୋଜିତ ମାଗଣା ଚକ୍ଷ୍ୟୁ ଚିକିତ୍ସା ଶିବିରରେ 76 ଜଣ ରୋଗୀଙ୍କ ଚକ୍ଷୁ  ପରୀକ୍ଷl କରାଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଡେଲାଙ୍ଗରେ ଆଠଦେଶ ଠାକୁରଙ୍କ ଦୋଳଯାତ୍ରା ଓ ହୋଲି ମହୋତ୍ସବ ପାଳିତ   15-Mar-2025
  ଜିଲ୍ଲା  
ପୋଖରୀରେ ବୁଡ଼ି ପ୍ରାଣ ହରାଇଲା ବାଳକ   15-Mar-2025
  ଜିଲ୍ଲା  
କୁରୁକୁପା ଗ୍ରାମରେ ଅନୁଷ୍ଠିତ ୧୬ପ୍ରହର ନାମ ଯଜ୍ଞ ପୁନଃଶ୍ଚରଣ   15-Mar-2025
  ଜିଲ୍ଲା  
ବିଜେପୁର ଆଦର୍ଶ ବିଦ୍ୟାଳୟ ପ୍ରଵେଶିକା ପରୀକ୍ଷା:ଜାରିଂ କ୍ଲଷ୍ଟରର ବିନି ନାଏକ ବ୍ଲକ ଟପ୍ପର   15-Mar-2025
  ଜିଲ୍ଲା  
ସୋନପୁର ବିବେକା ନନ୍ଦ କଲୋନୀ ରେ ହୋଲି ଉତ୍ସବ ପାଳନ - ଦିବଂଗତ ଆତ୍ମା ପ୍ରତି ସାମୁହିକ ଶ୍ରଦ୍ଧା ସୁମନ   15-Mar-2025
  ଜିଲ୍ଲା  
ଛୁରୀ ମାଡରେ ଠିକାଦାରଙ୍କ ମୃତ୍ୟୁ   15-Mar-2025
  ଜିଲ୍ଲା  
ଘର ବାହୁଡିରେ ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ   15-Mar-2025
  ଜିଲ୍ଲା  
ନିର୍ଝରିଣୀ ତରଫରୁ ଫଗୁଣ ଆସର ଅନୁଷ୍ଠିତ     15-Mar-2025
  ଜିଲ୍ଲା  
ହୀରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ଗପ ଶୁଣିବା ଓ କହିବା "କାର୍ଯ୍ୟକ୍ରମ ଅନୁଷ୍ଠିତ   15-Mar-2025
  ଜିଲ୍ଲା  
କଣ୍ଟାମାଳ: କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ   15-Mar-2025
  ଜିଲ୍ଲା  
ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ନିଆରା ଲୋଲି ଉତ୍ସବ ପାଳନ   15-Mar-2025
  ଜିଲ୍ଲା  
ହୀରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ଗପ ଶୁଣିବା ଓ କହିବା "କାର୍ଯ୍ୟକ୍ରମ ଅନୁଷ୍ଠିତ   15-Mar-2025

You Might Also Like