-+91-9937148622 |
prerana_bgr@rediffmail.com |
Tuesday 18th March 2025 |
R.N.I. Regd No. ODIODI/2010/46693
Breaking News
01-Aug-2024
କଣ୍ଟାମାଳ(ଜୟ କୁମାର ମହାରଣା)ସମ୍ପ୍ରତି ଜୁଲାଇ 22 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ଶପଥ ପାଳନ ନିମନ୍ତେ ଓସେପା ପକ୍ଷରୁ ଚିଠି ନଂ 6351 ତାରିଖ 16/7/2024 ରେ ନିର୍ଦ୍ଦେଶନାମା ଆସିଥିଲା l ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ହାତଗଣତି ନିର୍ଦ୍ଧିଷ୍ଟ କେତୋଟି ବିଦ୍ୟାଳୟକୁ ଛାଡି ଦେଲେ ସିଂହ ଭାଗ ବିଦ୍ୟାଳୟ ଏଭଳି ନିର୍ଦ୍ଧେଶନାମାକୁ ଅଣଦେଖା କରି ଥିବା ଦେଖିବାକୁ ମିଳିଛି l
ନିର୍ଦେଶ ଅନୁଯାୟୀ ଜୁଲାଇ 22 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଦିନ ବିଭିନ୍ନ କାର୍ଯ୍ୟସୂଚୀକୁ ନେଇ ଏହି ଦିବସ ପାଳନ ପାଇଁ ଓସେପା ପକ୍ଷରୁ କୁହା ଯାଇଥିଲା l କାର୍ଯ୍ୟସୂଚୀ ଅନୁଯାୟୀ 22 ତରିଖରେ ଶିକ୍ଷଣ ସାମଗ୍ରୀ ଦିବସ, 23 ତାରିଖର ଏଫ.ଏଲ.ଏନ ଦିବସ, 24 ତାରିଖରେ କ୍ରୀଡା ଦିବସ, 25 ତାରିଖରେ ସାଂସ୍କୃତିକ ଦିବସ, 26 ତାରିଖରେ ଦକ୍ଷତା ଓ ଡିଜିଟାଲ ପ୍ରୋତ୍ସାହନ ଦିବସ, 27 ତାରିଖରେ ଇକୋ କ୍ଲବ / ସ୍କୁଲ ପୋଷଣ ଦିବସ ସେହିପରି 28 ତାରିଖ ଶେଷ ଦିନରେ ସମ୍ପ୍ରଦାୟ ଯୋଗଦାନ ଦିବସ ପାଳନ କରିବାକୁ କୁହା ଯାଇଥିଲା l ଏହି ସମସ୍ତ ଦିବସ ପାଳନ ପାଇଁ ବିଦ୍ୟାଳୟକୁ ପ୍ରଦାନ କରା ଯାଇଥିବା ଗଚ୍ଛିତ ଅନୁଦାନରୁ ବ୍ୟୟ କରିବାକୁ ଲିଖିତ ନିର୍ଦେଶ ଦିଆ ଯାଇଥିଲେ ହେଁ ଶତାଧିକ ବିଦ୍ୟାଳୟ ଏଭଳି ଏକ ସମ୍ବେଦନଶୀଳ ଓ ସୁଦୂରପ୍ରସାରୀ କାର୍ଯ୍ୟକ୍ରମକୁ ଅଣଦେଖା କରି ଥିବା ବେଳେ ଏହିସବୁ କାର୍ଯ୍ୟକ୍ରମର ସୁପରିଚାଳନ କରିବା ଦିଗରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦ୍ଧା ଆଦୌ ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହେଉଛି l
卐卐卐卐卐卐卐卐卐卐卐卐卐