-+91-9937148622 |
prerana_bgr@rediffmail.com |
Monday 9th November 2026 |
R.N.I. Regd No. ODIODI/2010/46693
Breaking News
09-Nov-2026
ଭୁବନେଶ୍ୱର(ମୁରଲୀଧର ମିଶ୍ର): ଭୁବନେଶ୍ଵରସ୍ଥିତ ଜୟଦେବ ଭବନଠାରେ ଓଡିଶା ବିଜ୍ଞାନ ଏକାଡେମୀର ୨୦୨୪ ମସିହା ପାଇଁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ ଏକାଡ଼େମୀର ସଭାପତି ଶ୍ରୀମତୀ ଶିବାନୀ ମହାନ୍ତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା । ଓଡିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ୧୬ ଜଣ ବୈଜ୍ଞାନିକମାନଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିଥିଲେ । ଏହି ଅବସରରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡିଶା ଶ୍ରୀ ଦେଓରଞ୍ଜନ କୁମାର ସିଂହ ଏବଂ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ ସମ୍ମାନନୀୟା ଅତିଥି ଭାବେ ଯୋଗଦେଇଥିଲେ ।
ବରିଷ୍ଠ ବୈଜ୍ଞାନିକ ସମର୍ଦ୍ଧନା ନିମନ୍ତେ ବନ୍ୟ ପ୍ରାଣୀ ବିଜ୍ଞାନୀ ଡାଃ. ଲାଲା ଅଶ୍ଵିନ କୁମାର ସିଂହ ଓ ଡା. ସୁଧାକର କର , କୃଷି ବିଜ୍ଞାନୀ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା, ପ୍ରାଣୀ ବିଜ୍ଞାନୀ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଓ ରସାୟନ ବିଜ୍ଞାନୀ ପ୍ରଫେସର ବିଜୟ କୁମାର ମିଶ୍ରଙ୍କୁ ବିଜ୍ଞାନ ଗବେଷଣା ଓ ବିଜ୍ଞାନକୁ ଲୋକପ୍ରିୟ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ (ମାନପତ୍ର, ସ୍ମୃତି ସ୍ମାରକ ଏବଂ ଉତ୍ତରୀୟ) ଦେଇ ବରିଷ୍ଠ ବୈଜ୍ଞାନିକ
ଭାବେ ସମବର୍ଦ୍ଧନା ଜ୍ଞାପନ କରଯାଇଥିଲା । ‘ବୈଜ୍ଞାନିକ ଉତ୍କର୍ଷ ପାଇଁ ଡାଃ ସୁରେନ୍ଦ୍ର କୁମାର ବିଶ୍ଵାଳଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର) ପୁରସ୍କାର ରାଶି –ଦୁଇ ଲକ୍ଷ ଟଙ୍କା, ରୌପ୍ୟ ପଦକ , ପ୍ରମାଣ ପାତ୍ର ମାନପତ୍ର, ସ୍ମୃତି ସ୍ମାରକ ଏବଂ ଉତ୍ତରୀୟ) ପ୍ରଦାନ କରଯାଇଥିଲା । ଓଡିଶାରେ କାର୍ଯ୍ୟରତ ବୈଜ୍ଞାନିକ ଡାଃ ଉମାକାନ୍ତ ଶୁବୁଦ୍ଧିଙ୍କୁ (ଜୀବ ବିଜ୍ଞାନ ବିଭାଗ), ପ୍ରଫେସର ଶୁଭଂକର ବେଦାନ୍ତ (ଭୌତିକ ବିଜ୍ଞାନ ବିଭାଗ), ପ୍ରଫେସର ଜଗଦୀଶ ଚନ୍ଦ୍ର ପାଲ (ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ) ଓ ଓଡିଶା ବାହାରେ କାର୍ଯ୍ୟରତ ବୈଜ୍ଞାନିକ ପ୍ରଫେସର ରଘୁନାଥ ସାହୁଙ୍କୁ ସାମନ୍ତ ଚନ୍ଦ୍ର ଶେଖର ପୁରସ୍କାରରେ ପୁରସ୍କୃତ ସ୍ୱରୂପ (ଏକ ଲକ୍ଷ ଟଙ୍କା, ରୌପ୍ୟ ପଦକ, ପ୍ରମାଣ ପତ୍ର, ମାନପତ୍ର, ସ୍ମୃତି ସ୍ମାରକ ଏବଂ ଉତ୍ତରୀୟ) ପ୍ରଦାନ କରାଗଲା । ସେହିଭଳି ଓଡିଶା ଯୁବ ବୈଜ୍ଞାନିକ ପୁରସ୍କାର ପାଇଁ ଡାଃ ଚିତ୍ତରଞ୍ଜନ ସାହୁ (ଜୀବ ବିଜ୍ଞାନ), ଡାଃ ରୁଦ୍ର ମାଝି (ଭୌତିକ ବିଜ୍ଞାନ), ଡାଃ ରାମ ପ୍ରସାଦ ପାଢୀ (ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟା) ଓ ଓଡିଶା ବାହାରେ କାର୍ଯ୍ୟରତ ଓଡିଆ ଯୁବ ବୈଜ୍ଞାନିକ ରବୀନ୍ଦ୍ର ନାଥ ମହାନ୍ତିଙ୍କୁ (ପଚିଶି ହଜାର ଟଙ୍କା, ପ୍ରମାଣ ପତ୍ର, ମାନପତ୍ର, ସ୍ମୃତି ସ୍ମାରକ ଏବଂ ଉତ୍ତରୀୟ) ପ୍ରଦାନ କରି ପୁରସ୍କୃତ କରାଗଲା । ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁସ୍ତକ ପୁରସ୍କାର (ସାଧାରଣ ବିଭାଗ) ଡାଃ ଭଗବାନ ପାତ୍ର ଓ (ଶିଶୁ ବିଜ୍ଞାନ ବିଭାଗ) ପାଇଁ ଡାଃ କୃତ୍ତିବାସ ନାୟକଙ୍କୁ (ପଚିଶ ହଜାର ଟଙ୍କା, ପ୍ରମାଣ ପତ୍ର , ମାନପତ୍ର, ସ୍ମୃତି ସ୍ମାରକ ଏବଂ ଉତ୍ତରୀୟ) ପ୍ରଦାନ କରାଗଲା ।
ଶ୍ରୀମତୀ ଅନୁଜ।ତାରିଣୀ ମିଶ୍ର କାର୍ଯ୍ୟପରିଚାଳନା ଓ ବିଭାଗର ଉପଶାସନ ସଚିବ ଶ୍ରୀମତୀ ଉର୍ମିପ୍ରଭା ମହାରଣା କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।