-+91-9937148622 |
prerana_bgr@rediffmail.com |
Tuesday 10th November 2026 |
R.N.I. Regd No. ODIODI/2010/46693
Breaking News
10-Nov-2026
ନବରଙ୍ଗପୁର :(ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସୁଖଦୁଃଖର ସାଥି ତଥା ସବୁବେଳେ ନିଜ କାମ ପାଇଁ ଚର୍ଚ୍ଚାରେ ରହୁଥିବା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଭେଟିଲେ ବୁଟିଆଗୁଡାର ଅଲେଖ ଭକ୍ତମାନେ। ବୁଟିଆଗୁଡା ଗାଁରେ ଥିବା ମହିମା ମନ୍ଦିରର ଉନ୍ନତି ବିଷୟରେ ଭକ୍ତମାନେ ବିଧାୟକଙ୍କ ସହ ଆଲୋଚନା କରିଥିଲେ। ମନ୍ଦିରର ଉନ୍ନତିକରଣ, ଭକ୍ତମାନଙ୍କ ପାଇଁ ସୁବିଧା ସୁଯୋଗ ଏବଂ ମନ୍ଦିର ପରିସରର ବିକାଶ ନେଇ ସେମାନେ ନିଜ ଦାବି ରଖିଥିଲେ।ଏହି ସମୟରେ ବିଧାୟକ ମନୋହର ରନ୍ଧାରୀ ଭକ୍ତମାନଙ୍କ କଥା ଧୈର୍ଯ୍ୟର ସହ ଶୁଣିଥିଲେ ଏବଂ ମନ୍ଦିର ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ବିଧାୟକଙ୍କ ସହ ସାକ୍ଷାତ ପରେ ଭକ୍ତମାନେ ଖୁସି ପ୍ରକାଶ କରିଥିଲେ।