-+91-9937148622 |
prerana_bgr@rediffmail.com |
Monday 10th February 2025 |
R.N.I. Regd No. ODIODI/2010/46693
Breaking News
29-Jul-2024
ନାକଟିଦେଉଳ(କନ୍ଦର୍ପ ବେହେରା): ରେଢ଼ାଖୋଲ ଥାନା ଘୋଷରାମାଲ ପଂଚାୟତ ର ପାଣ୍ଡୁରିଶିଲା ଗ୍ରାମରେ ଗତ ୨୭ ଜୁଲାଇ ରାତିରେ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ନୃଶଂସ ଭାବରେ ହତ୍ୟା କରିବା ଘଟଣାରେ ପୋଲିସ ମୃତକର ସଡୁ ଗୋପାଳପୁର ର ଶିରକା କରମା କୁ ଗିରଫ କରିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ରେଢ଼ାଖୋଲ ଏସ ଡ଼ି ପି ଓ ପ୍ରଶାନ୍ତ କୁମାର ମେହେର ପ୍ରକାଶ କରିଛନ୍ତି l ହତ୍ୟାକାରୀ ଗୋପାଳପୁର ଗ୍ରାମରୁ ଏକୁଟିଆ ପାଣ୍ଡୁରିଶିଲା ଗ୍ରାମକୁ ଯାଇ ସଡୁ ଓ ଶାଳୀ କୁ ହତ୍ୟା କରିବାକୁ ପହଂଚି ଥିଲା l ରାତିରେ ଶାଳୀ ଓ ସଡୁ ଶୋଇଲା ପରେ ପ୍ରଥମେ ଶାଳୀ କୁ ଓ ପରେ ସଡୁ କୁ ହତ୍ୟା କରିଥିଲା ବୋଲି ପୋଲିସ କହିଛି l ଆଜି ହତ୍ୟାକାରୀ କୁ କୋର୍ଟ ଚାଲାଣ କରା ଯାଇଛି l
ରେଢ଼ାଖୋଲ କେସ ନଂ ୧୮୮ ତା ୨୮/୭/୨୪ ୟୁଏସ୍-୩୩୨ (ବି)୧୦୩(ଆଇ) ବିଏନ୍ଏସ୍ରେ ମାମଲା ରୁଜୁ କରିଛି । ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ପାଣ୍ଡୁରିଶିଲା ଗ୍ରାମର ଆବ୍ରାହମ କୁଜୁର ( ୩୫) ଓ ତାଙ୍କ ସ୍ତ୍ରୀ କୁଆଁରୀ କୁଜୁର (୨୫) ରାତିରେ ଖିଆପିଆ ସାରି ଶୋଇ ଥିଲେ । ପରିବାର ର ଅନ୍ୟ ସଦସ୍ୟ ମାନେ ମଧ୍ୟ ଶୋଇ ପଡ଼ିଥିଲେ ।
ମୃତକ ଆବ୍ରାହମ ଘରର ବାହାର ବାରଣ୍ଡାରେ ଶୋଇ ଥିବା ବେଳେ ୨ଝିଅ ଓ ପତ୍ନୀ ଭିତର ବାରଣ୍ଡାରେ ଶୋଇ ଥିଲେ ।କିନ୍ତୁ ବଡ ଭାଇ ଓ ଭାଉଜ, ଓ ବୁଢ଼ୀ ମା ଘରର ଅନ୍ୟ କୋଠରୀରେ ଶୋଇ ଥିଲେ । ପତ୍ନୀ ନିଜ ଜୀବନକୁ ବଞ୍ଚାଇବା ପାଇଁ ପଳାଉଥିବା ବେଳେ ହତ୍ୟା କାରି ଘର ଭିତରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲା l ମୃତକ କୁଆଁରୀ ର ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଥିଲା l
ତା ପରେ ସଡୁ କୁ ମଧ୍ୟ ଟାଙ୍ଗିଆ ରେ ହାଣି ପକାଇ ଫେରାର ହୋଇ ଯାଇଥିଲା l
ହତ୍ୟା କାରି ପରିବାର ଅନ୍ୟ ସଦସ୍ୟ ଙ୍କୁ ମଧ୍ୟ ହତ୍ୟା କରି ନ ଥିଲା l