-+91-9937148622 |
prerana_bgr@rediffmail.com |
Tuesday 10th November 2026 |
R.N.I. Regd No. ODIODI/2010/46693
Breaking News
10-Nov-2026
ଆଗଲପୁର, (ବିନୋଦ ଦୀପ) ମୁଡ଼ଶୁଣ୍ଢୀ ପଞ୍ଚାୟତ ରେ ପଂଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ପିଇଓ ଗୁଣନିଧି ଦଣ୍ଡସେନା ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ସଭାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼. ଧୀରେନ୍ଦ୍ର ମେହେର, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ମିଶ୍ର ମଂଚାସୀନ ଅତିଥି ଭାବେ ଯୋଗଦେଇ ଥିଲେ ।ସମୁଦାୟ ଶିବିର ରେ 12 ଟି ଅଭିଯୋଗ ଆସିଥିଲା l ବିଶେଷ କରି ଭତ୍ତା , ଆବାସଗୃହ ଓ ରାସନକାର୍ଡ ପ୍ରଭୁତି ଉପରେ ଶୁଣାଣୀ ହୋଇଥିଲା l ଏହି ଗ୍ରାମ ପଞ୍ଚାୟତ ରେ ମୁଡ଼ଶୁଣ୍ଢୀ, ହରଭଙ୍ଗା, ଅସୁରମୁଣ୍ଡା ଗ୍ରାମ ର ଲୋକେ ଅଭିଯୋଗ ନେଇ ଆସିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଏ ପି ଓ ଜଗତଜିତା ସେଠୀ , ଜଳ ଓ ପରିମଳ ଯନ୍ତ୍ରୀ ବୁଦ୍ଧିରାମ ମହନ୍ତ , ବିଏସଏସଓ ସୁଶାନ୍ତ ବାଗ, ବି ଆର ସି ଅଂଶୁମାନ ଦେବବାବୁ , ଡିଇଓ ସର୍ବେଶ୍ଵର ପୂଟେଲ , ଏଲଆଇ ପୁଷ୍ପାଞ୍ଜଳି ମାଝୀ, ଉମାଶଙ୍କର ବେହେରା, ଗଙ୍ଗାଧର ମେହେର, ଆଲୋକରଞ୍ଜନ ମିଶ୍ର, ସୁରେଶ ପଧାନ, ଜ୍ଞାନରଞ୍ଜନ ସା, ଏଡିଈଓ ରାଜେଶ ନାଏକ, ସରପଞ୍ଚ ରଥୀ ସାହୁ ସହ ପଂଚାୟତ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।